ବିହାରରୁ ବିଜେପିକୁ ଟାର୍ଗେଟ କଲେ କହ୍ନେୟା କୁମାର, କହିଲେ ମୋତେ ଦେଶଦ୍ରୋହୀ କହିଲେ ବିଜେପିରେ ସାମିଲ ହୋଇଯିବି
ପାଟଣା : ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ଅକ୍ଟୋବର ୨୮ରେ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ପାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବା ସହ ପ୍ରଚାର ଆରମ୍ଭ କରିଦେଲେଣି । ଏହାରି ମଧ୍ୟରେ ଗତକାଲି ବଖେରୀ ଏବଂ ତେଗଡା ଆସନରୁ ସିପିଆଇ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ସମୟରେ ଜେଏନୟୁ ଛାତ୍ର ସଂଗଠନର ପୂର୍ବତନ ସଭାପତି ତଥା ସିପିଆଇ ନେତା କହ୍ନେୟା କୁମାର ମଧ୍ୟ ମଧ୍ୟ ଉପସ୍ଥିତ ଥିଲେ । ନାମାଙ୍କନପତ୍ର ଦାଖଲ ପରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି କହ୍ନେୟା କୁମାର ବିଜେପିକୁ କଡା ଭାଷାରେ ସମାଲୋଚନା କରିଛନ୍ତି । କହ୍ନେୟା କହିଛନ୍ତି ଯେ କହ୍ନେୟା କହିଛନ୍ତି ଯେ ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିୟା କଂଗ୍ରେସରେ ଥିଲେ ସେତେବେଳେ ବିଜେପି ତାଙ୍କୁ ଜଣେ ଖରାପ ବ୍ୟକ୍ତି କହୁଥିଲା । ଆଉ ଯେତେବେଳେ ସେ ବିଜେପି ଗଲେ ସେତେବେଳେ ସେ ପୂରା ଶୁଦ୍ଧ ହୋଇଗଲେ । ସେହିପରି ଭାବେ ମୋତେ ମଧ୍ୟ ବିଜେପି ସବୁବେଳେ ଦେଶଦ୍ରୋହୀ, ଦେଶଦ୍ରୋହୀର ଆଖ୍ୟା ଦେଇଚାଲିଛି ତାହାଲେ ମୁଁ ଯଦି ବିଜେପିକୁ ଚାଲିଯିବି । ତା’ପରେ ମୋ ବିରୋଧରେ ଲାଗିଥିବା ସମସ୍ତ ଅଭିଯୋଗ ମଧ୍ୟ ଧୋଇଯିବ । ଆଉ ମୁଁ ଶୁଦ୍ଧ ହୋଇଯିବି ।
କହ୍ନେୟା କୁମାର ଆହୁରୀ ମଧ୍ୟ କହିଛନ୍ତି ଯେ ୨୦୧୫ ବିଧାନସଭା ନିର୍ବାଚନରେ ଲୋକମାନେ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ), ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ ଗ୍ରାଣ୍ଡ ଆଲାଇନ୍ସ କଂଗ୍ରେସକୁ ଭୋଟ ଦେଇଥିଲେ ଏବଂ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଲା । ପରିଣାମ ସ୍ୱରୂପ ଜନସାଧାରଣ ଠକାମୀରେ ପଡ଼ିଲେ । ନିର୍ବାଚନ ପୂର୍ବରୁ ଲୋକମାନେ କହୁଥିଲେ ଯେ ଇଭିଏମ୍ ହ୍ୟାକ୍ ହୋଇଛି, କିନ୍ତୁ ବିଜେପି ଏଠାରେ ମୁଖ୍ୟମନ୍ତ୍ରୀଙ୍କୁ ହ୍ୟାକ୍ କରିନେଲା । କିନ୍ତୁ ବର୍ତ୍ତମାନ ଜନସାଧାରଣ ବୁଝି ଯାଇଛନ୍ତି । ଜନସାଧାରଣ ବିକାଶ ପାଇଁ ଭୋଟ୍ ଦେବେ ଠକ ଲୋକଙ୍କ ଠକାମୀରେ ରେ ନୁହେଁ । ଚଳିତ ନିର୍ବାଚନରେ ବିହାର ଜନତା ଏପରି ଲୋକଙ୍କୁ ବାଛିବା ଦରକାର ଯିଏ ନିର୍ବାଚନ ପରେ କାହା ଦ୍ବାରା ହ୍ୟାକ୍ ହେବ ନାହଁ।
Comments are closed.