www.samajalive.in
Sunday, December 7, 2025
26.1 C
Bhubaneswar

ଭାରତର ଆଭିମୁଖ୍ୟକୁ ବ୍ୟାପକ ସମର୍ଥନ, ନୀତିଭିତ୍ତିକ ବିଶ୍ୱଗଠନ ଦିଗରେ ୪ ରାଷ୍ଟ୍ର

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଚାରୋଟି ଯାକ କ୍ୱାଡ୍‍ ସଦସ୍ୟ ରାଷ୍ଟ୍ର ଏକ ମୁକ୍ତ, ଅବାଧ ଓ ସାମୁହିକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସ୍ଥାପନ ପ୍ରତି ଏକମତ ହୋଇଛନ୍ତି। ଟୋକିଓରେ ଅନୁଷ୍ଠିତ ଦ୍ୱିତୀୟ କ୍ୱାଡ୍‍ ମନ୍ତ୍ରୀ ସ୍ତରୀୟ ବୈଠକରେ ତାଙ୍କର ଉଦ୍‍ଘାଟନୀ ବକ୍ତବ୍ୟ ଦେଇ ସେ କହିଛନ୍ତି, ଏକ ନୀତିଭିତ୍ତିକ ବିଶ୍ୱଗଠନ, ସ୍ୱଚ୍ଛତା, ଆନ୍ତର୍ଜାତିକ ଜଳରାଶିରେ ସ୍ୱାଧୀନ ନୌ-ଚଳାଚଳ, ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ ଓ ଆଞ୍ଚଳିକ ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସଦସ୍ୟ ରାଷ୍ଟ୍ରମାନେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି।


ସେ କହିଛନ୍ତି, କ୍ୱାଡ୍‍ ସଦସ୍ୟ ଦେଶମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ନିରାପତ୍ତା ଓ ଅର୍ଥନୈତିକ ସ୍ୱାର୍ଥର ସୁରକ୍ଷା। କ୍ୱାଡ୍‍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ, ଆମେରିକା, ଜାପାନ୍‍ ଓ ଅଷ୍ଟ୍ରେଲିଆ ଅଛନ୍ତି। ଭାରତ ପ୍ରଶାନ୍ତ ମହାସାଗରୀୟ ଆଭିମୁଖ୍ୟ ପ୍ରତି ବ୍ୟାପକ ସମର୍ଥନ ମିଳିଥିବାରୁ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ଜୟଶଙ୍କର କହିଛନ୍ତି, ଚାରୋଟି ଯାକ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ତରୀୟ କଥାବାର୍ତ୍ତା ସଫଳ ରହିଛି ବୋଲି ପ୍ରମାଣିତ କରିଛି। ସେ କହିଛନ୍ତି, କୋଭିଡ-୧୯ ଯୋଗୁଁ ସମଗ୍ର ବିଶ୍ୱରେ ଅନେକ ପରିବର୍ତ୍ତନ ଘଟିଛି। କୋଭିଡ-୧୯ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲାରେ ପରସ୍ପର ସହ ସମନ୍ୱୟରେ କାର୍ଯ୍ୟ କରିବାର ଆବଶ୍ୟକତା ବିଷୟ ପ୍ରତିପାଦିତ ହୋଇଛି। ସେ କହିଛନ୍ତି, ବହୁ
ରାଷ୍ଟ୍ରୀୟ ଅନୁଷ୍ଠାନଗୁଡ଼ିକରେ ସଂସ୍କାର ଓ ଏହି ବିଶ୍ୱବ୍ୟାପି ସଂକ୍ରମଣରୁ ସମଗ୍ର ବିଶ୍ୱକୁ ମୁକ୍ତ କରିବା ପାଇଁ ସାମୁହିକ ଉଦ୍ୟମ ଅତ୍ୟନ୍ତ ଅପରିହାର୍ଯ୍ୟ ବୋଲି ଭାରତ ମତପ୍ରକାଶ କରିଛି।

- Advertisement -


କ୍ୱାଡ୍‍ ବୈଦେଶିକ ମନ୍ତ୍ରୀମାନେ ଯୋଗାଯୋଗ ଓ ମୌଳିକ ଢାଞ୍ଚା ବିକାଶ, ନିରାପତା, ଆତଙ୍କବାଦର ମୁକାବିଲା, ସାଇବର ଓ ସାମୁଦ୍ରିକ ସୁରକ୍ଷା ଏବଂ ଅଞ୍ଚଳର ସ୍ଥିରତା ଓ ସମୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରୁଛନ୍ତି। ଜୟଶଙ୍କର ଟୋକିଓକୁ ଦୁଇଦିନ ଗସ୍ତରେ ଯାଇଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories