www.samajalive.in
Sunday, December 7, 2025
26.1 C
Bhubaneswar

ବଡ଼ ଲଢ଼େଇରେ ସନରାଇଜର୍ସ-ପଞ୍ଜାବ ଦିଲ୍ଲୀ ଦଖଲ ଲକ୍ଷ୍ୟରେ କଲକାତା

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଚଳିତ ସଂସ୍କରଣର ଶନିବାର ଦୁଇଟି ମ୍ୟାଚ ଖେଳାଯିବ। ଆବୁଧାବିରେ ପ୍ରଥମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍‌ସ ଓ କଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳାଯିବାବେଳେ ଦୁବାଇରେ ଦ୍ବିତୀୟ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ସନରାଇଜର୍ସ ହାଇଦ୍ରାବାଦ୍ ମୁହାଁମୁହିଁ ହେବେ।
ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୧୪ ପଏଣ୍ଟ ହାସଲ କରିଛି। ଦଳକୁ ପ୍ଳେ ଅଫ ଉନ୍ନୀତ ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। କଲକାତା ବିପକ୍ଷ ମ୍ୟାଚକୁ ବିଜୟୀ ହୋଇ ପ୍ଳେ ଅଫ ସ୍ଥାନ ପକ୍କା କରିବା ଲକ୍ଷ୍ୟ ରଖିଛି। ଓପନର ଶିଖର ଧାୱନ ଚମତ୍କାର ଫର୍ମରେ ରହିଥିବାବେଳେ ଶ୍ରେୟସ , ହେତ୍‌ମେୟାର, ଋଷଭ ପନ୍ତ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ବୋଲିଂରେ କାଗିସୋ ରାବଡା ୨୧ଟି ଓ ରବିଚନ୍ଦ୍ରନ ଅଶ୍ବିନ ଭଲ ପ୍ରଦର୍ଶନ କରୁଛନ୍ତି। ଅନ୍ୟପକ୍ଷରେ ଇୟାନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍‌ ରାଇଡର୍ସ ୧୦ଟି ମ୍ୟାଚରୁ ୫ଟି ବିଜୟ ଓ ୫ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଦିଲ୍ଲୀ ବିପକ୍ଷ ମ୍ୟାଚରେ ବିଜୟୀ ହେବା ଏକାନ୍ତ ଆବଶ୍ୟକତା ରହିଛି। ଦଳ ଶେଷ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଯେଉଁଭଳି ଭାବେ ଦୟନୀୟ ପରାସ୍ତ ହୋଇଥିଲା ଏଥିରୁ ମୁକୁଳିବା ନେଇ ଉଦ୍ୟମ କରିବ। ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ଦିଲ୍ଲୀ ବିଜୟୀ ହୋଇଥିବାରୁ କଲକାତା ପ୍ରତିଶୋଧ ଲକ୍ଷ୍ୟ ନେଇ ଖେଳିବ। ସେହିପରି ଦ୍ବିତୀୟ ମ୍ୟାଚରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ମୁହାଁମୁହିଁ ହେବେ। ଉଭୟ ଦଳ ପାଇଁ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଉକ୍ତ ମ୍ୟାଚ ବିଜୟୀ ହେବା ଏକାନ୍ତ ଆବଶ୍ୟକତା ରହିଛି। ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ପଞ୍ଜାବ ପ୍ରଥମ ରାଉଣ୍ଡ ମ୍ୟାଚରେ ଦୟନୀୟ ପ୍ରଦର୍ଶନ ପରେ ଦ୍ବିତୀୟ ରାଉଣ୍ଡରେ ଲଗାତାର ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଦଳ ୧୦ଟି ମ୍ୟାଚରୁ ୪ଟି ବିଜୟ ଓ ୬ଟି ପରାଜୟ ସହ ୮ ପଏଣ୍ଟ ପାଇ ପ୍ଲେ ଅଫ ଆଶା ବଜାୟ ରଖିଛି। ରାହୁଲ ଓ ମୟଙ୍କ ଓପନର ଯୋଡ଼ି ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ନିକୋଲାସ ପୁରନ ମଧ୍ୟ ଭଲ ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି। ବୋଲିଂରେ ମହମ୍ମଦ ସାମି ଦଳ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହେଉଛନ୍ତି। ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦ୍ରାବାଦ୍‌ ୧୦ଟି ମ୍ୟାଚରୁ ୪ଟି ବିଜୟ ଓ ୬ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିବା  ସହ ପ୍ଳେ ଅଫ ଆଶାକୁ ବଜାୟ ରଖିଛି। ମନୀଷ ପାଣ୍ଡେ ଓ ବିଜୟ ଶଙ୍କରଙ୍କ ବ୍ୟାଟିଂ ସହ ଜାସନ ହୋଲଡରଙ୍କ ବୋଲିଂକୁ ନେଇ ଦଳ ବେଶ ଉତ୍ସାହିତ ଅଛି। ପଞ୍ଜାବ ଓ ହାଇଦ୍ରାବାଦ ଉଭୟ ସମାନ ପଏଣ୍ଟରେ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଅନୁମାନ କରାଯାଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories