www.samajalive.in
Wednesday, December 10, 2025
16.1 C
Bhubaneswar

ପୂର୍ବତନ କ୍ରିକେଟରଙ୍କ ଆଇପିଏଲ୍‌ ଏକାଦଶରେ ଧୋନି, କୋହଲି ନାହାନ୍ତି

ଦୁବାଇ : ଚଳିତ ଆଇପିଏଲ୍‌ରେ ବିଭିନ୍ନ ଫ୍ରାଞ୍ଚାଇଜିଙ୍କ ପାଇଁ ଖେଳୁଥିବା କ୍ରିକେଟରଙ୍କୁ ନେଇ ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଦାୟିତ୍ବରେ ଥିବା ୩ ଜଣ ସେମାନଙ୍କ ଶ୍ରେଷ୍ଠ ଆଇପିଏଲ୍‌ ଏକାଦଶ ବାଛିଛନ୍ତି। ଅଦ୍ୟାବଧି ଖେଳା ଯାଇଥିବା ମ୍ୟାଚ୍‌ରେ ପ୍ରଦର୍ଶନ ଦେଖି ୱେଷ୍ଟଇଣ୍ଡିଜ୍‌ର ଇଆନ୍ ବିଶପ୍, ଅଷ୍ଟ୍ରେଲିଆର ମାଇକେଲ ସ୍ଲେଟର ଓ ନ୍ୟୁଜିଲାଣ୍ଡର ସାଇମନ୍ ଡୁଲ୍‌ ସେମାନଙ୍କର ଶ୍ରେଷ୍ଠ ଏକାଦଶ ବାଛିଛନ୍ତି। ତେ​‌େ​‌ବ ୩ଟିଯାକ ଏକାଦଶରେ ଦୁଇ ଭାରତୀୟ ମହେନ୍ଦ୍ର ସିଂହ ଧୋନି କିମ୍ବା ବିରାଟ କୋହଲି ନାହାନ୍ତି। କୈରନ୍ ପୋଲାର୍ଡ ବିଶପ୍‌ଙ୍କ ଦଳର ଅଧିନାୟକ ଥିବା ବେଳେ ଏଥିରେ କେ.ଏଲ୍‌. ରାହୁଲ, ଯଶପ୍ରୀତ ବୁମ୍‌ରା ଓ ରସିଦ୍ ଖାଁଙ୍କ ପରି ଖେଳାଳି ରହିଛନ୍ତି। ସ୍ଲେଟରଙ୍କ ଦଳରେ ଶ୍ରେୟାସ ଆୟର ଅଧିନାୟକ ଥିବା ବେଳେ ଏଥିରେ ଋଷଭ ପନ୍ତ୍ ଓ ମୟଙ୍କ ଅଗ୍ରୱାଲଙ୍କ ପରି ଭାରତୀୟ ଖେଳାଳି ରହିଛନ୍ତି। ଡୁଲ୍‌ଙ୍କ ଏକାଦଶରେ ଏବି ଡି’ଭିଲିଅର୍ସ ଅଧିନାୟକ ଥିବା ବେଳେ ଏଥିରେ ବରୁଣ ଚକ୍ରବର୍ତ୍ତୀ ଓ କାଗିସୋ ରାବାଡାଙ୍କ ପରି ଖେଳାଳି ରହିଛନ୍ତି। ତେବେ ୩ଟିଯାକ ଦଳରେ ପଏଣ୍ଟ ଟେବୁଲ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍‌ସର ୨ ଖେଳାଳି ଶ୍ରେୟାସ ଆୟର ଓ କାଗିସୋ ରାବାଡ଼ା ରହିଛନ୍ତି।

Hot this week

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

Related Articles

Popular Categories