www.samajalive.in
Monday, December 15, 2025
14.1 C
Bhubaneswar

କୃଷି କୌଶଳ ପ୍ରସାରଣ କରିବ ପ୍ରସାରଭାରତୀ, ଏମଓୟୁ ସ୍ୱାକ୍ଷରିତ

ପ୍ରସାର ଭାରତୀ ଏବଂ ଭାରତୀୟ କୃଷକ ସାର ସମବାୟ ଲିମିଟେଡ୍, ଇଫକୋ ମଧ୍ୟରେ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ଏବଂ କୃଷି ସହ ଜଡିତ ନୂତନ ଉଦ୍ଭାବନ ବିଷୟରେ ସୂଚନା ଦେବା ପାଇଁ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଚୁକ୍ତିନାମା ଅନୁଯାୟୀ ଦୂରଦର୍ଶନର କିସାନ୍ ଚ୍ୟାନେଲ୍ କୃଷି କ୍ଷେତ୍ରରେ ପ୍ରୟୋଗ ହେଉଥିବା ନୂତନ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ସହଜ ଭାଷାରେ ଦୈନିକ ତିରିଶ ମିନିଟ୍ ଅବଧି ବିଶିଷ୍ଟ ଦୁଇଟି କାର୍ଯ୍ୟକ୍ରମ ପ୍ରସାରଣ କରିବ। କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ନୂତନ କୃଷି କୌଶଳ ପ୍ରୟୋଗ ବିଷୟରେ ବିଷୟରେ ଅବଗତ କରାଇବ। ଏହି କ୍ରମରେ ଡିଡି କିସାନ ଚ୍ୟାନେଲରେ ପ୍ରାୟ ୨୫ଟି ଏପିସୋଡର ଏକ କାର୍ଯ୍ୟକ୍ରମ ପ୍ରସାରିତ ହେବ ଯେଉଁଥିରେ କୃଷକମାନଙ୍କୁ ସହଜ ଭାଷାରେ ସୂଚନା ଦିଆଯିବ।

ଏହି ଅବସରରେ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଡକ୍ଟର ବିଜୟ ରାଘବନ୍ କହିଛନ୍ତି ଯେ କୃଷକଙ୍କ ବିକାଶ ଦିଗରେ ଏହା ପ୍ରଥମ ଐତିହାସିକ ପଦକ୍ଷେପ। ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶଶି ଶେଖର ଭେମ୍ପତି ଦୁଇ ସଂଗଠନ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଗର୍ବର ବିଷୟ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦୂରଦର୍ଶନ ମାଧ୍ୟମରେ ସହଜ ଭାଷାରେ କୃଷକମାନଙ୍କ ସହ ସୂଚନା ବାଣ୍ଟି ହେବ। ଶ୍ରୀ ଭେମ୍ପତି ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମଗୁଡିକ ଡିଜିଟାଲ ମାଧ୍ୟମରେ ମଧ୍ୟ ପ୍ରସାରିତ ହେବ ଯାହା ଦ୍ୱାରା ଯୁବ କୃଷକମାନେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ।

- Advertisement -

ଇଫକୋ ପରିଚାଳନା ନିର୍ଦ୍ଦେଶକ ଡକ୍ଟର ୟୁ.ଏସ. ଅବସ୍ତି କହିଛନ୍ତି ଯେ ଇଫକୋ ୟୁରିଆର ବିକଳ୍ପ ଭାବେ ନାନୋ ଟେକ୍ନୋଲୋଜି ଉପରେ ଆଧାରିତ ସାର ପ୍ରସ୍ତୁତ କରିଛି ଯାହା କୃଷକମାନଙ୍କୁ ସାହାଯ୍ୟ କରିବ। ସେ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ପ୍ରସାରଣ ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାରେ ସହାୟକ ହେବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories