www.samajalive.in
Saturday, December 6, 2025
16.1 C
Bhubaneswar

ଅସ୍ତ୍ରଶସ୍ତ୍ର ପରୀକ୍ଷଣରେ ବାୟୁସେନାର ପଦକ୍ଷେପ ପ୍ରଶଂସନୀୟ – ଡ଼ିଆରଡ଼ିଓ

ଭାରତୀୟ ବାୟୁସେନାର ସହାୟତା ମିଳିନଥିଲେ ଡିଆରଡିଓ ଦ୍ୱାରା ବିକଶିତ ଅନେକ ଅସ୍ତ୍ର କମ ସମୟ ମଧ୍ୟରେ ପରୀକ୍ଷଣ କରାଯାଇ ପାରିନଥାନ୍ତା ବୋଲି ଡିଆରଡିଓ ଅଧ୍ୟକ୍ଷ ଡଃ ଜୀ. ସତୀଶ ରେଡ୍ଡୀ କହିଛନ୍ତି। ଭାରତୀୟ ବାୟୁସେନା ସହାୟତାରେ ଆଣ୍ଟି-କୋଭିଡ ୧୯ ଉପକରଣ ପରିବହନ କରି ସଠିକ ସମୟରେ ପହଂଚାଇଥିବାରୁ ସେ ବାୟୁସେନାର ପ୍ରଶଂସା କରିଛନ୍ତି। ଡଃ ରେଡ୍ଡୀ କହିଛନ୍ତି, ‘ଆମର ପରୀକ୍ଷଣ ଏବଂ ଆଣ୍ଟି- କୋଭିଡ ୧୯ ପଦକ୍ଷେପ ପାଇଁ ଭାରତୀୟ ବାୟୁସେନା ଆମକୁ ସକ୍ରିୟ ସମର୍ଥନ ଦେଇଛି। ସେମାନଙ୍କର ସକ୍ରିୟ ସମର୍ଥନ ବିନା, ଆମର ଅନେକ ଅସ୍ତ୍ର ପରୀକ୍ଷାକୁ ସ୍ୱଳ୍ପ ନୋଟିସରେ କରିବା ତଥା ପରିବହନ କରିବା ସମ୍ଭବ ହୋଇନଥାନ୍ତା।

ସେ କହିଛନ୍ତି ଯେ ଗତ ଛଅରୁ ସାତ ସପ୍ତାହ ମଧ୍ୟରେ ଡିଆରଡିଓ ଦ୍ୱାରା ଶୌର୍ଯ୍ୟ କ୍ଷେପଣାସ୍ତ୍ର, ନାଗ ଆଣ୍ଟି ଟ୍ୟାଙ୍କ ମିସାଇଲ୍, ବ୍ରାହ୍ମୋସ୍ କ୍ଷେପଣାସ୍ତ୍ର, ହାଇପରସୋନିକ୍ ମିସାଇଲ୍ ଟେକ୍ନୋଲୋଜି ପ୍ରଦର୍ଶନ ଯାନ, ଆଣ୍ଟିରାଡିଏସନ୍ ମିସାଇଲ୍ ସିଷ୍ଟମ୍ ଏବଂ ରୁଦ୍ରମ ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ରର ପ୍ରାୟ ଏକ ଡଜନରୁ ଅଧିକ ସଫଳ ପରୀକ୍ଷଣ କରିଛି।

- Advertisement -

ଗତ ଛଅ ମାସ ମଧ୍ୟରେ, ଭାରତୀୟ ବାୟୁସେନା ଡିଆରଡିଓ ସଂଗଠନ ପାଇଁ କୋଭିଡ ରିଲିଫ ଏବଂ ଅସ୍ତ୍ର ପରୀକ୍ଷଣ ପାଇଁ ୧୬୦ ଘଣ୍ଟାରୁ ଅଧିକ ସମୟ ଉଡ଼ାଣ କରିଛି। ବାୟୁସେନା ପରିଚାଳନା ନିର୍ଦ୍ଦେଶାଳୟ ଏବଂ ଡିଆରଡିଓ ମଧ୍ୟରେ ସମୟାନୁବର୍ତ୍ତୀ ସମନ୍ୱୟ ପାଇଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ଅନ୍ୟ ପକ୍ଷରେ ଡିଆରଡିଓ ପରୀକ୍ଷଣ ଦଳ ପାଇଁ ବାୟୁସେନା ୧୫ଟି ବିମାନ ଯୋଗାଇ ଦେଇଥିଲା।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories