www.samajalive.in
Wednesday, December 10, 2025
16.1 C
Bhubaneswar

ରହିବାକୁ ଘରନାହିଁ: ସ୍କୁଲ ବାରଣ୍ଡାରେ ନବଜାତ ଶିଶୁ ଓ ମାଆ, ଲକ୍‍ଡ଼ାଉନ୍‍ ଚଡ଼କ

ଫୁଲବାଣୀ: ରୋଜଗାର ପାଇଁ ଦୀର୍ଘଦିନ ହେଲା ତାମିଲ୍‍ନାଡୁର ଏକ କମ୍ପାନୀରେ କାମ କରୁଥିଲେ। ସେଠାରେ ପରିବାର ସହିତ ଚଳୁଥିଲେ। କିନ୍ତୁ କରୋନା ଯୋଗୁଁ ହୋଇଥିବା ଲକଡ଼ାଉନ୍‍ ଫଳରେ ନିଜ ଗ୍ରାମକୁ ଫେରିଥିଲେ ମଧ୍ୟ ଘରେ ରହିବା ପାଇଁ ଘର ନଥିଲା। ଯେଉଁ ନିଜର ବୋଲି ଘର ଅଛି ତାହା ସଂପୂର୍ଣ୍ଣଭାବେ ଭାଙ୍ଗିରୁଜି ଯାଇଛି। ଏପଟେ ଘରେ ମାନସିକ ବିକୃତ ବାପା। ଘରେ ଚଳିବା କଷ୍ଟଦାୟକ ହେବାରୁ ସାହି ପଡ଼ିଶା ଲୋକେ ମଧ୍ୟ ସହଯୋଗର ହାତ ବଢାଇ ରହିବା ପାଇଁ ଯାଗା ଦେଇଥିଲେ। ତେବେ ଇତି ମଧ୍ୟରେ ଜନ୍ମଲାଭ କରିଛି ଏକ ନବଜାତ ଶିଶୁ। ଯେଉଁ ଘରେ ରହୁଥିଲେ ସେମାନଙ୍କ ପରିବାର ଲୋକେ ମଧ୍ୟ ଆସିବାରୁ ଆଉ ସେଠାରେ ରହିବା ସମ୍ଭବ ହେଲାନାହିଁ। ଫଳରେ ଗତ ୨୬ ଦିନ ହେଲା ନବଜାତ ଶିଶୁ ପୁତ୍ରକୁଧରି ସ୍କୁଲ ବାରଣ୍ଡାରେ ଜୀବନ ବିତାଉଛନ୍ତି କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୁତିପଡ଼ା ପଂଚାୟତର ସିଦିଙ୍ଗି ଗ୍ରାମର ନୃସିଂହ ଚରଣ ମହାନନ୍ଦ ଓ ସ୍ତ୍ରୀ ଲକ୍ଷ୍ମୀ ମହାନନ୍ଦ। ତେବେ ସ୍କୁଲ ବାରଣ୍ଡାରେ ଆଶ୍ରୟ ପାଇଁ ଏହି ଦମ୍ପତି ସ୍ଥାନୀୟ ୱାର୍ଡ଼ ମେମ୍ବରଙ୍କୁ ମଧ୍ୟ ଅବଗତ କରାଇଛନ୍ତି।

ଖବର ପ୍ରକାରେ, ନୃସିିିଂହଙ୍କ ମାଆ ଦୀର୍ଘଦିନ ହେଲା ଆରପାରିକୁ ଚାଲିଯାଇଥିବା ବେଳେ କେବଳ ବାପା ଅଛନ୍ତି। କିନ୍ତୁ ବାପା ଜଣେ ମାନସିକ ବିକୃତ ବ୍ୟକ୍ତି। କେତେବେଳେ କଣ ହେଉଛି ତାହାର କିଛି ଠିକ୍‍ ଠିକଣା ନାହିଁ। ପୂର୍ବରୁ ସେ ତାମିଲନାଡୁ ସ୍ଥିତ ଏକ କମ୍ପାନିରେ ରହି କାମ କରୁଥିଲେ। ତେବେ ଲକ୍‍ଡ଼ାଉନ୍‍ ଯୋଗୁଁ ସେ ନିଜ ଗ୍ରାମକୁ ଫେରିଛନ୍ତି। ନିଜ ଗ୍ରାମରେ ଥିବା କୁଡ଼ିଆ ଘରେ କିଛିଦିନ ବିତାଇଥିଲେ ମଧ୍ୟ ବାପାଙ୍କ ମାନସିକ ବିକୃତ ସହିତ ଘରେ ଜଣେ ଗର୍ଭବତି ସ୍ତ୍ରୀ ରହିବା ଉଚିତ୍‍ ମନେନକରି କିଛିଦିନ ପରଘରେ ମୁଣ୍ଡ ଗୁଞ୍ଜିଥିଲେ। ଗତ ୨୬ଦିନ ତଳେ ଏହି ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ଜନ୍ମଲାଭ କରିଛି। ପୁତ୍ର ଜନ୍ମପରେ ମେଡ଼ିକାଲରୁ ଘରକୁ ଫେରିଥିଲେ ମଧ୍ୟ ମୁଣ୍ଡ ଗୁଞ୍ଜିବା ପାଇଁ କିଛି ବ୍ୟବସ୍ଥା ନଥିବା ଯୋଗୁଁ ସ୍କୁଲ ଗ୍ରାମର ଏକ ପୁରୁଣା ସ୍କୁଲ(ବର୍ତ୍ତମାନ ବନ୍ଦ ହୋଇଯାଇଛି) ପାଲଟିଛି ଏହି ଦମ୍ପତିଙ୍କ ସାହା ଭରସା। ଅନ୍ୟପଟେ ରୋଜଗାର କହିଲେ ବର୍ତ୍ତମାନ କିଛି ନାହିଁ। ସରକାରଙ୍କ ଘୋଷଣା ପ୍ରକାରେ, ଯେଉଁ ପ୍ରବାସୀମାନେ ଫେରିଛନ୍ତି ସେମାନଙ୍କୁ କାମ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା ତାହା ସମ୍ଭବ ହୋଇପାରିନାହିଁ ଆଜି ପର୍ଯ୍ୟନ୍ତ ନୃସିଂହଙ୍କ ପାଇଁ। ଫଳରେ ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ନିଜର ସ୍ତ୍ରୀ ଓ ୨୬ଦିନର ଶିଶୁପୁତ୍ରକୁ ଛାଡ଼ି କେବେଳ କେବେ ଦିନ ମଜୁରିଆ ଭାବେ ଯାଇ କାମ କରି ସେଥିରୁ ଯାହା କିଛି ପାଉଛନ୍ତି ସେଥିରେ ଚାଲିଛି ପରିବାର। ତେବେ ଆବାସ ଯେଜାନାରେ ସାମିଲ୍‍ କରିବା ପାଇଁ କୁଆଡ଼େ ସେ ପଂଚାୟତରେ ଆବେଦନ କରିଛନ୍ତି କିନ୍ତୁ ତାହା ଫାଇଲ୍‍ତଳେ ରହିଯାଇଛି। କିନ୍ତୁ ସରକାରୀଙ୍କ ପକ୍ଷରୁ ରାସନକାର୍ଡ଼ରେ ଉଭୟଙ୍କୁ ମିଳୁଛି ୧୦ କେଜି ଚାଉଳ। ଭଙ୍ଗାକୁଡ଼ିଆ ଘରକୁ ଗଲେ ବିକୃତ ମାନସିକ ବାପାଙ୍କ ଭୟ ଏପଟେ ସ୍କୁଲ ବାରଣ୍ଡାରେ ରହିଲେ ନବଜାତ ଶିଶୁ ପୁତ୍ର ପାଇଁ ବର୍ଷା ଓ ପବନର ଭୟ। ତଥାପି ମୁଣ୍ଡ ଗୁଞ୍ଜିଛନ୍ତି ପରିସ୍ଥିତିରେ ପଡ଼ି। ଅନ୍ୟପକ୍ଷରେ ସରକାରୀ ସ୍ତରରେ ଏହି ପରିବାର ପାଇଁ କିଛି ପଦକ୍ଷେପ ନେବା ନିତାନ୍ତ ଆବଶ୍ୟକ ହୋଇ ପଡ଼ଛି ବୋଲି କହିଛନ୍ତି ୱାର୍ଡ଼ ମେମ୍ବର ଚୈତନ୍ୟ କହଁର ସମେତ ଗ୍ରାମବାସୀ ମାନେ। ତେବେ ଏ ସଂପର୍କରେ ଖଜୁରିପଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ରବିନ୍ଦ୍ରନାଥ କହଁରଙ୍କୁ ପଚାରିବରେ ସରକାରୀ ନିୟମ ପ୍ରକାରେ ସେ ଯଦି ଯୋଗ୍ୟ ହେବେ ତାହାହେଲେ ନିଶ୍ଚିତ ଭାବେ ଆବାସ ଯେଜାନାରେ ସାମିଲ୍‍ କରାଯିବ ବୋଲି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରବାସୀ ମାନଙ୍କ ପାଇଁ ସରକାର ନାନା ପ୍ରକାରେ ଯୋଜନା କରୁଥିବା କହିଥିବା ବେଳେ ବାସ୍ତବିକ ତାହା କେତେଦୂର କାର୍ଯ୍ୟକାରି ହେଉଛି ନୃସିଂହ ହେଉଛନ୍ତି ଏକ ଉଦାହରଣ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories