www.samajalive.in
Monday, December 15, 2025
17.1 C
Bhubaneswar

ଅର୍ଥନୈତିକ ଓ ବାଣିଜ୍ୟିକ ସମ୍ପର୍କ ମଜବୁତ କରିବେ ଭାରତ-ମିଆଁମାର

ଭାରତ ଏବଂ ମିଆଁମାର ରାଖାଇନ୍ ପ୍ରଦେଶରେ ଆସନ୍ତା ବର୍ଷର ପ୍ରଥମ ତିନି ମାସରେ ବନ୍ଦର କାର୍ଯ୍ୟକ୍ଷମ ହେବା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ଦୁଇ ଦିନିଆ ମିଆଁମାର ଗସ୍ତ ଶେଷରେ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଏବଂ ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଏହା ଘୋଷଣା କରିଛନ୍ତି। ଉଭୟ କହିଛନ୍ତି ଯେ ସୀମା ସୁରକ୍ଷା ସମ୍ବନ୍ଧୀୟ ସଂଯୋଗ ପ୍ରକଳ୍ପ, ଦକ୍ଷତା ବିକାଶ, ଏବଂ ଶକ୍ତି ଭଳି କ୍ଷେତ୍ରରେ ଭାଗିଦାରୀ ବୃଦ୍ଧି ନେଇ ଉଭୟ ପକ୍ଷ ସହମତ ହୋଇଛନ୍ତି। ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କକୁ ମଜବୁତ କରିବା, ଦୁଇ ଦେଶର ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ, ସାଂସ୍କୃତିକ ବିନିମୟ ଏବଂ ସେନା ବାହିନୀର ତିନି ପକ୍ଷ ମଧ୍ୟରେ ଆଦାନ ପ୍ରଦାନ ଉପରେ ମଧ୍ୟ ଚୁକ୍ତି ହୋଇଛି। ଏହି ଅବସରରେ ଭାରତ ସହାୟତାରେ ମିଆଁମାରରେ ନିର୍ମାଣ ହେଉଥିବା ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଉପରେ ମଧ୍ୟ ଦୁଇ ଦେଶ ସମୀକ୍ଷା କରିଛନ୍ତି।

ମିଆଁମାରର ଚିନ୍ ରାଜ୍ୟରେ କୋଡିଏ ଲକ୍ଷ ଆମେରିକୀୟ ଡଲାର ବ୍ୟୟରେ ଏକ ସେତୁ ନିର୍ମାଣ ପାଇଁ ଭାରତ ମଧ୍ୟ ଘୋଷଣା କରିଛି। ଏହି ସେତୁ ମିଆଁମାର ଏବଂ ମିଜୋରାମ ମଧ୍ୟରେ ଅର୍ଥନୈତିକ ସଂଯୋଗ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories