www.samajalive.in
Monday, December 15, 2025
16.1 C
Bhubaneswar

ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କଲେ ବିଶେଷଜ୍ଞ

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ। ଛାତ, ଚଟାଣ ଓ କାନ୍ଥ ଦୁର୍ବଳ ଥିବା ଜଣାପଡ଼ିଛି । ଗରୁଡସ୍ତମ୍ଭ ଉପର ଛାତତଳେ ନୂଆ କଳଙ୍କିବିହୀନ ଷ୍ଟିଲବିମ୍‌ ଲଗାଇବାକୁ ସ୍ଥିର କରାଯାଇଛି। ଜୟବିଜୟ ଦ୍ୱାର ମରାମତି ନକ୍ସା ଉପରେ ମୋହରମାରିଛି କୋର୍‌ କମିଟି । ସେଠାରେ ୩ଟି ବିମ୍‌ ଲଗାଯିବ। ମଙ୍ଗଳବାରଠାରୁ ମରାମତି ଆରମ୍ଭ ହୋଇଛି । ଜଗମୋହନ ଓ ନାଟମଣ୍ଡପ ସଂଯୋଗ ସ୍ଥଳ ଫାଟ ମରାମତି କରାଯାଉଛି। ଭାଙ୍ଗିଯାଇଥିବା ପଥର ଗୁଡିକୁ ପରିବର୍ତ୍ତନ କରାଯିବ। ଜଗମୋହନରୁ ଗରମବାମ୍ଫ ନିଷ୍କାସନ ପାଇଁ ଅଧିକ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ଲଗାଯାଉଛି । ଭୋଗମଣ୍ଡପ ଚଟାଣ ପଥର ପରିବର୍ତ୍ତନ ଆରମ୍ଭ ହୋଇଛି । ଗରୁଡସ୍ତମ୍ଭ ଚଟାଣ ପଥର କ୍ଷୟ ହୋଇଥିବାରୁ ସେଠାରେ ନୂଆ ପଥର ଲଗାଯିବ। ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପୂର୍ବରୁ ଗର୍ଭଗୃହ, ଜଗମୋହନ, ଜୟବିଜୟ ଦ୍ୱାର, ନାଟମଣ୍ଡପ ଏବଂ ଭୋଗମଣ୍ଡପ ମରାମତି ଶେଷ କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥାକୁ ପରାମର୍ଶ ଦିଆଯାଇଛି। ଜୟବିଜୟ ଦ୍ୱାର ମରାମତି ଉପରେ ବିଶେଷଜ୍ଞ ଗୁରୁତ୍ୱ ଦେଇଛନ୍ତି। ନାଟମଣ୍ଡପ ଛାତ ଓ କାନ୍ଥରୁ ଚୂନ ପଲସ୍ତରା ଛଡାଯିବା ପରେ ପୁଣି ଯାଞ୍ଚପାଇଁ ସ୍ଥିର କରାଯାଇଛି । ଏଏସ୍‌ଆଇ ଭୁବନେଶ୍ୱର ମଣ୍ଡଳ ଅଧିକ୍ଷକ ଡଃ ହେମସାଗର ଅଭୟ ନାୟକ, ପ୍ରତ୍ନତତ୍ତ୍ୱ ଅଧିକ୍ଷଣ ଯନ୍ତ୍ରୀ ଗିରିଶ କୁଲକର୍ଣ୍ଣି, ତପନ ଭଟ୍ଟାଚାର୍ଯ୍ୟ, ରାସାୟନିକ ବିଶେଷଜ୍ଞ ଡଃ ଶିଳ୍ପା ରାଟୋରି, କୋର୍‌ କମିଟି ସଭ୍ୟ ଗୋପାଳ ଚନ୍ଦ୍ର ମିତ୍ର, ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅବସରପ୍ରାପ୍ତ ଅଧିକ୍ଷକ ବିଜୟ କୁମାର ରଥ, ଡଃ ଏନ.ସି ପାଲ, ଶ୍ରୀମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ବିନେ୍ଧଶ୍ୱର ପାତ୍ର ଏବଂ ଏଏସ୍‌ଆଇ ବରିଷ୍ଠ ପ୍ରତ୍ନତତ୍ତ୍ୱ ସଂରକ୍ଷକ ଚିତ୍ତରଞ୍ଜନ ଦାଶ ସେଥିରେ ଅଂଶଗ୍ରହଣ କରିଥିଲେ ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories