www.samajalive.in
Saturday, December 13, 2025
23.1 C
Bhubaneswar

ପୁର୍ବତନ ବିଧାୟିକା ଡ଼ ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମତିଥି ପାଳିତ

ବୁର୍ଲା: ବୁର୍ଲା ବିଜେଡି ପକ୍ଷରୁ ବୁଧବାର ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମତିଥି ଅବସରରେ ବୁର୍ଲା ବିଜୁ ଜନତା ଦଳର କର୍ମୀମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ୭୪ଟି ଦ୍ୱୀପ ପ୍ରଜ୍ୱଳନ କରିଥିଲେ ଏବଂ ଦଳ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟକରି ସାଧାରଣ ଜନତାଙ୍କ ସୁଖ ଦୁଃଖ ର ସାଥି ହୋଇ ଆଗେଇବା ପାଇଁ ଶପଥ ନେଇଥିଲେ। ଶେଷରେ ଦରିଦ୍ର ନାରାୟଣ ମାନଙ୍କୁ ଫଳ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଟାଉନ୍‍ ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ହୋଇଥିଲା ଏବଂ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଟାଉନ୍‍ ସଭାନେତ୍ରୀ ଶାନ୍ତିଲତା ସ୍ୱାଇଁ, ପୂର୍ବତନ ଟାଉନ୍‍ ସଭାପତି ଗୋକୁଳି ରାଉତ, ଆରଏ ଶିବକୁମାର, ପୂର୍ବତନ କାଉନସିଲର ହୃଷିକେଶ ସ୍ୱାଇଁ, ବରିଷ୍ଠ ନେତା ବାବୁଲୁ ମିଶ୍ର, କୁନି ପରିଡା, ଅଶୋକ ସାମଲ, ନାରୀନେତ୍ରୀ ଶୁଭଲକ୍ଷ୍ମୀ ସାମଲ, ବିଭିଷଣ ଭିସାର, ଲଳିତ ସ୍ୱାଇଁ, ଲକ୍ଷ୍ମୀ ପ୍ରଧାନ, ବିଶ୍ୱନାଥ ଧର, ରୋମୀ ମହାପାତ୍ର, ଲଳିତ ଲୁହା, ସଞ୍ଜୀବ ସୁନା, ଉମାଶଙ୍କର ଅଗ୍ରୱାଲ, ଶୁଭମ ବେହେରା, ହିମାଂଶୁ ଧର, ରିଙ୍କୁ, ଶାନ୍ତାନୁ ଭୋଈ, ସୀତା ପ୍ରଧାନ, ସୁନିତାଙ୍କ ସମେତ ଶତାଧିକ ବିଜେଡି କର୍ମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

Hot this week

ଚୀନ୍‌ ଉପରେ ଲଗାମ ଲାଗିବ: ଗ୍ରେଟ୍‌ ନିକୋବର ଦ୍ୱୀପରେ ଦ୍ୱିତୀୟ ବିମାନବନ୍ଦର ନିର୍ମାଣ ଆରମ୍ଭ

ନୂଆଦିଲ୍ଲୀ: ଚୀନ୍‌ର ବଢ଼ୁଥିବା ମହତ୍ତ୍ୱାକାଂକ୍ଷାର ଜବାବରେ, ଭାରତ ମଲାକ୍କା ପ୍ରଣାଳୀରେ ଏକ...

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

Related Articles

Popular Categories