ଭିଡରେ ପିଟି ପିଟି ମାରି ଦେବା ଘଟଣା: ମାର୍ଗଦର୍ଶିକା ଜାରି କଲେ ସୁପ୍ରିମ କୋର୍ଟ

0

 

ନୂଆଦିଲ୍ଲୀ: ପିଲାଚୋର ଓ ଗୋ ଚାଲାଣକାରୀ ଅଭିଯୋଗରେ ଦେଶର ବିଭିନ୍ନ ସ୍ଥାନରେ ଅନେକ ଲୋକଙ୍କୁ ଉତ୍ୟକ୍ତଲୋକ ପିଟି ପିଟି ହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି  । ଏହାକୁ ନେଇ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ମାର୍ଗ ଦର୍ଶିକା ଜାରୀ କରିଛନ୍ତି । ଏପରି ଜଘନ୍ୟକାଣ୍ଡକୁ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟସରକାରଙ୍କୁ  ନିର୍ଦେଶ ଦେଇଛନ୍ତି । ଭିଡରେ ଲୋକମାନେ ଆଇନକୁ ହାତକୁ ନେଇ ପାରିବେ ନାହିଁ ଏଥିପାଇଁ ସଂସଦରେ ଆଇନ ପ୍ରଣୟନ ପାଇଁ ପରାମର୍ଶ ଦେଇଛନ୍ତି । ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚରପତି ଜଷ୍ଟିସ ଦୀପକ କୁମର ମିଶ୍ର, ଜଷ୍ଟିସ ଏଏମ ଖନଓ୍ଵିଲକର ଓ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ ।

ଲୋକମାନେ ଆଇନ ହାତକୁ ନେଇ ପାରିବେ ନାହିଁ । ଏଥିପାଇଁ ରାଜ୍ୟ ସରକାରମାନେ ବି ଯତ୍ନବାନ ହେବା ସହ ଆଇନ ପ୍ରଣୟନ କରିବା ପାଇଁ କହିଛନ୍ତି। ଭିଡରେ ପିଟି ପିଟି ହତ୍ୟା କରିବା ଲୋକଙ୍କୁ ଦଣ୍ଡ ପାଇଁ କଠିନ ବ୍ୟବସ୍ଥା ହୋଇ ପାରିବ ସେ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଅଗଷ୍ଟମାସରେ ଏହାର ପରବର୍ତ୍ତୀ ଶୁଣାଣୀ କରାଯିବ ।

ରାଜ୍ୟ ସ୍ତରେ ଏସ୍‌ପି ରାଙ୍କ୍‌ର ଜଣେ ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦେବା ସହ  ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବା ପାଇଁ କହିଛନ୍ତି ।  ଡିଏସ୍‌ପି ସ୍ତରର ଅଧିକାରୀମାନେ ଭିଡ ଦ୍ୱାରା କରାଯାଉଥିବା ହତ୍ୟା ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ସ୍ୱତନ୍ତ୍ର  ଟାସ୍କ ଫୋର୍ସ ଗୁଇନ୍ଦା ସୂଚନା ଏକାଠି କରିବା ସହ ଏପରି ଘଟଣାକୁ ପ୍ରୋତ୍ସାହନ ଦେଉଥିବା ମିଛ ଖବର ବା ଫେକ୍‌ ନ୍ୟୁଜ୍‌,  ଉତ୍ତେଜିତ ଭାଷଣକୁ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ । ରାଜ୍ୟ ସରକାର ଏପରି ଅଞ୍ଚଳକୁ ଚିହ୍ନିତ କରିବା ସହ ଗତ ୫ ବର୍ଷ ମଧ୍ୟରେ ଏପରି କେତୋଟି ଘଟଣା ଘଟିଛି ତାହାର ପରିସଂଖ୍ୟାନ ଏକାଠି କରିବା ପାଇଁ ନିର୍ଦେଶ ଦେଇଛନ୍ତି । ଏପରି ଘଟଣାରେ ୧୫୩ ଏ ଓ ଅନ୍ୟ ଧାରମାନଙ୍କରେ ତୁରନ୍ତ ମାମଲା ରୁଜୁ କରିବା ପାଇଁ କହିଛନ୍ତି । ହିଂସା ପୀଡିତଙ୍କୁ କ୍ଷତି ପୂରଣ ଦେବା ପାଇଁ କହିଛନ୍ତି । ତାଙ୍କର ଆଇନଜୀବୀଙ୍କ ଖର୍ଚ୍ଚ ରାଜ୍ୟ  ସରକାର ବହନ କରନ୍ତୁ ବୋଲି ନିର୍ଦେଶ ଦେଇଛନ୍ତି  ।

Leave A Reply