www.samajalive.in
Monday, December 8, 2025
13.1 C
Bhubaneswar

ବିହାର ନିର୍ବାଚନ ରାଲିରୁ ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ କୃଷକ ନୁହେଁ ଆଦାନୀ ଏବଂ ଅମ୍ବାନୀଙ୍କ ପାଇଁ କାମ କରୁଛନ୍ତି ମୋଦୀ

ପାଟଣା : ବିହାରର ନିର୍ବାଚନୀ ରାଲିରୁ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଜି ବିହାର ନୱାଡ​‌ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ଏକ ନିର୍ବାଚନୀ ରାଲିକୁ ସମ୍ଭୋଧିତ କରୁଥିଲେ । ଏହି ସଭାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଭାଷାରେ କଟାକ୍ଷ କରିବା ସହ ମୋଦୀ ବିହାରବାସୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବା କହିଛନ୍ତି ରାହୁଲ। ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିହାରବାସୀଙ୍କୁ ମିଛ କୁହନ୍ତୁ ନାହିଁ । ଆପଣ ନିର୍ବାଚନୀ ଇସ୍ତାହାରରେ ବିହାର ଯୁବକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ କହିଛନ୍ତି କିନ୍ତୁ ପ୍ରଧାନମନ୍ତ୍ରୀ ଗତ ନିର୍ବାଚନ ସମୟରେ ୨ କୋଟି ଲୋକଙ୍କୁ ରୋଜଗାର ଦେବେ ବୋଲି ଦେଶବାସୀଙ୍କୁ କହିଥିଲେ। କୁଆଡେ ଗଲା ପ୍ରଧାନମନ୍ତ୍ରୀଙ୍କ ସେହି ପ୍ରତିଶ୍ରୁତି। ନିର୍ବାଚନ ସମୟରେ କେବଳ ମିଛ ପ୍ରତିଶ୍ରୁତି ନଦେଇ ଯାହା କହୁଛନ୍ତି ତାହା ପୂରଣ କରନ୍ତୁ ବୋଲି ରାହୁଲ କହିଛନ୍ତି।

ରାହୁଲ ଆହୁରୀ ମଧ୍ୟ କହିଛନ୍ତି ଯେ ଦେଶର ଯେଉଁ ରାଜ୍ୟରେ କଂଗ୍ରେସ ସରକାର ରହିଛି ସେଠାରେ କୃଷକଙ୍କୁ ଋଣ ଛାଡ କରାଯାଇଛି। କିନ୍ତୁ ମୋଦୀ ସରକାର କିଛି ଦିନ ତଳେ ଯେଉଁ ୩ ଟି କୃଷି ଆଇନ ପ୍ରଣୟନ କରିଛନ୍ତି ସେଥିରେ କୃଷକଙ୍କୁ କୌଣସି ଲାଭ ମିଳିବନି। କେବଳ ଲାଭ ମିଳିବ ମୋଦୀଙ୍କ ଶିଳ୍ପପତି ବନ୍ଧୁ ମାନଙ୍କୁ। ପ୍ରଧାନମନ୍ତ୍ରୀ ଦେଶର କୃଷକଙ୍କ ପାଇଁ ନୁହେଁ ବରଂ ଆଦାନୀ ଏବଂ ଅମ୍ବାନୀଙ୍କ ପାଇଁ କାମ କରୁଥିବା ରାହୁଲ ଅଭିଯୋଗ କରିଛନ୍ତି। ଏଥି ସହିତ ରାହୁଲ ଗାନ୍ଧୀ ଭାରତ-ଚୀନ ସୀମା ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେତେବେଳେ ଚୀନ ସେନା ସୀମାରେ ବିହାରୀ ଯୁବକମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ବିହାର ଯୁବକ ଯେଉଁମାନେ ସେନାରେ ଭାରତମାତାର ସେବା କରୁଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ କେବଳ ଭାଷଣ ଦେଲେ କିଛି କରିପାରିଲେ ନାହିଁ। ଏହାପରେ ଯେତେବେଳେ ଚୀନ ଭାରତର ୧୨ଶହ ବର୍ଗ ମିଟର ଜମି କବଜା କରି ରଖିଛନ୍ତି କିନ୍ତୁ ମୋଦୀ ଦେଶବାସୀଙ୍କୁ ମିଛ କହି ଚାଲିଛନ୍ତି ଯେ ଚୀନ କୌଣସି ଜମି କବଜା କରିନାହିଁ।

- Advertisement -

ଏଥି ସହିତ ରାହୁଲ ବିମୁଦ୍ରୀକରଣ ପ୍ରସଙ୍ଗ ଉଠାଇ ଲୋକମାନଙ୍କୁ ପଚାରିଥିଲେ ଯେ, ତୁମେ ବିମୁଦ୍ରୀକରଣ ଦ୍ୱାରା ଲାଭ ପାଇଛ କି? ଖରାଦିନେ ତୁମେ ବ୍ୟାଙ୍କ ସାମ୍ନାରେ ଛିଡା ହୋଇ ଜୀବନ ଦେଲ କିନ୍ତୁ ମୋଦୀ ସରକାର ବିମୁଦ୍ରୀକରଣକୁ ଏକ ଐତିହାସିକ ପଦକ୍ଷେପ କହୁଛନ୍ତି। କରୋନା ପାଇଁ ଯେତେବେଳ ଲକ୍‌ଡାଉନ ହେଲା ପ୍ରବାସୀ ଶ୍ରମିକମାନେ ପାଦରେ ଚାଲି ଚାଲି ମାଇଲ ମାଇଲ ବାଟ ଆସିଲେ । ବାଟରେ କେତେକ ମୃତ୍ୟୁ ବରଣ ମଧ୍ୟ କଲେ କିନ୍ତୁ ପ୍ରଧାନମନ୍ତ୍ରୀ କଣ କରୁଥିଲେ। ଶ୍ରମିକଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାପାଇଁ କଣ ପଦକ୍ଷେପ ନେଇଥିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି। ଏଥି ସହିତ ସେ କହିଛନ୍ତି ମୁଁ ନିଶ୍ଚିନ୍ତ ଯେ ବିହାରବାସୀ ସତ କଣ ଜାଣିଛନ୍ତି ତେଣୁ ଏଥର ମୋଦୀ-ନୀତିଶଙ୍କୁ ସେମାନେ ସଠିକ ଉତ୍ତର ଦେବେ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories