www.samajalive.in
Monday, December 15, 2025
27.1 C
Bhubaneswar

ସୁଟିଂ ବିଶ୍ୱକପ୍‌ : ରୌପ୍ୟ ଜିତିଲେ ଅଂଜୁମ୍‌

ନୂଆଦିଲ୍ଲୀ  : ମେକ୍ସିକୋର ଗୌଡାଲାଜାରାରେ ଅନୁଷ୍ଠିତ ବନ୍ଧୁକଚାଳନା ବିଶ୍ୱକପ୍‌ର ମହିଳା ରାଇଫଲ୍‌-୩ ପୋଜିସନ୍‌ସ ବିଭାଗରେ ଭାରତୀୟ ସୁଟର ଅଂଜୁମ୍‌ ମୁଦଗିଲ୍‌ ରୌପ୍ୟ ପଦକ ହାସଲ କରିଛନ୍ତି। ୪୫ ସଟ୍‌ ବିଶିଷ୍ଟ ଫାଇନାଲ ପର୍ଯ୍ୟାୟରେ ଅଂଜୁମ୍‌ ୪୫୪.୨ ପଏଣ୍ଟ ହାସଲ କରି ରୌପ୍ୟ ପଦକ ଜିତିଥିବା ବେଳେ ଚୀନ୍‌ର ରୁଇଜିଆଓ ପେଇ ୪୫୫.୪ ପଏଣ୍ଟ ହାସଲ କରି ସ୍ୱର୍ଣ୍ଣ ଓ ଟିଙ୍ଗ୍‌ ସନ୍‌ ୪୪୨.୨ ପଏଣ୍ଟ ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।
ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ଭାରତ ୮ଟି ପଦକ ହାସଲ କରି ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଭାରତକୁ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ମିଳିଛି। ଚୀନ୍‌ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ସହ ୨ୟ ସ୍ଥାନରେ ରହିଛି। ମହିଳା ରାଇଫଲ୍‌ -୩ ପୋଜିସନ୍‌ ପ୍ରତିଯୋଗିତା ଫାଇନାଲର ମୂଳରୁ ଅଂଜୁମ୍‌ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ପ୍ରଥମ ୧୫ଟି ସଟ୍‌ ଶେଷ ବେଳକୁ ଅଂଜୁମ୍‌ ୩ନଂ ସ୍ଥାନରେ ରହିଥିଲେ। ଏହାପରେ ଅଂଜୁମ୍‌ ଆଖିଦୃଶିଆ ସ୍କୋର ନ କରି ପାରିବାରୁ ୪ର୍ଥ ସ୍ଥାନକୁ ଖସି ଆସିଥିଲେ। ତେବେ ୪୧ତମ ସଟ୍‌ରେ ସେ ୧୦.୮ ପଏଣ୍ଟ ହାସଲ କରି ୨ନଂ ସ୍ଥାନ ଅକ୍ତିଆର କରିଥିଲେ। ଶେଷ ପର୍ଯ୍ୟନ୍ତ ସେ ଏହି ସ୍ଥାନ ବଜାୟ ରଖିବା ସହ ରୌପ୍ୟ ପଦକ ଜିତିବାରେ ସକ୍ଷମ ହୋଇଥିଲେ। ଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ ପର୍ଯ୍ୟାୟରେ ଅଂଜୁମ୍‌ ୧୧୭୦ ପଏଣ୍ଟ ହାସଲ କରି ୨ୟ ସ୍ଥାନରେ ରହି ଫାଇନାଲ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ। ଅନ୍ୟତମ ଭାରତୀୟ ଖେଳାଳି ଗାୟତ୍ରୀ ଓ ତେଜସ୍ୱିନୀ ଏହି ପ୍ରତିଯୋଗିତାର ଫାଇନାଲ ରାଉଣ୍ଡରେ ଖେଳିବା ନିମନ୍ତେ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ। ପୁରୁଷ ୨୫ ମିଟର ରାପିଡ୍‌ ଫାୟାର ପିସ୍ତଲ୍‌ ବିଭାଗରେ ଭାରତର ଯୁବ ଖେଳାଳି ଅନିସ୍‌ ବାନୱାଲା ୬ଷ୍ଠ ଓ ନୀରଜ କୁମାର ୧୩ତମ ସ୍ଥାନରେ ରହିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories