www.samajalive.in
Friday, December 5, 2025
27.1 C
Bhubaneswar

ବିଜେପିର ଡଙ୍ଗରା ମଣ୍ଡଳସ୍ତରୀୟ ବୈଠକ, ଦଳର ସଙ୍ଗଠନ ସୁଦୃଢ ଉପରେ ଗୁରୁତ୍ୱ

ନବରଙ୍ଗପୁର: ଭାରତୀୟ ଜନତା ପାର୍ଟିର ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡଙ୍ଗରା ମଣ୍ଡଳସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେପି ରାଜ୍ୟ ସଭାପତି ତଥା ପୂର୍ବତନ ସାଂସଦ ଇଂ.ବଳଭଦ୍ର ମାଝୀ ଯୋଗଦେଇ ଆତ୍ମନିର୍ଭର ଭାରତ ସଂପର୍କରେ କହିବା ସହ କେନ୍ଦ୍ରର ବିଜେପି ସରକାରର ବହୁ ଜନହୀତକର ଯୋଜନା ସଂପର୍କରେ ଅବଗତ କରାଇଥିଲେ। ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ଏହି ମଣ୍ଡଳରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବାକୁ ଗୁରୁତ୍ୱ ଦେଇଥିଳେ। ଜିଲା ଉପସଭାପତି ଜୟନ୍ତ କୁମାର ପାତ୍ର ବୈଠକ ପରିଚାଳନା କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଦ୍ମନ ନାୟକ, ଯୁବନେତା ଅରୁଣ ପ୍ରସନ୍ନ ନାୟକ, ପାପଡାହାଣ୍ଡି ମଣ୍ଡଳ ସଭାପତି କ୍ଷେତ୍ର ମୋହନ ପାତ୍ର, ଡାବୁଗାଁ ମଣ୍ଡଳ ସାଧାରଣ ସମ୍ପାଦକ ମହେଶ କୁମାର ପାତ୍ର ପ୍ରମୁଖ ଯୋଗ ଯୋଗଦେଇଥିଲେ। ଏହି ଅବସରରେ ନବନିଯୁକ୍ତ ମୈଦଲପୁର ମଣ୍ଡଳ ସଭାପତି ରବୀନ୍ଦ୍ର କୁମାର ପାଳ, କୋଷାଗୁମୁଡାମଣ୍ଡଳ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଓ ଡଙ୍ଗରା ମଣ୍ଡଳ ସଭାପତି ସତ୍ୟବାନ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କର ମଧ୍ରରେ ପୂର୍ବତନ ମଣ୍ଡଳ ସଭାପତି ଦାମୋଦର ପ୍ରଧାନ, ରାମକୃଷ୍ଣ ପାଣିଗ୍ରାହୀ, ରାମ ଚନ୍ଦ୍ରଭୂକ୍ତା, ଶଙ୍କର ବିଷୋୟୀ, ମାନସାଏ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକ ପରେ ବିଜେପି ନେତୃମଣ୍ଡଳୀ ସୁଣ୍ଡିଗୁଡା ଯାଇ କୃଷକ ଓ ଗ୍ରାମବାସୀମାନଙ୍କୁ ଭେଟି କୃଷକମାନଙ୍କର ସମସ୍ୟା ଓ ସମାଧାନ ସଂପର୍କରେ ଆଲୋଚନା କରିଥିଲେ।

 

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories