କାହିଁକି ଆନନ୍ଦ ଆହୁଜାଙ୍କୁ ବିବାହ କଲେ ସୋନମ ?
ନୂଆଦିଲ୍ଲୀ : କିଛି ଦିନ ତଳେ ବଲିଉଡ଼ ଅଭିନେତ୍ରୀ ସୋନମ କପୁର ଏବଂ ଆନନ୍ଦ ଆହୁଜା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେବେ ସୋନମ କାହିଁକି ଆନନ୍ଦଙ୍କୁ ବିବାହ କରିବା ପାଇଁ ଉଚିତ୍ ମନେ କଲେ, ତାହା ସମସ୍ତଙ୍କ ପାଇଁ ଗୁମର ହୋଇ ରହିଥିଲା। ନିକଟରେ ସୋନମ ଏହି ଗୁମର ଉପରୁ ପରଦା ଉଠାଇଛନ୍ତି। ସେ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିବା ଭିଡ଼ିଓରେ ଆନନ୍ଦଙ୍କୁ ବିବାହ କରିବାର କାରଣ କହିଛନ୍ତି। ଏହି ଭିଡ଼ଓରେ ସେ କହିଛନ୍ତି ଯେ ମୁ ଫ୍ୟାସନକୁ ବହୁତ ଭଲପାଏ। ମୁଁ ଆନନ୍ଦ ଆହୁଜାଙ୍କୁ ବିବାହ କରିବାର କାରଣ ହେଉଛି ସେ ଫ୍ୟାସନ ଏବଂ ରିଟେଲ ସହ ଜଡିତ।