ବୈଷ୍ଣୋଦେବୀ ଯାତ୍ରୀଙ୍କ ଉପରେ ଖସିଲା ପଥର:୭ମୃତ,୨୬ଆହତ

0

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରିୟାସି ଜିଲାରେ ବୈଷ୍ଣୋଦେବୀ ଯାଉଥିବା ଶ୍ରଦ୍ଧାଳୁଙ୍କ ଉପରେ ପଥର ଖସି ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୬ଜଣ ଆହତ ହୋଇଛନ୍ତି। ବୈଷ୍ଣୋଦେବୀ ଯାଉଥିବା ପର୍ଯ୍ୟଟକ ବାଟରେ ସିୟାଦ ବାବାଙ୍କ ଦର୍ଶନ ନିମନ୍ତେ ଅଟକି ଥିଲେ। ପାଖରେ ଥିବା ଏକ ଝରଣାରେ ଗାଧୋଇବାକୁ ଓହ୍ଲାଇଥିଲେ। ଝରଣାରେ ଗୋଧୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ଉପରେ ଏକ ବଡ଼ ପଥର ଖଣ୍ଡ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୭ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା। ଖବର ପାଇଁ ଘଟଣାସ୍ଥଳରେ ସେନା ଓ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଧିକାଂଶ ଶ୍ରଦ୍ଧାଳୁ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି।

Leave A Reply