www.samajalive.in
Saturday, December 6, 2025
15.1 C
Bhubaneswar

ଉପନିର୍ବାଚନ କର୍ମଚାରୀଙ୍କ ଅନୁକମ୍ପା ରାଶି, ମୃତ୍ୟୁ ହେଲେ ରାଜ୍ୟ ସରକାର ଦେବେ ୩୦ଲକ୍ଷ ଟଙ୍କା

ଭୁବନେଶ୍ୱର: କୋଭିଡ୍‍-୧୯ ମହାମାରୀ ମଧ୍ୟରେ ହେଉଥିବା ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବଳମାନେ ଯଦି କୋଭିଡ୍‍ ଆକ୍ରାନ୍ତ ହୋଇମୃତ୍ୟୁ ବରଣ କରନ୍ତି ତାହେଲେ ସେମାନଙ୍କ ପରିବାରକୁ କ୍ଷତିପୂରଣ ବାବଦ ୩୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସରକାରଙ୍କ ତରଫରୁ ଯୋଗାଇ ଦିଆଯିବ ବୋଲି ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା ବ୍ୟତୀତ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଭାରତ ଇଲେକ୍ଟ୍ରୋନିକ୍ସ ଲିମିଡେ୍‍ ଏବଂ ଇସିଆଇଏଲ୍‍ର ଇଞ୍ଜିନିୟରମାନେ କୋଭିଡ୍‍ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ମଧ୍ୟ କ୍ଷତିପୂରଣ ବାବଦରେ ୩୦ଲକ୍ଷ ଟଙ୍କା ଅନୁକମ୍ପା ରାଶି ଯୋଗାଇ ଦିଆଯିବ। ସେହିପରି ଉପରୋକ୍ତ କର୍ମଚାରୀମାନେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥାଇ ଯଦି ହିଂସାତ୍ମକ ଗଣ୍ଡଗୋଳ, ଉଗ୍ରପନ୍ଥୀ ଆକ୍ରମଣ, ବୋମା ବିସ୍ଫୋରଣ ଓ ରୋଡ୍‍ମାଡ୍ସ ଦ୍ୱାରା ମୃତ୍ୟୁବରଣ କରନ୍ତି, ତାହେଲେ ମୃତକଙ୍କ ପରିବାରକୁ ମଧ୍ୟ ୩୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି କ୍ଷତିପୂରଣ ବାବଦକୁ ମିଳିବ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories