www.samajalive.in
Wednesday, December 10, 2025
16.1 C
Bhubaneswar

ତେଲ ନଦୀ ପୋଲରୁ ଡେଇଁ ୨ ଭଉଣୀ ନିଖୋଜ

ତୁଷୁରା : ତୁଷୁରା ଥାନା ଅନ୍ତର୍ଗତ ତୁଷୁରା-ଗୁଡ଼ଭେଲା ରାସ୍ତାରେ ଥିବା ତେଲ ନଦୀ ପୋଲ ଉପରୁ ୨ ଭଉଣୀ ନଦୀକୁ ଡେଇଁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କର କୌଣସି ସୁରାକ ମିଳିପାରି ନ ଥିବାବେଳେ ତୁଷୁରା ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ପୋଲ ଉପରେ ଚାବି ଲାଗିଥିବା ଏକ ସ୍କୁଟି, ୨ ହଳ ଚପଲ ରହିଥିବା ଜଣାପଡିଛି। ଦୁଇ ଯୁବତୀ ଗୁଡ଼ଭେଲାର ବ୍ୟବସାୟୀ ରାମଅବତାର ଅଗ୍ରୱାଲଙ୍କ ଦୁଇ ଝିଅ ଅନମୋଲ (୨୨) ଓ ଆଞ୍ଚଳ (୧୯) ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ତୁଷୁରା ପୁଲିସ, ଗୁଡ଼ଭେଲା ଅଗ୍ନିଶମ ବାହିନୀ, ସଇଁନ୍ତଲା ଅଗ୍ନିଶମ ବାହିନୀ ଓ ବଲାଙ୍ଗିର ଓଡା୍ରଫ ଟିମ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିବା ବେଳେ ନଦୀରେ ଖୋଜାଖୋଜି ଆରମ୍ଭ କରିଛନ୍ତି। ଦମକଳ ବାହିନୀର ଗୋଟିଏ, ଓଡ୍ରାଫର ଗୋଟିଏ ଟିମ୍‌ ମିଶି ୨ଟି ବୋଟ ଓ ଓ ସ୍କୁବା ଡ୍ରାଇଭର ଟିମ୍‌ର ୨ଜଣ ନଦୀ ଭିତରକୁ ପଶି ଖୋଜାଖୋଜି କରିଥିଲେ। ତେଲ ନଦୀରେ ବର୍ଷା ଯୋଗୁଁ ପ୍ରଖର ପାଣି ବହୁଥିବାରୁ ଦମକଳ ବାହିନୀ ଓ ଓଡା୍ରଫ ଟିମକୁ ନଦୀ ଭିତରେ ଖୋଜିବା କଷ୍ଟକର ହୋଇପଡ଼ିଛି। ତଥାପି ଉଦ୍ଧାରକାରୀ ଟିମ ସନ୍ଧ୍ୟା ପର୍ଯ୍ୟନ୍ତ ନଦୀ ଭିତରେ ଛାନଭିନ କରିଥିଲେ ମଧ୍ୟ ସଫଳତା ମିଳି ପାରିନଥିଲା। ଘଟଣାସ୍ଥଳକୁ ତୁଷୁରା ଥାନାଧିକାରୀ ଯଶୋବନ୍ତ ପ୍ରଧାନୀ ଓ ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories