କାଟ ଖାଇଲା ଅନାସ୍ଥା ପ୍ରସ୍ତାବ, ମୋଦୀଙ୍କ ସରକାର ସୁରକ୍ଷିତ

0

ନୂଆଦିଲ୍ଲୀ:   ଲୋକସଭାରେ ଅନାସ୍ଥା ପ୍ରସ୍ତାବ କାଟ ଖାଇଛି । ବାଚନିକ ଭୋଟରେ ଏହା ସପକ୍ଷରେ କମ୍‌ ଓ ବିରୋଧରେ ଅଧିକ ଭୋଟ୍‌ ପଡିଥିଲା । ଏହାପରେ ବାଚସ୍ପତି ଡିଭିଜନ କରିଥିଲେ । ଏହାପରେ ମତ ଗ୍ରହଣ କରାଯାଇଥିଲା । ସଂସଦର ବିଧି ବ୍ୟବସ୍ଥା ଅନୁସାରେ ଲୋକ ସଭାର ମହାସଚିବ ସ୍ନେହଲତା  ଶ୍ରୀବାସ୍ତବ  କିପରି ମତଦାନ କରାଯିବ  ସେ ବିଷୟରେ  ଜଣାଇଥିଲେ । ଡିଭିଜନ୍‌ରେ ୪୫୧ ଜଣ ସଦସ୍ୟ ମତ ଦାନ କରିଥିଲେ । ଏଥିରେ ୧୨୬ ଜଣ ସପକ୍ଷରେ ଓ ୩୨୫ ଜଣ ଅନାସ୍ଥା ପ୍ରସ୍ତାବ  ବିରୋଧରେ ମତ ଦାନ କରିଥିଲେ । ଫଳରେ ଅନାସ୍ଥା ପ୍ରସ୍ତାବ ବହୁମତ ବ୍ୟବଧାନରେ କାଟ ଖାଇଯାଇଛି ।

ମୋଦିଙ୍କ ସରକାର ସୁରକ୍ଷିତ ହୋଇଥିବା ବେଳେ ସଂସଦରେ ବିରୋଧି ଦଳମାନେ ଆଣିଥିବା ଅନସ୍ଥା ପ୍ରସ୍ତାବ ବହୁ ବ୍ୟବଧାନରେ କାଟ ଖାଇଛି । ଶୁକ୍ରବାରରେ ଏଥିପାଇଁ ଦିନ ବ୍ୟାପୀ ଆଲୋଚନା ହୋଇଥିଲା । ବିଜେଡିର ସାସଂଦମାନେ ଗୃହତ୍ୟାଗ କରିଥିବା ବେଳେ ଶିବସେନାର ଲୋକ ସଭା ସଦସ୍ୟମାନେ ସଂସଦକୁ ଆସି ନଥିଲେ ।

Leave A Reply