www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ଯୋଗୁଁ ଦୁର୍ଗାପୂଜା ଫିକା, ଦର୍ଶନ ନପାଇ ଶ୍ରଦ୍ଧାଳୁ ନିରାଶ 

ଆଠଗଡ : କରୋନା କଟକଣା ଯୋଗୁଁ ଚଳିତବର୍ଷ ଆଠଗଡ ସମେତ ସବୁଆଡେ ଶାରଦୀୟ ଦୁର୍ଗାପୂଜା ଓ ଦଶହରା ଫିକା ପଡିଯାଇଥିବା ଦେଖାଯାଇଛି। ନା ଆଲୋକ ତୋରଣ, ନା ଆଲୋକ ସଜ୍ଜା, ମେଢ ନାହିଁ କି ଡାକବାଜି ଯନ୍ତ୍ର କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମର କୋଳାହଳ ନାହିଁ। ଦଶହରା ବଜାର ଖାଁ ଖାଁ ଲାଗୁଛି। କୌଣସି ଦୋକାନ କିମ୍ବା ବ୍ୟବସାୟ ପ୍ରତିଷ୍ଠାନରେ ସାଜସଜ୍ଜା ଓ ଆଲୋକ ସଜ୍ଜା ନଥିବା ବେଳେ ଗ୍ରାହକଙ୍କ ଗହଳି କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ। ମହାଅଷ୍ଟମୀ, ନବମୀ ଓ ଦଶମୀ ତିଥିରେ ମା’ଙ୍କ ପୂଜାମଣ୍ଡପ ଗୁଡିକରେ ଏବଂ ବଜାରଘାଟରେ ପୂର୍ବବର୍ଷ ଗୁଡିକରେ ଯେଉଁଭଳି ପ୍ରବଳ ଜନଗହଳି ଦେଖିବାକୁ ମିଳୁଥିଲା ଚଳିତବର୍ଷ କିନ୍ତୁ କୌଣସି ଠାରେ ଆଦୌ ଜନଗହଳି ଦେଖାଯାଉନାହିଁ। ଶନିବାର ପୂଜାମଣ୍ଡପ ଗୁଡିକରେ ମହାଷ୍ଟମୀ ପୂଜାର୍ଚ୍ଚନା କରାଯାଇଥିଲା।

କୋଭିଡ କଟକଣା ଯୋଗୁଁ ପୂଜାମଣ୍ଡପ ଗୁଡିକରେ ପରଦା ଆଢୁଆଳରେ କେବଳ ମା’ଙ୍କର ପୂଜା କରାଯାଇଥିଲା। ପୂଜକ, ଆୟୋଜକ ତଥା ଅନୁଷ୍ଠାନର ୨-୪ଜଣ ସଦସ୍ୟଙ୍କ ବ୍ୟତୀତ ଅନ୍ୟ କେହି ପୂଜା ସମୟରେ ଉପସ୍ଥିତ ନଥିଲେ। ତେବେ ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ନପାଇ ଶ୍ରଦ୍ଦାଳୁମାନେ ଅତ୍ୟନ୍ତ ନିରାଶ ହୋଇଛନ୍ତି। ଆଠଗଡ ସହରର ୫ଟି ପୂଜାମଣ୍ଡପରେ ଜଗତଜନନୀ ମା’ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ସରକାରୀ କଟକଣାକୁ ସମ୍ମାନ ଜଣାଇ ଆୟୋଜକ ଅନୁଷ୍ଠାନ ମାନେ ମୃଣ୍ମୟୀ ପ୍ରତିମାର ଉଚ୍ଚତା ୪ଫୁଟରେ ସୀମିତ ରଖିଛନ୍ତି। ସହରର ଦୁର୍ଗାବଜାର, ରାସରସିକପୁର, ଚାନ୍ଦବାଲିଛକ ବଜାର, କନ୍ତୋଲ ମୁଖ୍ୟ ବଜାର ଓ ହାଟବଜାରରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ପୂଜା ପାଉଛନ୍ତି। ଥାନା ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ଓ ମାଜିଷ୍ଟେଟ ଦାୟିତ୍ୱ ନିର୍ବାହ କରୁଥିବା ସହକାରୀ ଜିଲ୍ଲାପାଳ ପ୍ରିୟବ୍ରତ ଦାସଙ୍କ ଉପସ୍ଥିତିରେ ଆଇନ ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୁଲିସ ବିଭିନ୍ନ ପୂଜା ମଣ୍ଡପ ଏବଂ ବିଭିନ୍ନ ବଜାରରେ ମୃତୟନ କରାଯାଇଛି। ନିରାଡମ୍ବର ପୂଜା ଓ ବିସର୍ଜନ ଲାଗି ସମସ୍ତ ବଜାର କମିଟି ପ୍ରଶାସନ ସହିତ ସହମତି ପ୍ରକାଶ କରିବା ସହିତ ଏଥିରେ ସହମତି ପ୍ରକାଶ କରିଛନ୍ତି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories