www.samajalive.in
Monday, December 15, 2025
27.1 C
Bhubaneswar

ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ କିଣି ପାରିବେ ଜମି, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଏଣିକି ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ। ଏନେଇ ମଙ୍ଗଳବାର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ଦେଶର ଯେକୌଣସି ବ୍ୟକ୍ତି ଜମ୍ମୁ-କାଶ୍ମୀର ଏବଂ ଲଦାଖରେ ଜମି କିଣିପାରିବେ ଏବଂ ସେଠାରେ ବସବାସ କରିପାରିବ କିନ୍ତୁ ଚାଷ ଜମି ବିକ୍ରି କରାଯାଇ ପାରିବ ନାହିଁ।

ଗୃହ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଏହି ଆଦେଶକୁ ଜାମ୍ମୁ କାଶ୍ମୀର ପୁନର୍ଗଠନ (କେନ୍ଦ୍ରୀୟ ଆଇନଗୁଡ଼ିକର ଅନୁପାଳନ) ତୃତୀୟ ଆଦେଶ- ୨୦୨୦ କୁହାଯିବ। ଏଥି ସହିତ ଏହି ଆଦେଶକୁ ତୁରନ୍ତ ଲାଗୁ କରାଯାଇଛି। ଅନ୍ୟପକ୍ଷରେ ଏହି ନିୟମ ଲାଗୁ ପରେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଜମ୍ମୁ-କାଶ୍ମୀରରେ ଶିଳ୍ପ ପ୍ରତିଷ୍ଠା ପାଇଁ ଏହି ନିୟମ ସହାୟକ ହେବ। ଜମ୍ମୁ-କାଶ୍ମୀରରେ ବାହ୍ୟ ଶିଳ୍ପ ପ୍ରତିଷ୍ଠା କରାଗଲେ ଏଠାକାର ଯୁବକ ନିଯୁକ୍ତି ପାଇବେ। ତେଣୁ ଶିଳ୍ପ ଜମିର ବିନିଯୋଗ କରିବାର ଆବଶ୍ୟକତା ରହିଛି। କିନ୍ତୁ ଚାଷ ଜମି କେବଳ ରାଜ୍ୟବାସୀଙ୍କ ପାଖରେ ରହିବ।

- Advertisement -


ପୂର୍ବରୁ ଜମ୍ମୁ କାଶ୍ମୀରରେ କେବଳ ସେଠାକାର ବାସିନ୍ଦା ହିଁ ଜମି କ୍ରୟ କରିପାରୁଥିଲେ କିନ୍ତୁ ବର୍ତ୍ତମାନ ବାହାର ରାଜ୍ୟର ଲୋକେ ମଧ୍ୟ ଜମି କିଣି ସେଠାରେ କାମ ଆରମ୍ଭ କରିପାରିବେ । ଜମ୍ମୁ କାଶ୍ମୀର ପୁନର୍ଗଠନ ଅଧିନିୟମ ଅନୁଯାୟୀ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ଏଥିରେ କୌଣସି ଭାରତୀୟ ବର୍ତ୍ତମାନ ଜମ୍ମୁ କାଶ୍ମୀରରେ କାରଖାନା, ଘର କିମ୍ବା ଦୋକାନ ପାଇଁ ଜମି କିଣି ପାରିବେ। ଏଥିପାଇଁ ସ୍ଥାନୀୟ ବାସିନ୍ଦା ହେବାର ପ୍ରମାଣ ଆବଶ୍ୟକ ହେବ ନାହିଁ ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories