www.samajalive.in
Sunday, December 14, 2025
19.1 C
Bhubaneswar

ବୁଥ ସହ ନିଜକୁ ଯୋଡ଼ିବ କଂଗ୍ରେସ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସମନ୍ବୟ କମିଟିର ପ୍ରଥମ ବୈଠକ ସୋମବାର ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଜେଡି ଓ କେନ୍ଦ୍ରର ବିଜେପି ସରକାରଙ୍କ ଚାଷୀମାରଣ ନୀତିକୁ ତୀବ୍ର ସମାଲୋଚନା କରାଯାଇଛି। ଉଭୟ ସରକାରଙ୍କ ଚାଷୀମାରଣ ନୀତି, ଦୁର୍ନୀତି ଓ କୁଶାସନ ବିରୋଧରେ ଦଳ ପକ୍ଷରୁ ଖୁବ୍‌ଶୀଘ୍ର ଅଭିଯୋଗପତ୍ର ଜନତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। କ୍ରାନ୍ତି ଦିବସରୁ କଂଗ୍ରେସ ତା’ର ନୂଆ କାର୍ଯ୍ୟକ୍ରମମାନ ହାତକୁ ନେଇ ବୁଥ ସ୍ତରରୁ ସଂଗଠନକୁ ମଜବୁତ କରିବାକୁ ଅଣ୍ଟା ଭିଡିବାକୁ ପ୍ରସ୍ତୁତ ହୋଇଛି।
କଂଗ୍ରେସ ଭବନଠାରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଗାଁ କୁ ଗାଁ ବୁଲି ଲୋକଙ୍କ ନିକଟରେ ପହଞ୍ଚିବାପାଇଁ ବିସ୍ତୃତ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଏହାସହିତ ୟୁପିଏ ସରକାର ସମୟରେ ଆଦିବାସୀ ଓ ଅବହେଳିତ ବର୍ଗଙ୍କ ପାଇଁ ଯେଉଁସବୁ ଜନହିତକର ଯୋଜନା କରାଯାଇଥିଲା ତାକୁ କିଭଳି କେନ୍ଦ୍ର ସରକାର ବନ୍ଦ କରିଛନ୍ତି ସେସବୁକୁ ପ୍ରସଙ୍ଗ କରାଯିବ। କଂଗ୍ରେସ ଏବେ ବିଜେପି ଓ ବିଜେଡ଼ିର ବୁଥ ଦଖଲ ନୀତି ଆପଣାଇବ। ବୁଥ୍‍ସ୍ତରକୁ ମଝବୁତ୍‍ କରିବାପାଇଁ ପଞ୍ଚାୟତ, ବ୍ଲକ ଓ ଜିଲାସ୍ତରରେ କଂଗ୍ରେସ ଦଳୀୟ କର୍ମୀ, ନେତା ଏବଂ ବିଭିନ୍ନ ଛାମୁଆ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ। ଏଥିପାଇଁ କମିଟିର ଜଣେ ଜଣେ ସଦସ୍ୟ ଗୋଟିଏ ଲେଖାଏଁ ଜିଲା ଦାୟିତ୍ୱରେ ରହିବେ। ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନେତା ଓ କର୍ମୀଙ୍କୁ ନିର୍ବାଚନ ମଣ୍ଡଳୀର ଦାୟିତ୍ୱ ପ୍ରଦାନ କରାଯିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଫଳତା ଏବଂ ଦୁର୍ନୀତି ବିରୁଦ୍ଧରେ ଚାର୍ଜସିଟ୍ ଦିଆଯିବ। ଅଗଷ୍ଟ ୯ କ୍ରାନ୍ତି ଦିବସରେ ସମସ୍ତ କର୍ମୀ ଓ ନେତା ନିଜ ନିଜ ଘର ଉପରେ କଂଗ୍ରେସ ଝଣ୍ଡା ଉଡ଼ାଇବେ। ଦଳର ଯେତେବଡ଼ ନେତା ହୋଇଥାନ୍ତୁ ନା କାହିଁକି ସମସ୍ତେ ଗୋଟିଏ ଗୋଟିଏ ବୁଥ୍ ସହ ଯୋଡି ହେବେ। କମିଟିର ସଦସ୍ୟମାନଙ୍କର କାର୍ଯ୍ୟ ଓ ଅନୁଭୂତିକୁ ନେଇ ପ୍ରତିମାସରେ ବୈଠକ ବସିବ। ତୃଣମୂଳସ୍ତରରେ ବୁଦ୍ଧିଜୀବୀ, କୃଷକ, ଶ୍ରମିକ, ଛାତ୍ର, ଯୁବକ ମଧ୍ୟବିତ୍ତ, ବ୍ୟବସାୟୀମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବୈଠକରୁ ଜଣାଯାଇଛି।
ଏହି ଅବସରରେ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ ଶ୍ରୀକାନ୍ତ ଜେନାଙ୍କ ଇସ୍ତାହାର କମିଟିି ବୈଠକରେ ସମୀକ୍ଷା କରାଯାଇଥିଲା। କଂଗ୍ରେସର ଇସ୍ତାହାର କ’ଣ ରହିବ ସେନେଇ ଖୁବ୍‍ଶୀଘ୍ର ଏକ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ନିଷ୍ପତ୍ତି ହୋଇଛି। ଆଗାମୀ ଦିନରେ ଦଳର ସବୁ ସଦସ୍ୟ ମତଭେଦ, ମନାନ୍ତର ଭୁଲି କିଭଳି ଶୃଙ୍ଖଳିତ ହେବେ ଏବଂ ନିର୍ବାଚନ ରଣକ୍ଷେତ୍ରକୁ ଓହ୍ଲାଇବେ ସେନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ଆବାହକ ଜଗନ୍ନାଥ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କ ସହ ସବୁ ସଦସ୍ୟ ଉପସ୍ଥିତ ଥିଲେ। କମିଟିର ଅନ୍ୟତମ ସଦସ୍ୟ ଅନନ୍ତ ପ୍ରସାଦ ସେଠୀ ଅସୁସ୍ଥତା କାରଣବଶତଃ ବୈଠକରେ ଯୋଗଦେଇ ପାରି ନଥିଲେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories