www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀକୁ ହରାଇ ଶୀର୍ଷରେ ମୁମ୍ବଇ

ଆବୁଧାବି : ଚଳିତ ଆଇପିଏଲରେ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ମୁମ୍ବଇ ଇଣ୍ଡିଆନ୍‍ସ ଓ ଦିଲ୍ଲୀ କ୍ୟାପିଟାଲ୍‍ସ ମଧ୍ୟରେ ଛକାପଞ୍ଝା ଚାଲିଛି। ରବିବାର ୨ୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‍ସକୁ ୫ ୱିକେଟରେ ପରାସ୍ତକରି ମୁମ୍ବଇ ଇଣ୍ଡିଆନ୍‍ସ ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ମୁମ୍ବଇ ୭ମ ମ୍ୟାଚ୍‍ରେ ୫ମ ବିଜୟ ହାସଲକରି ୧୦ ପଏଣ୍ଟରେ ରହିଛି। ଓପ୍‍ନର ଶିଖର ଧାୱନଙ୍କ ଅପରାଜିତ ୬୯ ରନ୍‍ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍‍ସ ୨୦ ଓଭର ଶେଷରେ ୪ ୱିକେଟ ହରାଇ ୧୬୨ ରନ୍‍ କରିଥିଲା। ପରେ କ୍ୱିଣ୍ଟନ୍‍ ଡି କକ୍‍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବଇ ଇଣ୍ଡିଆନ୍‍ସ ୧୯.୪ ଓଭରରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା। ମୁମ୍ବଇ ସହ ସମାନ ୧୦ ପଏଣ୍ଟ ପାଇଥିବା ଦିଲ୍ଲୀ କ୍ୟାପିଟାଲ୍‍ସ ୭ଟି ମ୍ୟାଚ୍‍ ଖେଳି ୨ୟ ପରାଜୟ ଭୋଗିଛି।
ଟସ୍‍ ଜିତି ଦିଲ୍ଲୀ କ୍ୟାପିଟାଲ୍‍ସ ବ୍ୟାଟିଂ ନେଇଥିଲା। ପାୱରପ୍ଲେ ପୂର୍ବରୁ ଦିଲ୍ଲୀ ୨ଟି ୱିକେଟ ହରାଇଥିଲା। ପୃଥ୍ୱୀ ସ’ ୪ ରନ୍‍କରି ପ୍ରଥମ ଓଭରରେ ଆଉଟ ହୋଇଥିଲେ। ବରିଷ୍ଠ ବ୍ୟାଟ୍‍ସ ମ୍ୟାନ୍‍ ଅଜିଙ୍କ୍ୟ ରାହାଣେ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‍ ଖେଳି ୧୫ ବଲ୍‍ରୁ ୩ଟି ଚୌକା ସହ ୧୫ ରନ୍‍କରି ଆଉଟ ହୋଇଥିଲେ। ଶିଖର ଧାୱନ୍‍ ଓ ଅଧିନାୟକ ଶ୍ରେୟାସ ଆୟର ୮୫ ରନ୍‍ର ଭାଗିଦାରୀ କରିଥିଲେ। ଆୟର ୩୩ ବଲ୍‍ରୁ ୫ଟି ଚୌକା ସହ ୪୨ ରନ୍‍ କରି ଆଉଟ ହୋଇଥିଲେ। ମାର୍କସ ଷ୍ଟୋଇନିସ୍‍ ୮ ବଲ୍‍ରୁ ୨ଟି ଚୌକା ସହ ୧୩ ରନ୍‍ କରିଥିଲେ। ପୂରା ୨୦ ଓଭର ବ୍ୟାଟିଂ କରିଥିବା ଶିଖର ଧାୱନ୍‍ ୫୨ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୬୯ ରନ୍‍କରି ଅପରାଜିତ ଥିଲେ। କ୍ରୁନାଲ ପାଣ୍ଡ୍ୟା ୨ଟି ୱିକେଟ ପାଇଥିଲେ।
ମୁମ୍ବଇ ଇଣ୍ଡିଆନ୍‍ସ ୧୬୩ ରନ୍‍ ଲକ୍ଷ୍ୟରେ ଇନିଂସ ଆରମ୍ଭକରି ୬ ଓଭରର ପାୱରପ୍ଲେରେ ୧ ୱିକେଟ୍‍ରେ ୪୪ ରନ୍‍ କରିଥିଲା। ଅଧିନାୟକ ରୋହିତ ଶର୍ମା ୫ ରନ୍‍କରି ଆଉଟ ହୋଇଥିଲେ। ପରେ ଓପ୍‍ନର କ୍ୱିଣ୍ଟନ୍‍ ଡି କକ୍‍ ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ବିଜୟ ଲକ୍ଷ୍ୟ ଆଡ଼କୁ ନେଇ ଯାଇଥିଲେ। କ୍ୱିଣ୍ଟନ ଡି କକ୍‍ ମାତ୍ର ୩୩ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ୨ୟ ୱିକେଟ୍‍ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ସହ ୪୬ ରନ୍‍ ଯୋଡ଼ିବା ପରେ ଡି କକ୍‍ ଆଉଟ ହୋଇଥିଲେ। ଡି କକ୍‍ ୩୬ ବଲ୍‍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୩ ରନ୍‍ କରିଥିଲେ। ସୂର୍ଯ୍ୟକୁମାର ୩୨ ବଲ୍‍ରୁ ଗୋଟିଏ ଛକା ଓ ୬ଟି ଚୌକା ସହ ୫୩ ରନ୍‍କରି ଆଉଟ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ବିନା ସ୍କୋର୍‍ରେ ଆଉଟ ହୋଇଥିଲେ। ଇଶାନ୍‍ କିଷନ୍‍ ୨୮ ରନ୍‍ କରିଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories