www.samajalive.in
Saturday, December 6, 2025
26.1 C
Bhubaneswar

ଜନସମସ୍ୟା ନେଇ ଜିଲାପାଳଙ୍କୁ ଫେରାଦ ହେଲେ ସରପଂଚ

ଟିଟିଲାଗଡ଼ : ଟିଟିଲାଗଡ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳବାସୀଙ୍କ ସମସ୍ୟା ନେଇ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାରେ ପ୍ରଶାସନ ବିଫଳ ହୋଇଥିବା ବ୍ଲକ ସରପଞ୍ଚ ସଂଘ ଅଭିଯୋଗ କରିଛନ୍ତି। ଶୁକ୍ରବାର ବଲାଙ୍ଗିର ଜିଲାପାଳ ଚଞ୍ଚଲ ରାଣା ଟିଟିଲାଗଡ ଗସ୍ତ ଅବସରରେ ନାରେନ ପଞ୍ଚାୟତ କାର୍ଯ୍ୟାଳୟରେ ବସି ସରପଞ୍ଚଙ୍କ ଅଭିଯୋଗ ଶୁଣିଥିଲେ। ବ୍ଲକ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଗରିବ ବିଧବା, ଭିନ୍ନକ୍ଷମ, ବୃଦ୍ଧବୃଦ୍ଧା ଭତ୍ତାରୁ ବଞ୍ଚିତ ରହିଛନ୍ତି। ଏନେଇ ଭତ୍ତା ଆଶାୟୀ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ହେଉଛନ୍ତି। ଏହା ସତ୍ୱେ ପ୍ରଶାସନ ନିରବଦ୍ରଷ୍ଟା ରହିଥିବା ନୁଆ ଜିଲାପାଳ ଶ୍ରୀ ରାଣାଙ୍କୁ ବ୍ଲକ ସରପଞ୍ଚ ସଂଘ ସଭାପତି ବିରବର ସାହୁ, ସମ୍ପାଦକ ହରିନାରାୟଣ ମିଶ୍ର, ଉପଦେଷ୍ଟା ଦୟାରାମ ଅଗ୍ରୱାଲ, ମୁନିରାମ ଖର୍ସେଲ, ଗୋଲକ ବିହାରୀ ସିଂଭୋଇ, ସୁଦାମ ମାଝୀ ପ୍ରମୁଖ ଅଭିଯୋଗ କରିଥିଲେ। ସେହିପରି ଅସହାୟଙ୍କ ଘର ଭଙ୍ଗା ନେଇ ହଜାରେରୁ ଉଦ୍ଧ୍ୱର୍ ଆବେଦନ ମଞ୍ଜୁରୀ ନିମନ୍ତେ ଟିଟିଲାଗଡ ତହସିଲଦାରଙ୍କ ପକ୍ଷରୁ ଜିଲାପାଳଙ୍କ ପାଖକୁ ପଠାଯାଇଛି। ହେଲେ ତାହା ମଞ୍ଜୁର ହେଉନଥିବା ଅଭିଯୋଗ ହୋଇଛି। ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ବ୍ଲକ ଅଞ୍ଜଳର ସିହିନୀ, ନାରେନ ସମେତ ଅନେକ ପଞ୍ଚାୟତରେ ଗରିବ ପରିବାରଙ୍କୁ ବିଦ୍ୟୁତ ସଂଯୋଗ ଅଧା କାମ ହୋଇ ପଡିରହିଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ପଞ୍ଚାୟତ ଗୁଡିକରେ ପିଡିଏସ ବ୍ୟବସ୍ଥାରେ ସରପଞ୍ଚ ମାନଙ୍କ କୌଣସି ଭୂମିକା ରହୁନାହିଁ। ଖାଲି ଅଖା ବସ୍ତା, କମିଶନ ଟଙ୍କା କେତେ ଆସୁଛି ସେ ନେଇ ସରପଞ୍ଚଙ୍କୁ କୌଣସି ସୂଚନା ଦିଆଯାଉନାହିଁ। ଏନେଇ ଅଭିଯୋଗ ପରେ ଉପଜିଲାପାଳ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ନିର୍ବାହୀ ଅଧିକାରୀ ଏବଂ ଯୋଗାଣ ସହାୟକଙ୍କୁ ୭ ଦିନ ମଧ୍ୟରେ ତଥ୍ୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଜାରି କରିଥିଲେ। ଏହା ସତ୍ୱେ ସେମାନେ ପ୍ରଶାସନକୁ କୌଣସି ସୂଚନା ଦେଉନଥିବା ବେଳେ ପିଡିଏସ ଆୟବ୍ୟୟ ନେଇ ସରପଞ୍ଚ ଅନ୍ଧାରରେ ରହିଆସିଛନ୍ତି। ପିଡିଏସ ଷ୍ଟକବୁକ, କେସବୁକ ସରପଞ୍ଚଙ୍କୁ ଦେଖାଯାଉନାହିଁ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ରାସ୍ତା କାମ ମନରେଗା ଯୋଜନାରେ କରିବାକୁ ପ୍ରଶାସନ ଅନୁମତି ଦେବାକୁ ଦାବି ହୋଇଛି। ଗରିବ ପରିବାରଙ୍କୁ ଅଦ୍ୟାବଧି ମୋ ଗୁହାଳ ଯୋଜନାରୁ ବଞ୍ଚିତ ରଖାଯାଇଛି। ଏସବୁ ଦାବି ଗୁଡିକ ପ୍ରତି ଜିଲାପାଳ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସରପଞ୍ଚଙ୍କ ପକ୍ଷରୁ ଦାବି ହୋଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories