www.samajalive.in
Monday, December 15, 2025
27.1 C
Bhubaneswar

ଜୟବିଜୟ ଦ୍ୱାର ସ୍ଥିତି ସଂକଟାପନ୍ନ; ତୁରନ୍ତ ମରାମତି ପାଇଁ ବିଶେଷଜ୍ଞଙ୍କ ପରାମର୍ଶ

ପୁରୀ: ସଂକଟାପନ୍ନ ହୋଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ୱାର। ଜଗମୋହନ ଓ ନାଟମଣ୍ଡପ ସଂଯୋଗସ୍ଥଳ ଉପରେ ଫାଟ ଦେଖାଦେଇଛି। ଫାଟ ମେଲୁଥିବାରୁ ବିଶେଷଜ୍ଞ ଉଦ୍‍ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ମରାମତି ଆରମ୍ଭ କରିବାକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‍ଆଇ)କୁ ପରାମର୍ଶ ଦିଆଯାଇଛି। ଗର୍ଭଗୃହ ଏବଂ ଜଗମୋହନରେ ଗରମ ବାୟୁ ସମସ୍ୟା ସୃଷ୍ଟି କରିଛି। ଅଧିକ ବାୟୁ ନିଷ୍କାସନ ଯନ୍ତ୍ର ଲଗାଇବାକୁ ବୈଷୟିକ କମିଟି ସୁପାରିସ କରିଛି। ନାଟମଣ୍ଡପରେ ଥିବା ଅରୁଣସ୍ତମ୍ଭ ଉପରଛାତ ଏବଂ ବିମ୍‍ ଦୁର୍ବଳ ହୋଇପଡିଛି। ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ପୂର୍ବରୁ ତାହାର ମରାମତି ସାରିବାକୁ କୁହାଯାଇଛି। ଏଏସ୍‍ଆଇ ଆଞ୍ଚଳିକ ନିର୍ଦେଶିକା ଡଃ ନନ୍ଦିନୀ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ୱରେ ୧୧ଜଣିଆ ବିଶେଷଜ୍ଞ କମିଟି ସୋମବାର ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନ ଯାଞ୍ଚ କରିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଘୋଷଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିବାରୁ ଗର୍ଭଗୃହ ସ୍ଥିତି ଅନୁଧ୍ୟାନ କରାଯାଇଛି। ଗରମ ବାମ୍ଫ ଆବଦ୍ଧ ହୋଇ ରହିବା ଯୋଗୁଁ କାନ୍ଥ ଓ ଛାତ ଝାଳଉଥିବା ଦେଖାଯାଇଛି। ଟନ ଟନ ଷ୍ଟିଲବିମ୍‍ରେ ଜଗମୋହନ ମରାମତି ଆଉ ଏକ ସମସ୍ୟା ସୃଷ୍ଟି କରିଛି। ଜଗମୋହନର ଓଜନ ହ୍ରାସପାଇଁ ଅତ୍ୟାଧୁନିକ ପ୍ରଣାଳୀରେ ବ୍ୟବସ୍ଥା କରାଯିବ। ଏଥିପାଇଁ ଜାତୀୟ କୋଠାବାଡି ଗବେଷଣା ପ୍ରତିଷ୍ଠାନର ବୈଷୟିକ ସହାୟତା ନିଆଯିବ। ଜୟବିଜୟ ଦ୍ୱାର ମରାମତିରେ ଅବହେଳା ଯୋଗୁଁ କମିଟି ଅସନ୍ତୋଷ ପ୍ରକାଶ କରିଛି। ଏହାଛଡା ଶ୍ରୀଜୀଉଙ୍କ ଚାଙ୍ଗଡାଘର ଓ ଖଟଶେଯ ଘର ପୁନଃନିର୍ମାଣ ଯଥାଶୀଘ୍ର ଶେଷ କରିବାକୁ ମନ୍ଦିର ପ୍ରଶାସନକୁ କୁହାଯାଇଛି। ରୋଷଶାଳା ଚଟାଣ ଏବଂ ଛାତ ମରାମତି ନିମନ୍ତେ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। କେଉଁଦିନ କେଉଁ କାର୍ଯ୍ୟ କରାଯିବ ୨ଦିନ ଭିତରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଏଏସ୍‍ଆଇକୁ ନିର୍ଦେଶ ଦିଆଯାଇଛି।
ଏଏସ୍‍ଆଇ ଭୁବନେଶ୍ୱର ମଣ୍ଡଳ ଅଧୀକ୍ଷକ ଡଃ ହେମସାଗର ଅଭୟ ନାୟକ, ପ୍ରତ୍ନତତ୍ତ୍ୱ ଅଧିକ୍ଷଣ ଯନ୍ତ୍ରୀ ଗିରିଶ କୁଲକର୍ଣ୍ଣି, ପ୍ରତ୍ନତତ୍ତ୍ୱ ରାସାୟନିକ ବିଶେଷଜ୍ଞ ଡଃ ଶିଳ୍ପା ରାତୋରି, କୋର୍‍ କମିଟି ଅଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ମିତ୍ର, ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଧର୍ମପ୍ରସାଦ ମିଶ୍ର, ପ୍ରାକ୍ତନ ରାଜ୍ୟ ପ୍ରତ୍ନତତ୍ତ୍ୱ ଅଧିକ୍ଷକ ଡଃ ବିଜୟ କୁମାର ରଥ, ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ କୁମାର ଦାଶ, ଅଧିକ୍ଷଣ ଯନ୍ତ୍ରୀ ବିନେ୍ଧଶ୍ୱର ପାତ୍ର, କୋର୍‍ କମିଟି ସଭ୍ୟ ଏନ.ସି ପାଲ, ପଦ୍ମଲୋଚନ ମହାପାତ୍ର ଏବଂ ପ୍ରତ୍ନତତ୍ତ୍ୱ ବରିଷ୍ଠ ସଂରକ୍ଷକ ଚିତ୍ତରଞ୍ଜନ ଦାଶ ଯାଞ୍ଚ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଏହାପରେ ବିଶେଷଜ୍ଞଙ୍କ ଏକ ରୁଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ଜୟବିଜୟଦ୍ୱାର, ନାଟମଣ୍ଡପ ଏବଂ ରୋଷଶାଳା ମରାମତି ଅଗ୍ରାଧିକାର ଭିତ୍ତିରେ କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories