www.samajalive.in
Monday, December 15, 2025
15.1 C
Bhubaneswar

ନବରାତ୍ର ସହ ଜଡିତ ଏହି ବିଶେଷତ୍ୱ

ନବରାତ୍ରରେ ଏକ ପାତ୍ରରେ ମାଟିରେ ଗହମ ଓ ଯଅକୁ ପୋତାଯାଇଥାଏ ଏବଂ ତାହା ନିକଟରେ କଳସର ସ୍ଥାପନା କରାଯାଇଥାଏ। ଏହାକୁ ପୂଜା କରାଯାଇଥାଏ। ମାତ୍ର ଏପରି କରିବାର କାରଣ ପଛରେ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିଛି।
ନବରାତ୍ରରେ ଯଅ କିମ୍ବା ଗହମ ବୁଣିବା ପଛରେ ମାନ୍ୟତା ରହିଛି ଯେ, ସୃଷ୍ଟିର ଆରମ୍ଭରେ ସର୍ବପ୍ରଥମ ଫସଲ ଯଅ ଥିଲା। ତେଣୁ ଏହାକୁ ପୁଣ୍ୟ ପସଲ ବୋଲି ମଧ୍ୟ କୁହାଯାଇଥାଏ। ଯଅ ବୁଣିବାର ମୁଖ୍ୟ କାରଣ ହେଉଛି ଅନ୍ନକୁ ବ୍ରହ୍ମ କୁହାଯାଇଥାଏ, ତେଣୁ ଅନ୍ନର ସମ୍ମାନ କରିବା ଉଚିତ।
ଯଅ ଶୀଘ୍ର ବଢିବା ଦ୍ୱାରା ଗୃହରେ ସୁଖସମୃଦ୍ଧି ବୃଦ୍ଧିର ସଙ୍କେତ ଦେଇଥାଏ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଧବଳ ଓ ସିଧା ହେଲେ ଏହାକୁ ଶୁଭ ବୋଲି କୁହାଯାଇଥାଏ।
ଯଅର ରଙ୍ଗ ଯଦି ଶେଷ ଆଡ଼ୁ ହଳଦିଆ ଓ ଉପର ଆଡ଼ୁ ସବୁଜ ରଙ୍ଗ ହୁଏ, ତେବେ ଏହାର ସଙ୍କେତ ଯେ ବର୍ଷର ଆରମ୍ଭ ସମୟ ଭଲ ନ ହେଲେ ମଧ୍ୟ ବର୍ଷର ଶେଷ ସମୟ ଖୁବ ଭଲ ହେବ।
ଯଅ ଯଦି ଆରମ୍ଭରୁ ସବୁଜ ଓ ଘନ ହୋଇ ବଢେ, ତେବେ ଏହା ଆପଣଙ୍କୁ ବର୍ଷଯାକ ଶୁଭଫଳ ପ୍ରଦାନ କରିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories