www.samajalive.in
Sunday, December 14, 2025
17.1 C
Bhubaneswar

ବନବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର କାଠ ଜବତ

ଫୁଲବାଣୀ/ବାଲିଗୁଡା: କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ଅଧିନସ୍ଥ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଶାଳୁଆ ସାଇଜ ଚୋରାଚାଲଣ ବେଳେ ବନ ବିଭାଗ କୌଣସି ପ୍ରକାର ଖବର ପାଇ ଗାଡି ଓ କାଠ ଜବତ ହୋଇଛି।

ସୂଚନାରୁ ପ୍ରକାଶ ଯେ, ଆଜି ସକାଳ ଭୋର ପ୍ରାୟ ୩.୩୦ରେ କୌଣସି ପ୍ରକାର ଖବର ପାଇଁ ବନ ବିଭାଗ କର୍ମଚାରୀମାନେ ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ସୁଡ୍ରା ପଂଚାୟତର ଲୁବେନଗଡ ଠାରେ ଛପିରହିଥିଲେ। ଏକ ସାଳୁଆ ସାଇଜ ବୋଝେଇ ମାକ୍ସ ପିକଅପ ଗାଡି ଉକ୍ତ ରାସ୍ତାଦେଇ ଆସୁଥିବା ବେଳେ ଗାଡିକୁ ଦେଖିବା ମାତ୍ରେ ବନ ବିଭାଗ କର୍ମଚାରୀ ଗାଡିକୁ ଅଟକାଇଥିଲେ। ଗାଡିରୁ ଡ୍ରାଇଭର ଓ ସହ ଅନ୍ୟ ଜଣେ ଡେଇଁ ଚମ୍ପଟ ମାରିବାରେ ସଫଳ ହୋଇଥିବା ବେଳେ ଗାଡିରେ ବସିଥିବା ଆଉ ଜଣେ କୈଳାସ ପ୍ରଧାନୀକୁ ଅଟକ ରଖି ପଚରା ଉଚରା କରୁଛନ୍ତି ବନିଭାଗଗ। ଜବତ ହୋଇଥିବା ଗାଡିକୁ ବାଲିଗୁଡା ବନଖକଣ୍ଡ କାର୍ଯ୍ୟାଳୟକୁ ଅଣାଯ୍ଧବଥିବା ବେଳେ ଗାଡ଼ିରେ ଶାଳୁଆ ସାଇଜ୧୧୨ ଖଣ୍ଡ ୬୦ ସିଫ୍ଟ କାଠ ଲୋଡ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନ ବିଭାଗ ସୂଚନା ଦେଇଛି। ଚଢାଉରେ ବନବିଭାଗର ଏସିଏଫ ଡ.ରୁଦ୍ର ପ୍ରସାଦ ରଥ, ଏସିଏଫ ସୌମ୍ୟ ରଞ୍ଜନ ସାହୁ, ରେଞ୍ଜର ସଞ୍ଜୟ ସାହୁ, ଫରେଷ୍ଟର ପ୍ରଭାତ କୁମାର ଦୋରା, ଜ୍ୟୋତି ରଞ୍ଜନ ମଳିକ, ଶିବବାଜୀ ବେହେରା ଓ ସମସ୍ତ ଗାର୍ଡମାନେ ସାମିଲ୍‍ ହୋଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories