www.samajalive.in
Tuesday, December 9, 2025
15.1 C
Bhubaneswar

୨ ବର୍ଷ ପରେ ପରଦାକୁ ଫେରିବେ ଶାହରୁଖ, ଖୁବ୍‍ଶୀଘ୍ର ଆରମ୍ଭ ହେବ ‘ପଠାନ୍‍’ର ଶୁଟିଂ

ମୁମ୍ବଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ୍‍ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ବଡ଼ ପରଦାରେ ଧମାଲ୍‍ କରିବାକୁ ପ୍ରସ୍ତୁତ। ୨୦୧୮ରେ ମୁକ୍ତିଲାଭ କରିଥିବା ‘ଜିରୋ’ ଫିଲ୍ମ ପରେ ରୂପେଲୀ ପରଦାରୁ ଦୂରେଇ ଯାଇଥିବା କିଙ୍ଗ୍‍ ଖାନ୍‍ ଖୁବଶୀଘ୍ର ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ପଠାନ୍‍’ର ଶୁଟିଂ ଆରମ୍ଭ କରିବେ। ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ମାସରୁ ସେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରିବେ।

ଏହି ଫିଲ୍ମର ଶୁଟିଂ ୨ ଭାଗରେ ହେବ। ନଭେମ୍ବର ଓ ଡିସେମ୍ବରରେ ଶାହରୁଖ ଏକା ଶୁଟିଂ କରିବେ। ନୂଆବର୍ଷ ଛୁଟିପରେ ପୂରା ଟିମ୍ ଶୁଟିଂ କରିବେ। ଏହି ଫିଲ୍ମରେ ଶାହରୁଖଙ୍କ ସହିତ ଦୀପିକା ପାଦୁକୋନ ଓ ଜନ ଇବ୍ରାହିମଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହି ଫିଲ୍ମ ଜରିଆରେ ଶାହରୁଖ ଓ ଜନ୍‍ଙ୍କୁ ପ୍ରଥମ ଥର ପାଇଁ ପରଦାରେ ଏକାଠି ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ଏହି ଫିଲ୍ମ ପାଇଁ ଶାହରୁଖ୍‍ ମୁମ୍ବଇର ଅନେ୍ଧରୀ ସ୍ଥିତ ୟଶରାଜ ଫିଲ୍ମ ଷ୍ଟୁଡିଓରେ ଶୁଟିଂ କରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories