www.samajalive.in
Sunday, December 7, 2025
14.1 C
Bhubaneswar

ଆସନ୍ତାକାଲି ୟୁପିଏସସି ପ୍ରିଲିମ୍‍ ପରୀକ୍ଷା : ଟ୍ଵିନ ସିଟିରେ ସ୍ଵତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର : ଆସନ୍ତା କାଲି ୟୁପିଏସସି ପ୍ରିଲିମ୍‍ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀଙ୍କ ଯାତାୟତ ପାଇଁ ଟ୍ଵିନ ସିଟିରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ଟ୍ଵିନ୍ ସିଟିରେ ଚଳାଚଳ କରିବ ମୋ ବସ୍। ଆସନ୍ତାକାଲି ସକାଳ ୬ଟାରୁ ରୁଟ୍ ନମ୍ବର ୧୬ ଓ ୧୮ରେ ମୋ ବସ୍ ଚାଲିବ। ଏପରିକି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମୋ ବସ୍ ଚାଲିବ। ସେହିପରି କଟକରୁ ଅପରାହ୍ନ ୪ଟା ୫୦ ମିନିଟରୁ ୫ଟା ୩୫ ମିନିଟ୍ ମଧ୍ୟରେ ପ୍ରତି ୧୫ ମିନିଟ ବ୍ୟବଧାନରେ ମୋ ବସ ସେବା ଉପଲବ୍ଧ ହେବ।
ସେହିପରି କଟକର ୪୧ଟି କେନ୍ଦ୍ରରେ ଦୁଇଟି ସିଟିଂରେ ପ୍ରାୟ ୧୭ ହଜାର ପରୀକ୍ଷାର୍ଥୀ ୟୁପିଏସସି ପ୍ରିଲିମ ପରୀକ୍ଷା ଦେବେ। ସମସ୍ତ କେନ୍ଦ୍ରରେ ସୂଚାରୂରୂପେ ପରୀକ୍ଷା ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ପରୀକ୍ଷାର୍ଥୀଙ୍କ ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର୍ଥୀମାନେ ଏହି ସ୍ୱତନ୍ତ୍ର ଟ୍ରେନର ସୁଯୋଗ ନେବାକୁ କୁହାଯାଇଛି।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories