www.samajalive.in
Thursday, December 11, 2025
27.1 C
Bhubaneswar

କରୋନା କଟକଣା ଉଲ୍ଲଙ୍ଘନ, ୭୬ ଜଣଙ୍କ ଠାରୁ ୧୦ ହଜାର ୪ ଶହ ଜୋରିମାନା

ଆଠଗଡ: ଆଠଗଡରେ ତଥା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଉଦ୍‍ବେଗଜନକ ହୋଇଥିବା ବେଳେ ଲୋକେ ସତର୍କ ଓ ସଚେତନ ହେଉନାହାଁନ୍ତି। କଟକ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାରେ କୋଭିଡ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ତତ୍ପର ହୋଇ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଠଗଡ ପୁଲିସ ମଧ୍ୟ ଗତ ୭ ଦିନ ହେବ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ମାସ୍କ ପରିଧାନ କରିନଥିବା ଲୋକମାନଙ୍କୁ ଧରି ଜୋରିମାନା ଆଦାୟ କରିଛି।

ଏସଡିପିଓ ଆଲୋକ ରଞ୍ଜନ ରାୟ, ଆଇଆଇସି ଜ୍ଞାନରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ ସହରର ମୁଖ୍ୟ ବଜାର, ମୁଖ୍ୟ ରାସ୍ତା ଓ ଅନ୍ୟ ଜନଗହଳି ପୂର୍ଣ୍ଣ ସ୍ଥାନରେ ଗତ ୩ଦିନରେ ଯାଞ୍ଚ କରାଯାଇ ମାସ୍କ ଆଦୌ ପିନ୍ଧିନଥିବା କିମ୍ବା ସଠିକ ଭାବେ ପିନ୍ଧିନଥିବା ୭୬ ଜଣଙ୍କଠାରୁ ୧୦୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଏସଆଇ ସନ୍ତୋଷ ପ୍ରଧାନ, ଶକୁନ୍ତଳା ଦାସ, ପୁଲିନ ପ୍ରଧାନ, ଏଏସଆଇ ମମତା ଦେଇ, ଲିଙ୍ଗରାଜ ସିଠ ମୁଖ୍ୟତଃ ଏହି ଚଢାଉରେ ଅଂଶ ଗ୍ରହଣ କରିଥିଲେ।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories