www.samajalive.in
Tuesday, December 9, 2025
17.1 C
Bhubaneswar

ଆଜିଠାରୁ ଭିଜିଲାନ୍ସ ସଚେତନତା ସପ୍ତାହ, ‘ସତର୍କ ଭାରତ-ସମୃଦ୍ଧ ଭାରତ’ ରହିଛି ବାର୍ତ୍ତା

ଭିଜିଲାନ୍ସ ସଚେତନତା ସପ୍ତାହ ଆଜିଠାରୁ ଆସନ୍ତା ମାସ ୨ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି। ଚଳିତ ବର୍ଷର ଭିଜିଲାନ୍ସ ସଚେତନତା ସପ୍ତାହର ଶୀର୍ଷକ ‘ସତର୍କ ଭାରତ-ସମୃଦ୍ଧ ଭାରତ’ ରହିଛି। କେନ୍ଦ୍ରୀୟ ଭିଜିଲାନ୍ସ କମିଶନର ସଞ୍ଜୟ କୋଠାରୀ ନୂଆଦିଲ୍ଲୀରେ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର କର୍ମଚାରୀମାନଙ୍କୁ ଆଜି ଏହି ଶପଥପାଠ କରାଇଛନ୍ତି। ଏହି ଅବସରରେ ଶ୍ରୀ କୋଠାରୀ କହିଛନ୍ତି, ଆମ ସମସ୍ତଙ୍କୁ ଐକ୍ୟବଦ୍ଧ ହୋଇ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ହେବ। ପ୍ରତିବର୍ଷ ଭିଜିଲାନ୍ସ ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି ସମୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜୟନ୍ତୀ ପାଳିତ ହୋଇଥାଏ।

ଏହାକୁ ଦୃଷ୍ଟିରେ ରଖି ସିବିଆଇ ପକ୍ଷରୁ ଦେଶବ୍ୟାପୀ ଏକ ତିନିଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ଏହି ସମ୍ମିଳନୀ ଦୁର୍ନୀତି ବିରୁଦ୍ଧରେ ସତର୍କତା ଗ୍ରହଣ କରିବା ଉଦ୍ଦେଶ୍ୟରେ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ସମ୍ମିଳନୀକୁ ଉଦ୍‍ଘାଟନ କରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories