www.samajalive.in
Wednesday, December 10, 2025
16.1 C
Bhubaneswar

୬୮ଟି ଶିକ୍ଷାନୁଷ୍ଠାନ ପାଇଁ ଆଜିଠୁ ଏକକ ପିଜି ପ୍ରବେଶିକା

ଭୁବନେଶ୍ବର : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରଥମଥର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା ସୋମବାର ଠାରୁ ଆରମ୍ଭ ହେଉଛି। ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମଲେଖା ପାଇଁ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ୬୮ଟି ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ୧୨ ରୁ ୨୨ ଯାଏଁ ୨୬ଟି କେନ୍ଦ୍ରରେ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ପିଜି ନାମଲେଖା ପାଇଁ ୬୨ ହଜାର ୧୮୯ ଜଣ ଛାତ୍ରଛାତ୍ରୀ ଏକକ ପିଜି ପ୍ରବେଶିକା ପରୀକ୍ଷା ନିମନ୍ତେ ଆବେଦନ କରିଛନ୍ତି। ୬୮ଟି ଶିକ୍ଷାନୁଷ୍ଠାନର ୮୩ଟି ପିଜି ବିଷୟର ୧୪ ହଜାର ୭୦୦ ସିଟ୍‌ ପାଇଁ ନାମଲେଖା ହେବ। ପ୍ରତ୍ୟେକ ପରୀକ୍ଷା ୯୦ ମିନିଟ୍‌ ଧରି ଚାଲିବ। ଓଏମ୍‌ଆର୍‌ ସିଟ୍‌ରେ ୭୦ଟି ମଲ୍ଟିପୁଲ୍‌ ଚଏସ୍‌ ପ୍ରଶ୍ନ ରହିବ। ପ୍ରତି ଦିନ ୩ଟି ସିଟିଙ୍ଗରେ ପରୀକ୍ଷା କରାଯିବ।
ଅନ୍ୟପକ୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟରେ ମୋଟ ୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ବିଶ୍ବବିଦ୍ୟାଳୟର ୧ ନମ୍ବର ଓ ୨ ନମ୍ବର ଗେଟ୍‌ ଖୋଲା ରହିବ । ପ୍ରତି ପରୀକ୍ଷା ପରେ ପରୀକ୍ଷା କେନ୍ଦ୍ରକୁ ବିଶୋଧନ କରାଯିବା ସହ ବିଦ୍ୟାର୍ଥୀ ପ୍ରବେଶବେଳେ ଥର୍ମାଲ ସ୍କ୍ରିନିଂ କରାଯିବ ବୋଲି ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବସନ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories