ଚଙ୍କି ପାଣ୍ଡେଙ୍କ ସୁନ୍ଦରୀ ଚୁଲବୁଲୀ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ଚର୍ଚ୍ଚାରେ। ତାଙ୍କ ଅଭିନୀତ ‘ଖାଲିପିଲି’କୁ ନେଇ ଜୋର୍ସୋର୍ରେ ପ୍ରଶଂସା ଚାଲିଛି। ଅନନ୍ୟା ଏବେ ମୁମ୍ବଇରେ ଥିବାବେଳେ ତାଙ୍କ ବାପା, ମା ଓ ସାନ ଭଉଣୀ ସମସ୍ତେ ଦୁବାଇରେ। ଚଙ୍କି ଏକ ସୁଟିଂ ପାଇଁ ଦୁବାଇ ସପ୍ତାହେ ପାଇଁ ଯାଇଥିବାବେଳେ ପତ୍ନୀ ଓ ଝିଅ ମଧ୍ୟ ଲକ୍-ଡାଉନ୍ ତ୍ରାହିରୁ ମୁକ୍ତି ପାଇବା ନିମନ୍ତେ ଯାଇଥିବାର ପ୍ରକାଶ। ଅନନ୍ୟା ଯଦିଓ ପରିବାର ସହ ଦୁବାଇ ଯିବାକୁ ଚାହୁଁଥିଲେ କିନ୍ତୁ କାମକୁ ସେ ପ୍ରାଧାନ୍ୟ ଦେଇଛନ୍ତି। ଶକୁନ୍ ବାତ୍ରା ନିର୍ଦେଶିତ ଆଗାମୀ ଚଳଚ୍ଚିତ୍ରର ସୁଟିଂ ଗୋଆରେ ଶେଷ ହୋଇ ଏବେ ମୁମ୍ବଇରେ ଚାଲିଛି। ଏଣୁ ଅନନ୍ୟା ନିଷ୍ପତ୍ତି ନେଲେ ସେ କାକୁ ଅଧାରୁ ଛାଡ଼ି ଯାଇପାରିବେନାହିଁ। ମା’ ଓ ସାନ ଭଉଣୀଙ୍କୁ କିନ୍ତୁ ସପିଂର ଲମ୍ବା ତାଲିକା ଧରାଇ ଦେଇଥିବାର ହସିହସି କହିଛନ୍ତି ଅନନ୍ୟା।
Popular Categories



