www.samajalive.in
Saturday, December 6, 2025
26.1 C
Bhubaneswar

ରିପବ୍ଲିକ୍ ଟିଭି ଓ ଟାଇମ୍ସ ନାଓ ବିରୋଧରେ ଅଦାଲତ ଗଲେ ବଲିଉଡ଼ ପ୍ରଯୋଜକ ସଂସ୍ଥା

ବଲିଉଡ ଓ ଚଳଚିତ୍ର ଶିଳ୍ପର ଭାବମୂର୍ତ୍ତିକୁ ନଷ୍ଟ କରୁଥିବା ଅଭିଯୋଗ କରି ରିପବ୍ଲିକ୍ ଟିଭି ଓ ଟାଇମ୍ସ ନାଓ ବିରୋଧରେ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିଛି ଚଳଚିତ୍ର ପ୍ରଯୋଜକ ସଂଘ । ବଲିଉଡ଼ ବିଷୟରେ ଦାୟିତ୍ଵହୀନ, ଅପମାନଜନକ ଶବ୍ଦ ପ୍ରୟୋଗ କରି ବଦନାମ କରୁଥିବା ଅଭିଯୋଗ କରି ଏହି ମାମଲା ରୁଜୁ ହୋଇଛି । ମକଦ୍ଦମା ଦାୟର କରିଥିବା ପ୍ରଯୋଜକ ସଂସ୍ଥା ମଧ୍ୟରେ ଶାହରୁଖ ଖାନ, ସଲମାନ ଖାନ, ଆମୀର ଖାନ, କରଣ ଜୋହରଙ୍କ କମ୍ପାନୀ ସମେତ ଅନେକ ବଡ ପ୍ରଯୋଜକ ସଂସ୍ଥା ରହିଛି ।


ଗତ ଚାରିମାସ ମଧ୍ୟରେ ଅନେକ ଗଣମାଧ୍ୟମ ରିପୋର୍ଟ ବଲିଉଡ ବିଷୟରେ ଅନେକ କଥା କହିଛି | ବିଶେଷତ ଡ଼୍ରଗ୍ସ କାରବାରକୁ ନେଇ  ଅନୁସନ୍ଧାନ ସମୟରେ ଅନେକ ସେଲିବ୍ରିଟି ଜଡ଼ିତ ଥିବା ସୂଚନା ମିଳିଛି । ଏହି ଖବର ପରିବେଷଣ ସମୟରେ ବଲିଉଡ଼କୁ ‘ଖରାପ ସ୍ଥାନ’ ବୋଲି କିଛି ଗଣମାଧ୍ୟମ ବର୍ଣନା କରିଛନ୍ତି ।

- Advertisement -

ଏହା ବିରୋଧରେ ଏହି ପ୍ରଯୋଜକମାନେ ଅଦାଲତ ଯାଇଛନ୍ତି ।  ଦିଲ୍ଲୀ ହାଇକୋର୍ଟରେ ରିପବ୍ଲିକ୍ ଟିଭି ଏବଂ ଟାଇମ୍ସ ନାଓର  ଅର୍ଣ୍ଣବ ଗୋସ୍ୱାମୀ, ପ୍ରଦୀପ ଭଣ୍ଡାରୀ, ରାହୁଲ ଶିବଶଙ୍କର ଏବଂ ନବିକା କୁମାରଙ୍କୁ  ପକ୍ଷଭୁକ୍ତ କରାଯାଇଛି । ଏହା ସହ ପ୍ରସାରିତ ଖବରରୁ  ଅପମାନଜନକ ବିଷୟବସ୍ତୁକୁ ହଟାଇବାକୁ ମଧ୍ୟ ଆବେଦନ ହୋଇଛି । ଚ୍ୟାନେଲଗୁଡ଼ିକ ବଲିଉଡ ବିଷୟରେ ବହୁତ ଅଶ୍ଳୀଳ ଭାଷା ବ୍ୟବହାର କରିଛନ୍ତି ବୋଲି ଏଥିରେ କୁହାଯାଇଛି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories