www.samajalive.in
Tuesday, December 9, 2025
17.1 C
Bhubaneswar

୨୪ଘଣ୍ଟିଆ ରୋଗୀସେବାର ପ୍ରତିଶୃତି ପରେ ପିପିଲି ଡାକ୍ତରଖାନା ସମ୍ମୁଖରୁ ଆମରଣ ଅନଶନ ପ୍ରତ୍ୟାହୃତ

ପିପିଲି :  ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ସାଙ୍ଗକୁ ୨୪ଘଣ୍ଟିଆ ରୋଗୀସେବା ଯୋଗାଇଦେବା ଦାବିରେ ଡାକ୍ତରଖାନା ସମ୍ମୁଖରେ ଚାଲିଥିବା ଆମରଣ ଅନଶନ ଆଜି ତୃତୀୟ ଦିନରେ ପହଞ୍ଚିଥିବା ବେଳେ ପ୍ରଶାସନ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପ୍ରତିଶୃତି ପରେ ଅନଶନ ପ୍ରତ୍ୟାହୃତ ହୋଇଛି। ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ନିମନ୍ତେ ଏଠାକୁ ୩ଜଣ ଡାକ୍ତରଙ୍କୁ ଡେପୁଟେସନରେ ଅଣାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନ୍ୟ ଦୁଇଜଣ ବିଶେଷଜ୍ଞ ଡାକ୍ତରଙ୍କୁ ଏଠାରେ ନୂତନ ଭାବେ ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି।

ପିପିଲି ଅଞ୍ଚଳର ଏହି ପ୍ରମୁଖ ଡାକ୍ତରଖାନାରେ ଗତ କିଛି ମାସ ଧରି ଡାକ୍ତର ଅଭାବ ଯୋଗୁଁ ରୋଗୀସେବା ବ୍ୟାହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ସ୍ୱାସ୍ଥ୍ୟସେବା ଭଳି ଜରୁରୀ ମୌଳିକ ସେବା ପାଇବାରୁ ବଞ୍ଚିତ ହୋଇଥିଲେ। ଏହି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୪ଜଣ ନୂଆ ସ୍ଥାୟୀ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା, ଏଠାରେ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା, ନିରାମୟ ଯୋଜନାରେ ରୋଗୀଙ୍କୁ ୨୪ ଘଣ୍ଟିଆ ମାଗଣା ଔଷଧ ବିତରଣ କରାଯିବା, ଖାଲି ପଡିଥିବା କର୍ମଚାରୀ ପଦବୀ ପୂରଣ କରାଯିବା ଓ ଏଠାରେ ଉପଲବ୍ଧ ସମସ୍ତ ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯିବା ଆଦି ଦାବିରେ ସାମ୍ବାଦିକ ରାକେଶ ରୋଶନ ମହାନ୍ତି, ସମାଜସେବୀ ଅନୁପ ପରିଡା, ପ୍ରଣତୀରାଣୀ ପ୍ରଧାନ, ତିଳୋତମା ବାରିକ, ପ୍ରବୀର ହାଲଦାର, ଜାତୀୟ ଦଳିତ ଆଦିବାସୀ ମାଇନରିଟି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ବିଶାଲ ବାରିକ ପ୍ରମୁଖଙ୍କ ନେତୃତ୍ୱରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ମେଡିକାଲ ସମ୍ମୁଖରେ ଗତ ସୋମବାର ଠାରୁ ଆମରଣ ଅନଶନ ଚଳାଇଥିଲେ।

- Advertisement -

ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସଂପାଦିକା ନିରୂପମା ପାତ୍ର, ସମାଜବାଦୀ ପାର୍ଟି ରାଜ୍ୟ ସାଧାରଣ ସଂପାଦକ ସୁଦର୍ଶନ ପ୍ରଧାନ,ପିପିଲି ବ୍ୟବସାୟୀ ସଂଘ ସଭାପତି ଅଶୋକ ଅଗ୍ରୱାଲ ପ୍ରମୁଖ ଅନଶନକୁ ସମର୍ଥନ କରି ଆଜି ସେମାନଙ୍କ ସହ ଯୋଗ ଦେଇଥିଲେ। ତହସିଲଦାର ସପନ କୁମାର ନନ୍ଦ, ପିପିଲି ଏସଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟି, ବ୍ଲକ ପ୍ରକଳ୍ପ ସ୍ୱାସ୍ଥ୍ୟ ଅଧିକାରୀ(ବିପିଏଚ୍‍ଓ) ଡାକ୍ତର ବିନୟ କୁମାର ପଣ୍ଡା ପ୍ରମୁଖ ଅନଶନକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଡାକ୍ତରଖାନାରେ ରୋଗୀଙ୍କୁ ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବା, ନିରାମୟ ଯୋଜନାର ଗାଇଡଲାଇନ ଅନୁସାରେ ଡାକ୍ତରଖାନାର ଓପିଡି ସମୟରେ ନିରାମୟ ଔଷଧ ବିତରଣ କେନ୍ଦ୍ର ଖୋଲା ରହିବ ଏବଂ ଜରୁରୀ ସମୟରେ ଆଇପିଡି ଔଷଧ ଜରୁରୀକାଳୀନ ରୋଗୀମାନଙ୍କୁ ଯୋଗାଇ ଦିଆଯିବ ବୋଲି ବିପିଏଚ୍‍ଓ ଡାକ୍ତର ପଣ୍ଡା ପ୍ରକାଶ କରିବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଡେଲାଙ୍ଗ ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ, ସତ୍ୟବାଦୀ ଆଇଆଇସି ଦେବୀପ୍ରସାଦ ପାତ୍ରଙ୍କ ସମେତ ୧୦ରୁ ଅଧିକ ମହିଳା ଓ ପୁରୁଷ ଅଧିକାରୀ ଏବଂ ଏକ ପ୍ଲାଟୁନ୍‍ ପୁଲିସ ଫୋର୍ସ ଘଟଣାସ୍ଥଳରେ ମୂତୟନ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories