www.samajalive.in
Monday, December 15, 2025
17.1 C
Bhubaneswar

ବସୁଧା ଯୋଜନାରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଅଭିଯୋଗ

ଟିଟିଲାଗଡ଼: ଟିଟିଲାଗଡ ବ୍ଲକ ନାରେନ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନପତ୍ରାପାଲି ଗ୍ରାମରେ ପ୍ରାୟ ୨ କୋଟି ଟଙ୍କାରେ ନିର୍ମିତ ଜଳ ପ୍ରକଳ୍ପର ନିମ୍ନମାନ ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗ ହୋଇଛି। ଯୋଜନାରେ ଗ୍ରାମରେ ଏକ ଲକ୍ଷ ବିଶିଷ୍ଟ ପାଣି ଟାଙ୍କି, କୂଅ, ପମ୍ପ ହାଉସ ଆଦି ନିର୍ମାଣ କରାଯାଇଛି। ହେଲେ ନିମ୍ନମାନର କାମ ଯୋଗୁଁ ଗ୍ରାମର ସମସ୍ତ ପଡାକୁ ପାଣି ପହଞ୍ଚୁ ନ ଥିବା ଅଭିଯୋଗ ହୋଇଛି। ଏପରିକି ଅନେକ ସାହିରେ ସର୍ବସାଧାରଣ ଷ୍ଟାଣ୍ଡ ପୋଷ୍ଟ ନିର୍ମାଣ କରାଯାଇଥିବା ବେଳେ ପାଇପ ସଂଯୋଗ ନାହିଁ। କିଛି ସାହିରେ ନିମ୍ନମାନର ପାଇପ ବିଛାଯିବା ଯୋଗୁଁ ଭାଙ୍ଗିରୁଜି ଯାଇ ଲୋକେ ଆଉ ପାଣି ପାଉନାହାନ୍ତି। ପ୍ରାୟ ୧ ବର୍ଷ ତଳେ ଏହି କାମ ସମ୍ପୁର୍ଣ୍ଣ ଦର୍ଶାଇ ସରପଞ୍ଚଙ୍କୁ ତରବରିଆ ଭାବରେ ହେଣ୍ଡଓଭର କରାଯାଇଥିବା ବେଳେ ଦିନ କେଇଟାରେ ଏଭଳି ଅସଜଡା ପରିସ୍ଥିତି ସୃଷ୍ଟି ଦେଖି ଲୋକେ ଅବାକ ହୋଇଛନ୍ତି। ଏନେଇ ସରପଞ୍ଚ ଦୟାରାମ ଅଗ୍ରୱାଲ ଟିଟିଲାଗଡ ଉପଜିଲାପାଳଙ୍କଠାରେ ତଦନ୍ତ ପାଇଁ ଲିଖିତ ଅଭିଯୋଗ ଦାଖଲ କରିବା ଚର୍ଚ୍ଚାର ବିଷୟ ହୋଇଛି। ସରପଞ୍ଚଙ୍କ କହିବା ମତେ କୁଅରେ ଏକ ସ୍ଲାବ ମଧ୍ୟ ଢଲା ଯାଇପାରିଲା ନାହିଁ। ପମ୍ପ ହାଉସରେ ଚୁନ ଟିକିଏ ମଧ୍ୟ ନମାରି ଠିକାଦାର ପଳାଇଗଲା। ଗ୍ରାମ୍ୟ କଂକ୍ରିଟ ରୋଡ ଫଟେଇ ପାଇପ ବିଛାଇଲା ହେଲେ ଠିକ ଭାବରେ କଂକ୍ରିଟ କଲା ନାହିଁ। ଏଭଳି ବିଚିତ୍ର କାମ ଯୋଗୁଁ ଲୋକେ ଏବେ ପାଣି ପାଉନଥିବା ବେଳେ ଠିକାଦାର ସବୁ ପେମେଣ୍ଟ ନେଇ ଚାଲିଯିବା ଦୁର୍ଭାଗ୍ୟଜନକ ବୋଲି ସରପଞ୍ଚ ତୀବ୍ର ନିନ୍ଦା କରିଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ କ୍ଷିରୋଦ୍ର ପ୍ରସାଦ ରାଉତଙ୍କୁ ଯୋଗାଯୋଗ କରିବାରୁ ଠିକାଦାର ପ୍ରକଳ୍ପର ୫ ବର୍ଷ ମରାମତି ଏବଂ ଦେଖାଶୁଣା କଲେ ଯାଇ ସମସ୍ତ ପେମେଣ୍ଟ ରିଲିଜ ହେବ। ଏନେଇ ଠିକାଦାରଙ୍କୁ ଚିଠି କରାଯାଇଛି। ସରପଞ୍ଚଙ୍କ ବିନା ଦସ୍ତଖତରେ ଠିକାଦାରକୁ କୌଣସି ପାଉଣା ଦିଆଯିବ ନାହିଁ ବୋଲି କହିଛନ୍ତି। ତେବେ ଅବ୍ୟବସ୍ଥା ନେଇ ଲୋକେ ପ୍ରକଳ୍ପର ସୁଫଳ ପାଉ ନ ଥିବା ବେଳେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏନେଇ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories