www.samajalive.in
Saturday, December 6, 2025
26.1 C
Bhubaneswar

ଅଭିନେତା ସବ୍ୟସାଚୀଙ୍କ ଜନ୍ମଦିନରେ ସମର୍ଥକ ଲଗାଇଲେ ଚାରା

ଗୁରୁଡିଝାଟିଆ : ଅଭିନେତା ତଥା ସମାଜସେବୀ ସବ୍ୟସାଚୀଙ୍କ ଜନ୍ମଦିନରେ ଶୁଭେଚ୍ଛୁମାନେ ଆଜି ଚାରା ଲଗାଇଛନ୍ତି ଓ ମାକ୍ସ ବାଣ୍ଟିଛନ୍ତି। ବାଳିଶାସନର ରୋଜାଲିନ ମିଶ୍ରଙ୍କ ସହିତ କଳ୍ପନା ନନ୍ଦ, ରତ୍ନାକର ମିଶ୍ର, ଗାଁର ଯୁବସଂଗଠକ ପ୍ରଶାନ୍ତ କୁମାର ରାଉତ, ଛାତ୍ରୀ ଶ୍ୱେତାଲିନ ମିଶ୍ର, ଦିପ୍ତିଲତା ସାହୁ, ସୁଚିତ୍ରା ରାୟ ଓ ଗିତାଞ୍ଜଳୀ ମିଶ୍ର ପ୍ରମୁଖ ଅଭିନେତା ଶ୍ରୀ ମିଶ୍ରଙ୍କ ଜନ୍ମଦିନରେ ଚାରା ରୋପଣ କରିବା ସହିତ କୋଭିଡ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ମାକ୍ସ ମଧ୍ୟ ବଣ୍ଟନ କରିଥିଲେ। ପ୍ରକାଶଯୋଗ୍ୟ, କରୋନା କାଳରେ ଲକଡାଉନ ବେଳେ ବିଭିନ୍ନ ରାଜ୍ୟରେ ଫସିଥିବା ଶ୍ରମିକ, ଛାତ୍ରଛାତ୍ରୀମାନଙ୍କୁ ଓଡିଶାକୁ ଫେରାଇ ଆଣିବା ସହିତ ବହୁ ଅସହାୟ ଲୋକଙ୍କୁ ସହାୟତାର ହାତ ବଢାଇଥିଲେ ଅଭିନେତା ସବ୍ୟସାଚୀ। ଏପରିକି ରାଜସ୍ଥାନର ଜୟପୁର ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବିଇଡି କରୁଥିବା ଛାତ୍ରୀ ରୋଜାଲିନ ମିଶ୍ର ଓ ତାଙ୍କ ସାଙ୍ଗମାନଙ୍କୁ ଅଭିନେତା ଶ୍ରୀ ମିଶ୍ର ଲକଡାଉନ ସମୟରେ ଓଡିଶାକୁ ଫେରାଇ ଆଣିଥିଲେ। ଏହାପରେ ଛାତ୍ରୀ ସୁଶ୍ରୀ ମିଶ୍ର ଅଭିନେତା ସବ୍ୟସାଚୀ ଟିମ୍ ରେ ରହି ବହୁ ଶ୍ରମିକ ଓ ବିଦ୍ୟାର୍ଥୀଙ୍କୁ ଫେରାଇ ଆଣିବାକୁ ସଫଳ ହୋଇଥିଲେ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories