www.samajalive.in
Monday, December 15, 2025
27.1 C
Bhubaneswar

ଆଠଗଡ ଇନରହ୍ୱିଲ କ୍ଲବର ସ୍ୱଚ୍ଛତା ଅଭିଯାନ

ଆଠଗଡ: ଆଠଗଡ ଅଞ୍ଚଳରେ କରୋନା ସଂକ୍ରମଣ ଆକ୍ରାନ୍ତଙ୍କ ସଂଖ୍ୟା ସହିତ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ସହରରେ ସ୍ୱଚ୍ଛତା, ବିଶୋଧନ ଓ ସଚେତନତା ବୃଦ୍ଧି ଲାଗି ଆଠଗଡ ଇନରହ୍ୱିଲ କ୍ଲବର ମହିଳା ସଦସ୍ୟମାନେ ଆଗେଇ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ଗୁରୁବାର ବରିଷ୍ଠ ନାଗରିକ ଦିବସରେ କ୍ଲବର ସଭାନେତ୍ରୀ କଳ୍ପଲତା ଦାଶଙ୍କ ପୌରୋହିତ୍ୟରେ ସ୍ଥାନୀୟ ମହାତ୍ମାଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାନେତ୍ରୀ ଶ୍ରୀମତୀ ଦାଶ, ପୁଲିନ ମିଶ୍ର, ସିସିସି ମଞ୍ଜୁଲତା ମହାଳିକ, ସଭ୍ୟା ନୀରଦ ନଳିନୀ ବେହେରା ପ୍ରମୁଖ ଉଦ୍‍ବୋଧନ ଦେଇ ଏବେ କୋଭିଡ ୧୯ ମହାମାରୀ ସମୟରେ ସ୍ୱଚ୍ଛତା ଓ ବିଶୋଧନକୁ ଏବଂ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱକୁ ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ। ସ୍ୱଚ୍ଛତା ଆମ ସମସ୍ତଙ୍କ ପ୍ରାଥମିକ ଲକ୍ଷ ହେବା ଜରୁରୀ ବୋଲି କହିବା ସହିତ ଏ ଦିଗରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ମହାତ୍ମାଗାନ୍ଧୀ ଇଂରାଜୀ ମିଡିୟମ ସ୍କୁଲ ଓ ଟାଉନ ଏମି ସ୍କୁଲ ପରିସରକୁ ସଭ୍ୟାମାନେ ସଫେଇ କରିବା ସହ ଉଭୟ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଡଷ୍ଟବିନ ପ୍ରଦାନ କରିଥିଲେ। ଇନରହ୍ୱିଲ କ୍ଲବର ସଂପାଦିକା ଦୀପାଳି ଦାଶ ପ୍ରାରମ୍ଭରେ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories