www.samajalive.in
Sunday, December 14, 2025
17.1 C
Bhubaneswar

ତିର୍ତୋଲ ଦଖଲ ଲାଗି ବିଜେଡ଼ିର ସମର ସଜ୍ଜା: ୬୧ ପଞ୍ଚାୟତ ଲାଗି ୪୨ ନେତାଙ୍କୁ ଦାୟିତ୍ୱ

 କେନ୍ଦ୍ରୀୟ ଟିମରେ ପ୍ରଶାନ୍ତ -ଦେବାଶିଷ

ଅତନୁ-ସଞ୍ଜୟ-ଅରୁଣ ୩ ଟିମ୍‍ର ମୁଖିଆ

ତିର୍ତ୍ତୋଲ ବିଧାନସଭା କ୍ଷେତ୍ର ଗତ ୩ଟି ନିର୍ବାଚନରେ ବିଜେଡ଼ି ଦଖଲରେ ରହିଛି। ରବୀନ୍ଦ୍ରନାଥ ଭୋଇ, ରାଜଶ୍ରୀ ମଲ୍ଲିକ ଓ ବିଷ୍ଣୁ ଚରଣ ଦାସ ୩ଟି ନିର୍ବାଚନରେ ଦଳର ବିଜୟ ପତାକା ଏଠାରେ ଉଡ଼ାଇଛନ୍ତି। ମାତ୍ର ଏବେ ବିଷ୍ଣୁଙ୍କ ପରଲୋକ ପରେ ଅନୁଷ୍ଠିତ ହେବାକୁଥିବା ଉପନିର୍ବାଚନରେ ପୁଣିଥରେ ବାଜି ମାରିବାକୁ ବିଜେଡ଼ି ଆରମ୍ଭ କରିଛି ସମର ସଜ୍ଜା। ପରଲୋକଗତ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି। ଯଦିଓ ଦଳୀୟ ପ୍ରା୍‍ର୍ଥୀ ନାମାଙ୍କନପତ୍ର ଦାଖଲ କରି ନାହାନ୍ତି, ଦଳ କିନ୍ତୁ ଢ଼େର ଦିନ ପୂର୍ବରୁ ଏଥିପାଇଁ ଆରମ୍ଭ କରିଛି ବିଜୟ ଯୋଜନା। ତିର୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିରିଡ଼ି ବ୍ଲକର ୨୧, ରଘୁନାଥପୁର ୧୯ ଓ ତିର୍ତୋଲ ବ୍ଲକ୍‍ ୨୧ ପଞ୍ଚାୟତ ନିମନ୍ତେ ମୋଟ ୪୦ ଜଣ ଦଳୀୟ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିଛି ।ଏ ମାନଙ୍କ ବ୍ୟତୀତ ଜିଲା ସଭାପତି ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ତିର୍ତୋଲ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ କେନ୍ଦ୍ରୀୟ ଟିମରେ ରଖାଯାଇଛି। ମୋଟ ଉପରେ ବର୍ତମାନ ସୁଦ୍ଧା ୩ ବ୍ଲକର ୬୧ ପଞ୍ଚାୟତ ନିମନ୍ତେ ୩୯ଜଣ ନେତା ଦଳର ବିଜୟ ନିମନ୍ତେ ଦାୟିତ୍ୱ ନେଇଛନ୍ତି। ଏହି ନେତାମାନେ ବିଭିନ୍ନ ପଞ୍ଚାୟତରେ ତଳର ସଙ୍ଗଠନକୁ ଅନୁଧ୍ୟାନ କରିବେ ଓ ନିର୍ବାଚନ ପ୍ରଚାର ନିମନ୍ତେ ଦଳୀୟ କର୍ମୀଙ୍କୁ ପ୍ରସ୍ତୁତ କରିବେ ବୋଲି ସୂଚନା ମିଳିଛି ।  ଗତ ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ବିଷ୍ଣୁ ଚରଣ ଦାସ ଏଠାରୁ ୪୦ ହଜାରରୁ ଅଧିକ ଭୋଟରେ ପ୍ରତିପକ୍ଷ ବିଜେପି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ । ଏବେ ବିଜେପିର ତତକାଳୀନ ପ୍ରାର୍ଥୀ ରମାକାନ୍ତ ଭୋଇ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଛନ୍ତି । ଏହି ସ୍ଥିତିରେ  ପୂର୍ବାପେକ୍ଷା ଅଧିକ ବ୍ୟବଧାନରେ ବିଜୟୀ ହେବ ବୋଲି ବିଜେଡ଼ି ଆଶା ବାନ୍ଧିଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଉପନିର୍ବାଚନ ରେକର୍ଡ଼ ଦେଖିଲେ ବିଜେଡ଼ି ପ୍ରାୟତଃ ଅପ୍ରତିଦ୍ବନ୍ଦ୍ବୀ ହୋଇ ରହିଛି । ଆଗାମୀ ନିର୍ବାଚନରେ ମଧ୍ୟ ଦଳ ବିଜୟୀ ହେବ ବୋଲି ଆକଳନ କରିଛି । ତଥାପି କୌଣସି ପରିସ୍ଥିତିରେ କୌଣସି ନିର୍ବାଚନକୁ ହାଲୁକା ଭାବରେ ଦଳ ନେଇ ନାହିଁ ଓ ଏହି କ୍ରମରେ ତିର୍ତ୍ତୋଲରେ ଆରମ୍ଭ ହୋଇଛି ସମରସଜ୍ଜା ।

