www.samajalive.in
Saturday, December 6, 2025
19.1 C
Bhubaneswar

ଯୁଦ୍ଧକାଳୀନ ଭିତ୍ତିରେ କରୋନା ଟେଷ୍ଟ

ବୋଲଗଡ଼ : କରୋନା ମହାମାରୀ ବିଶ୍ୱରେ ଆତଙ୍କରାଜ ଚଳାଇଥିବାବେଳେ ସାରା ବିଶ୍ୱ ବର୍ତ୍ତମାନ ଭୟଭୀତ ହୋଇ ରହିଛି। ସେଥି ମଧ୍ୟରୁ ଭାରତ ମଧ୍ୟ ବାଦ ପଡିନାହିଁ। ସାରା ଭାରତକୁ କରୋନା ଗ୍ରାସ କରିଥିବା ବେଳେ ଓଡିଶାରେ ଏହା ମଧ୍ୟ ତାର ପ୍ରଭାବ ଦେଖିବାକୁ ମିଳିଛି। କରୋନାରୁ ମୁକ୍ତି ପାଇବାକୁ ହେଲେ ସରକାରଙ୍କ କଠୋର ନିର୍ଦ୍ଦେଶାବଳୀ ଅନୁସାରେ ସାମାଜିକ ଦୂରତା, ମାସ୍କ ପରିଧାନ, ବ୍ୟାପକ ଭାବରେ ରୋଗୀଙ୍କୁ ଚିହ୍ନଟ କରି ଥଇଥାନ କରିବାକୁ ପ୍ରାଥମିକତା ଦେଉଛନ୍ତି। ଶନିବାର ବୋଲଗଡ ପଞ୍ଚାୟତର ଫାସିଓଦା ଗ୍ରାମପଞ୍ଚାୟତରେ ପଞ୍ଚାୟତ ନୋଡାଲ ଅଫିସର ସଞ୍ଜୟ କୁମାର ରଥ ,ସରପଞ୍ଚ ବ୍ରଜ ପାତ୍ର ଏବଂ ବାଙ୍କୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମର ସଦସ୍ୟ ଜ୍ୟୋତିବିନ୍ଦୁ ପଟ୍ଟନାୟକ,ଜିତେନ୍ଦ୍ର ଦାସ, ସବିତା ବାରିକ,ଝିଲି ଦଳେଇଙ୍କ ସହଯୋଗରେ  ୧୩ଜଣଙ୍କର ଆଣ୍ଟିଜେନ ଟେଷ୍ଟ ଏବଂ ୩୫ଜଣଙ୍କର ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିଲା। ଏହି ଟେଷ୍ଟରେ ଗର୍ଭବତୀ ମହିଳାଙ୍କୁ ଅଧିକ ପ୍ରାଧ୍ୟାନ ଦିଆଯାଇଥିବା ଟେକନିସିଆନ ଜିତେନ୍ଦ୍ର ଦାସଙ୍କ ଠାରୁ ପ୍ରକାଶ। ସେହିପରି ମାଣିବନ୍ଧଠାରେ ଥିବା ସ୍ୱାବଟେଷ୍ଟ ସେଣ୍ଟରରେ ଆରଟିପିସିଆର ୧୨ଜଣ ଏବଂ ୨୫ଜଣଙ୍କର  ଆଣ୍ଟିଜେନ ଟେଷ୍ଟ ହୋଇଥିବା ସୂଚନା ରହିଛି। କରୋନା ମହାମାରୀ ସମୟରେ ଗ୍ରାମକୁ ଫେରିଥିବା ୧୪୭୧ଜଣ ପ୍ରବାସୀଙ୍କ ମଧ୍ୟରୁ ସରକାରୀ ନିର୍ଦ୍ଦେଶ ଅନୁସାରେ ୯୭୪ଜଣଙ୍କୁ ଦୁଇହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବାବେଳେ ଜୁଲାଇ ୧ ତାରିଖ ପରେ ଫେରିଥିବା ୪୯୭ଜଣ ପ୍ରବାସୀଙ୍କୁ ପ୍ରୋତ୍ସାହନ ରାଶି ନମିଳିବା ସରକାରୀ କଳର ଏକ ଅପାରଗତା ବୋଲି ଆଲୋଚ୍ୟ ବିଷୟ ହୋଇଛି। ବୋଲଗଡ ବ୍ଲକରେ ଆଜି ପର୍ଯ୍ୟନ୍ତ ସମୁଦାୟ ୭୭୯ଜଣ କରୋନାରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥି ମଧ୍ୟରୁ ୭୨୪ଜଣ ରୋଗୀ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫ଜଣ ରୋଗୀ ମୃତ୍ୟୁବରଣ କରିଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ କରୋନା ରୋଗୀ ସୁସ୍ଥ ହେବାରେ ୯୪ପ୍ରତିଶତ ସଫଳତା ରହିଥିବା ବ୍ଲକ ନୋଡାଲ ଅଧିକାରୀ ସୈାମ୍ୟରଞ୍ଜନରାୟଙ୍କ ଠାରୁ ପ୍ରକାଶ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories