ଆଗଲପୁର : ଆଗଲପୁର ବ୍ଲକ ଅଞ୍ଚଳରେ ଗତ ୩ ଦିନ ଠାରୁ ଲଘୁଚାପ ବର୍ଷା ଲାଗି ରହିଥିବାରୁ ପରିବା ଚାଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା କରାଯାଉଛି। ଆଗଲପୁର ବ୍ଲକ ଅଞ୍ଚଳର ୯୦ ଭାଗ ଜନସାଧାରଣ ଚାଷ ଉପରେ ନିର୍ଭର କରି ଚଳି ଆସୁଥିବାବେଳେ ଗତ ବନ୍ୟାରେ ସମସ୍ତ ପରିବା ଗୁଡିକ ପାଣିରେ ବୁଡି ସମ୍ପୂର୍ଣ୍ଣ ରୂପେ କ୍ଷତି ହୋଇଯାଇଛି। ପୁଣି ପରିବା ଚାଷୀମାନେ ନୂତନଭାବେ ପରିବା ଚାଷ ଆରମ୍ଭ କରି ତାଙ୍କର ଗୁଜୁରାଣ ମେଣ୍ଟାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। କିନ୍ତୁ ବର୍ତ୍ତମାନର ଲଘୁଚାପ ଯୋଗୁଁ ଉକ୍ତ ପରିବା ଚାଷରେ ଅନେକ ରୋଗ ପୋକ ଲାଗିବା ସହିତ ଅନେକ ପରିବା ଗଛ ଗୁଡିକ ଛୋଟଛୋଟ ହୋଇଥିବାରୁ ଏହି ବର୍ଷାରେ ପରିବା ଗଛ ଗୁଡିକ ନଷ୍ଟ ହେବାର ଅଶଙ୍କା ଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
Popular Categories



