www.samajalive.in
Saturday, December 6, 2025
17.1 C
Bhubaneswar

କନ୍ଧମାଳ ଛାତ୍ର ବିଜେଡ଼ି ସଭାପତି ହେଲେ ସୁନିଲ୍

ଫୁଲବାଣୀ : କନ୍ଧମାଳ ଜିଲା ଛାତ୍ର ବିଜେଡ଼ି ସଭାପତି ଭାବେ ସୁନିଲ୍ ସେଠୀଙ୍କୁ ଦଳର ସୁପ୍ରିମୋ ନବୀନ ପଟନାୟକ ନିଯୁକ୍ତି ଦେଇଛନ୍ତି। ଏହି ଦାୟିତ୍ୱ ଦେଇଥିବ ଯୋଗୁଁ ସେ ସୁପ୍ରିମୋ ଏବଂ ରାଜ୍ୟ ଛାତ୍ର ବିଜେଡ଼ି ସଭାପତିଙ୍କ ସମେତ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ , ମନ୍ତ୍ରୀ ପଦ୍ମନାଭ ବେହେରା ଓ ବିକ୍ରମ କେଶରୀ ଆରୁଖ ଓ ଜିଲା ବିଜେଡ଼ି ସଭାପତି ସରୋଜ କର୍ଣ୍ଣକୁ ଧନ୍ୟବାଦ ଦେବା ସହିତ ଜିଲାର ଛାତ୍ର ବିଜେଡ଼ିକୁ ମଜଭୁଦ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବେ ବୋଲି ତାଙ୍କ ପ୍ରତିକିୟାରେ ପ୍ରକାଶ କରିଛନ୍ତି। ଆଜି ଫୁଲବାଣୀ ଠାରେ ନବ ନିଯୁକ୍ତ ଯୁବ ବିଜେଡ଼ି ସଭାପତି ଶ୍ରୀ ସେଠୀଙ୍କୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ,ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର , ଜିଲା ପରିଷଦ ଅଧ୍ୟକ୍ଷା ଶ୍ରୀମତି ଆକାଂକ୍ଷା ପ୍ରଧାନ,ରାଜ୍ୟ ସଂଖ୍ୟା ଲଘୁ ସେଲ୍ ର ସାଧାରଣ ସଂପାଦକ ମହମ୍ମଦ ୟାସିନ୍ ବେଗ୍ ,ଜିଲା ପରିଷଦ ଉପାଧ୍ୟକ୍ଷା , ଜିଲା ପରିଷଦ ସଭ୍ୟା ଜୁଲିଲତା ଲେଙ୍କା , ମହିଳା ନେତ୍ରୀ ପୁନମ୍ କହଁର ଓ  ଅନ୍ୟ ବରିଷ୍ଠ ନେତା ଏବଂ ଯୁବନେତାମାନେ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories