www.samajalive.in
Tuesday, December 9, 2025
26.1 C
Bhubaneswar

ଦେଶୀ ରନ୍ଧାମଦ, ମହୁଲ ପୋଚ ଓ ମଦ ରନ୍ଧା ଉପକରଣ ଜବତ: ମହିଳା ଗିରଫ

ଦେବଗଡ଼ :ଦେବଗଡ ଅବକାରୀ ବିଭାଗ ପକ୍ଷରୁ ଆଜି ରିଆମାଳ ଥାନା ଅନ୍ତର୍ଗତ ଛଟାଗାଁ(ଘମମୁଣ୍ଡା)ଗ୍ରାମର ଏକ ନାଳ କଡରେ ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଆଡ୍ଡା ଉପରେ ଅଚାନକ ଚଢାଉ କରାଯାଇ ୨୦ ଲିଟର ଦେଶୀ ରନ୍ଧାମଦ ଜବତ, ୨୦୦ କିଲୋ ମହୁଲ ପୋଚ ଓ ମଦ ରନ୍ଧା ଉପକରଣ ଜବତ କରାଯାଇଥିଲା। ଏଥିସହ ବେଆଇନ ମଦ ପ୍ରସ୍ତୁତ କରୁଥିବା ଜମୁନା ବେହେରା(୩୦) ନାମ୍ନି ଜଣେ ମହିଳାଙ୍କୁ ଗିରଫ କରାଯାଇଛି।

ଅବକାରୀ ବିଭାଗ ସୁତ୍ରରୁ ମିଳିଥରବା ସୂଚନା ଅନୁଯାୟୀ ରିଆମାଳ ଥାନା ଅନ୍ତର୍ଗତ ଛଟାଗାଁ(ଘମମୁଣ୍ଡା)ଗ୍ରାମର ଏକ ନାଳ କଡରେ ବେଆଇନ ଭାବେ ଦେଶୀ ମଦ ପ୍ରସ୍ତୁତ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇ ଦେବଗଡ ଅବକାରୀ ଅଧିକ୍ଷକ ଅଜିତ କୁମାର ମହାପାତ୍ର ସେଠାରେ ଚଢାଉ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦଶ କ୍ରମେ ଦେବଗଡ ଅବକାରୀ ନିରୀକ୍ଷକ ପଦ୍ମଲୋଚନ ପ୍ରଧାନଙ୍କ ନେତୃତ୍ୱରେ ଅବକାରୀ କନଷ୍ଟେବଳ ବାଦଲ ବ୍ରହ୍ମା, ଲିଙ୍କନ ପ୍ରଧାନ ଓ ଲିନା ସାହୁ ପ୍ରମୁଖ ଆଜି ଉକ୍ତ ବେଆଇନ ମଦ ଆଡ୍ଡା ଉପରେ ଚଢାଉ କରି ଉପରୋକ୍ତ ଦେଶୀ ରନ୍ଧାମଦ, ମହୁଲ ପୋଚ ଓ ମଦ ରନ୍ଧା ଉପକରଣ ଜବତ କରିବାସହ ଉକ୍ତ ମହିଳାଙ୍କୁ ଗିରଫ କରିଥିଲେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories