www.samajalive.in
Sunday, December 14, 2025
23.1 C
Bhubaneswar

ଆୟରଲାଣ୍ଡଠାରୁ ହାରି ଭାରତ ପଦକ ଦୌଡ଼ରୁ ବାଦ୍‌

ଇପୋ (ମାଲେସିଆ) : ଏଠାରେ ଚାଲିଥିବା ୨୭ତମ ସୁଲ୍‌ତାନ ଆଜ୍‌ଲାନ ଶାହା କପ୍‌ ପୁରୁଷ ହକି ଟୁର୍ଣ୍ଣାମେଣ୍ଟର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ଶୁକ୍ରବାର ଖେଳା ଯାଇଥିବା ମ୍ୟାଚ୍‌ରେ ବିଶ୍ୱର ୬ନଂ ଦଳ ଭାରତକୁ ୩-୨ ଗୋଲ୍‌ରେ ୧୦ ନମ୍ବର ଦଳ ଆୟରଲାଣ୍ଡ ପରାସ୍ତକରି ବଡ଼ ବିପର୍ଯ୍ୟୟ ଘଟାଇଛି। ଏହି ମ୍ୟାଚ୍‌କୁ ବିପୁଳ ବ୍ୟବଧାନରେ ଜିତିଥିଲେ ଭାରତର ଫାଇନାଲ ଖେଳିବା ଆଶା ବଜାୟ ରହିଥାଆନ୍ତା। ତେବେ ପରାଜୟ ଯୋଗୁଁ ଫାଇନାଲ ଖେଳିବା କ’ଣ ପଦକ ଦୌଡ଼ରୁ ମଧ୍ୟ ଭାରତ ବାଦ୍‌ପଡ଼ିଛି। ମ୍ୟାଚ୍‌ରେ ଭାରତ ୨ ଥର ଆଗରେ ଥିଲେ ହେଁ ଆୟରଲାଣ୍ଡ ଲଢ଼ୁଆ ପ୍ରଦର୍ଶନ କରି ସମାନସ୍ତରକୁ ଆସିଥିଲା ଏବଂ ପରେ ବିଜୟସୂଚକ ୩ୟ ଗୋଲ୍‌ ମଧ୍ୟ ସ୍କୋର୍‌ କରିଥିଲା। ଆୟୋଜକ ମାଲେସିଆକୁ ୫-୧ ଗୋଲ୍‌ରେ ହରାଇ ଫାଇନାଲ ଖେଳିବା ଆଶା ଉଜ୍ଜୀବିତ ରଖିଥିଲେ ହେଁ ଆୟରଲାଣ୍ଡଠାରୁ ହାରିବା ସର୍ଦ୍ଦାର ସିଂହଙ୍କ ଦଳ ପାଇଁ ଶକ୍ତ ଧକ୍କା ହୋଇଛି। ୫ମ ମ୍ୟାଚ୍‌ରେ ଏହା ଭାରତର ୩ୟ ପରାଜୟ ହୋଇଥିବା ବେଳେ ମାତ୍ର ୪ ପଏଣ୍ଟ ସହ ଏହା ଲିଗ୍‌ ପର୍ଯ୍ୟାୟ ଶେଷକରିଛି। ୬ଟି ଦଳଙ୍କ ମଧ୍ୟରେ ଭାରତ ୫ମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ତା’ର ପ୍ରଥମ ୪ଟିଯାକ ମ୍ୟାଚ୍‌ ହାରିଥିବା ଆୟରଲାଣ୍ଡ ପ୍ରଥମ ବିଜୟ ହାସଲ କରିଛି। ଶନିବାର ଏହି ଆୟରଲଣ୍ଡ ବିରୋଧରେ ଭାରତ ୫ମ ଓ ୬ଷ୍ଠ ସ୍ଥାନ ପାଇଁ ମ୍ୟାଚ୍‌ ଖେଳିବ।
ବିପୁଳ ବ୍ୟବଧାନରେ ବିଜୟ ଲକ୍ଷ୍ୟରେ ଭାରତ ଆକ୍ରମଣାତ୍ମକ ଢଙ୍ଗରେ ମ୍ୟାଚ୍‌ ଆରମ୍ଭ କରିଥିଲା। ୧୦ ମିନିଟରେ ଭାରତକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ବରୁଣ କୁମାରଙ୍କ ହିଟ୍‌କୁ ଡାଇଭ୍‌ମାରି ଅତି ନିକଟରୁ ବଲ୍‌କୁ ଗୋଲ୍‌ ମଧ୍ୟକୁ ପଠାଇ ଦେଇଥିଲେ ଅଭିଜ୍ଞ ଷ୍ଟ୍ରାଇକର ରମଣଦୀପ ସିଂହ। ପରେପରେ ଭାରତକୁ ଆଉ ଏକ ପେନାଲ୍‌ଟି କର୍ଣ୍ଣର ମିଳିଥିଲେ ହେଁ ବରୁଣ କୁମାର ବାହାରକୁ ହିଟ୍‌ ମାରିଥିଲେ। ଏହା ପରେ ମଧ୍ୟ ଭାରତ ଆକ୍ରମଣ ଜାରି ରଖିଥିଲେ ହେଁ ଗୋଲ୍‌ ମିଳିନଥିଲା। ତେବେ ୨୪ ମିନିଟରେ ଆୟରଲାଣ୍ଡ୍‌ର ଫିଲ୍‌ଡ ଗୋଲ୍‌ ଭାରତକୁ ଚକିତ କରିଥିଲା। କର୍କ ସିମିନ୍‌ସ ଓ ସନ୍‌ ମରେ ପାସ୍‌ ବିନିମୟ କରି ବଲ୍‌ ଦେଇଥିଲେ ସେନ୍‌ ଓ’ଡୋନୋଘ୍ୟୁଙ୍କୁ; ଯେଉଁଥିରୁ ଓ’ଡୋନୋଘ୍ୟୁ ଗୋଲ୍‌ ଦେଇଥିଲେ। ୨୬ ମିନିଟରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଏଥିରୁ ଓଡ଼ିଆ ଡିଫେଣ୍ଡର ଅମିତ ରୋହିଦାସ ହିଟ୍‌ ମାରିଥିଲେ; ଯାହା ଆୟରଲାଣ୍ଡ୍‌ର ଗୋଲ୍‌ରକ୍ଷକଙ୍କୁ ପରାସ୍ତ କରିଥିଲା। ମଧ୍ୟାନ୍ତର ସୁଦ୍ଧା ଭାରତ ୨-୧ ଗୋଲ୍‌ରେ ଆଗୁଆ ଥିଲା। ୩ୟ କ୍ୱାର୍ଟର ଭାରତକୁ ଘାଇଲା କରିଥିଲା। ୩୬ ମିନିଟରେ ଆୟରଲାଣ୍ଡ୍‌ର ସନ୍‌ ମରେ ଓ ୪୨ ମିନିଟରେ ଲି କୋଲ୍‌ ୨ଟି ଗୋଲ୍‌ଦେଇ ଦଳକୁ ୩-୨ ଗୋଲ୍‌ରେ ଆଗୁଆ କରିଥିଲେ। ପରେ ଭାରତ ଗୋଲ୍‌ ସ୍କୋର୍‌ କରିବାର ସମସ୍ତ ପ୍ରୟାସ କରିଥିଲେ ହେଁ ଖରାପ ଫିନିସିଂ ଏବଂ ଆୟରଲାଣ୍ଡ ରକ୍ଷାପନ୍ଥୀ ଓ ଗୋଲ୍‌ରକ୍ଷକଙ୍କ ଲଢ଼ୁଆ ପ୍ରଦର୍ଶନ ଯୋଗୁଁ ଭାରତ ଏଥିରେ ବିଫଳ ହୋଇଥିଲା। ଅନ୍ତିମ କ୍ୱାର୍ଟରରେ ଭାରତ ଏକାଧିକ ପେନାଲ୍‌ଟି କର୍ଣ୍ଣର ପାଇଥିବା ବେଳେ ଅମିତ ରୋହିଦାସ ଓ ବରୁଣ କୁମାରଙ୍କ ପ୍ରୟାସ ବେକାର ହୋଇଥିଲା। ଶେଷ କ୍ୱାର୍ଟରରେ ଆୟରଲାଣ୍ଡ ତା’ର ଦୁର୍ଗ ରକ୍ଷା କରି ପାରିଥିଲା।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories