BJD Bijuli 480×75 Mob

ସାମାଜିକ ସଶକ୍ତିକରଣ ଶିଖର ସମ୍ମିଳନୀ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

BJD Bijuli 480×75 Mob

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ମିଳନୀର ଅକ୍ଟୋବର ୫ରେ ଆୟୋଜିତ ହେବାକୁ ଥିବା ସାମାଜିକ ସଶକ୍ତିକରଣ ଶିଖର ସମ୍ମିଳନୀ- ରେଜ ୨୦୨୦ ଉଦଘାଟନ କରିବେ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ଅକ୍ଟୋବର ୫ରୁ ୯ ତାରିଖ ପର୍ଯ୍ୟନ୍ତ କୃତ୍ରିମ ବୁଦ୍ଧିମତା ଉପରେ ମେଗା ଭର୍ଚୁଆଲ୍ ସମ୍ମିଳନୀର ଆୟୋଜନ କରୁଛନ୍ତି। ଏଥିରେ ସ୍ୱାସ୍ଥ୍ୟସେବା, କୃଷି, ଶିକ୍ଷା ଏବଂ ସ୍ମାର୍ଟ ମୋବିଲିଟି ଭଳି କ୍ଷେତ୍ରରେ ସାମାଜିକ ପରିବର୍ତ୍ତନ, ଅନ୍ତର୍ଭୂକ୍ତି ଏବଂ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ ଏକ ବିଶ୍ୱସ୍ତରୀୟ ଆଲୋଚନା ହେବ।

ଏହି ଆଲୋଚନା କାଳରେ କୃତ୍ରିମ ବୁଦ୍ଧିମତା ଉପରେ ବିଶ୍ୱର କୋଣ ଅନୁକୋଣରୁ ବିଶେଷଜ୍ଞମାନେ ଯୋଗଦେବେ। ଏହି ଶିଖର ସମ୍ମିଳନୀରେ କୃତ୍ରିମ ବୁଦ୍ଧିମତା ସମ୍ବନ୍ଧୀୟ କେତେକ ରୋମାଞ୍ଚକର ଷ୍ଟାର୍ଟଅପ୍ ମଧ୍ୟ ପ୍ରଦର୍ଶିତ ହେବ। ଏ ସମ୍ପର୍କରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ କହିଛନ୍ତି ଯେ ଭାରତ ସ୍ୱାସ୍ଥ୍ୟସେବା, ଶିକ୍ଷା, ଅର୍ଥ, କୃଷି ଏବଂ ଶାସନ ପରି ବିଭିନ୍ନ କ୍ଷେତ୍ରରେ ସାମାଜିକ ସଶକ୍ତିକରଣ ପାଇଁ କୃତ୍ରିମ ବୁଦ୍ଧିମତା ଆଧାରିତ ସମାଧାନର ବିକାଶ କରୁଛି। ସେ କହିଛନ୍ତି ଯେ ଏହି କ୍ଷେତ୍ରରେ ଭାରତ ସାରା ବିଶ୍ୱକୁ ଦିଗଦର୍ଶନ ଦେବା ସହ ବିଭିନ୍ନ ସାମାଜିକ ସମସ୍ୟାର ଅନ୍ତର୍ନିହିତ ସମାଧାନ ପ୍ରଦାନ କରିପାରିବ।ଜୀବନରେ ସହଜତା ତଥା ସାମଗ୍ରିକ ଜୀବନଶୈଳୀରେ ଉନ୍ନତି ଆଣିବା ପାଇଁ ସରକାର ଏ କ୍ଷେତ୍ରରେ ପଦକ୍ଷେପ ନେଉଥିବା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସଚିବ ଅଜୟ ପ୍ରକାଶ ସାୱନି କହିଛନ୍ତି ।

Comments are closed.