ତିର୍ତୋଲ ବ୍ଲକର ୨୧ ପଞ୍ଚାୟତ ନିମନ୍ତେ ଟିମ୍‍ ଲିଡ଼ର ରହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଅତନୁ ସବ୍ୟସାଚୀ ନାୟକ। ତାଙ୍କ ଅଧୀନରେ ଆଉ ୧୧ ଜଣ ନେତାଙ୍କୁ ବିଭିନ୍ନ ପଞ୍ଚାୟତ ନିମନ୍ତେ ଦାୟିତ୍ୱ ଦିଆଯାଇଛି। ବିଧାୟକ ଶଶିଭୂଷଣ ବେହେରା, ସମ୍ବିତ ରାଉତରାୟଙ୍କ ସହ ଜନ୍ମେଜୟ ଲେଙ୍କା, ପୂର୍ଣର୍ ସ୍ୱାଇଁ, ପ୍ରମୋଦ ଜେନା, ଜ୍ୟୋତିଷ ଦାସ, ସନ୍ତୋଷ ପଟ୍ଟନାୟକ, ବସନ୍ତ ବିଶ୍ୱାଳ, ସବିତା ମହାପାତ୍ର, ଯୁଗଳ କିଶୋର ନାୟକ, ସଞ୍ଜୟ ଅଗ୍ରୱାଲ ତିର୍ତୋଲ ବ୍ଲକ୍‍ ଦାୟିତ୍ୱରେ ରହିିଥିବା ଜଣାପଡ଼ିଛି ।

- Advertisement -

ବିରିଡ଼ି ବ୍ଲକ୍‍ ନିମନ୍ତେ ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁଙ୍କୁ ଦିଆଯାଇଛି ଟିମ୍‍ ଲିଡ଼ର ଦାୟିତ୍ୱ। ଏହି ଦଳରେ ମନ୍ତ୍ରୀ ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ବିଧାୟକ ଚନ୍ଦ୍ରସାରଥୀ ବେହେରା, ଦେବୀରଞ୍ଜନ ତ୍ରିପାଠୀ, ରମେଶ ବେହେରା, ସାରଦା ପ୍ରସାଦ ଜେନା ଅଭିନେତା ଅରିନ୍ଦମ ରାୟ, ସ୍ୱାଧୀନ ନାୟକ ଏହି ଟିମରେ ରହିଛନ୍ତି।

ରଘୁନାଥପୁର ବ୍ଲକ ଟିମ୍‍ ଲିଡ଼ର ଭାବରେ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କୁ କରାଯାଇଛି ଟିମ ଲିଡ଼ର। ଏହି ଟିମରେ ଆହୁରି ୧୨ ଜଣଙ୍କୁ ତାଙ୍କ ସହଯୋଗ ନିମନ୍ତେ ଦାୟିତ୍ଵ ଦିଆଯାଇଛି । ବିଧାୟକ ପ୍ରଶାନ୍ତ ବେହେରା, ପ୍ରୀତିରଞ୍ଜନ ବେହେରା, ବିଶ୍ୱରଞ୍ଜନ ମହାନ୍ତି, ମୁନ୍ନା ଖାଁ, ସୌଭାଗ୍ୟ ନାୟକ, ଦିବାକର ପାତ୍ର, କିଶୋର ତରାଇ, ରାଜା ଚକ୍ର, କୈଳାସ ପରିଡ଼ା, ବିଦ୍ୟାଧର ସ୍ୱାଇଁ, କିଶୋର ନାୟକ, ଦୁର୍ଗା ସାମନ୍ତରାୟଙ୍କୁ ସାମିଲ କରାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories