www.samajalive.in
Saturday, December 6, 2025
15.1 C
Bhubaneswar

କୋଭିଡ୍‌-୧୯ ସପୟରେ ଶିଶୁମାନଙ୍କ ଶୈଶବ ବିକାଶର ମାଧ୍ୟମ ପାଲଟିଛି ‘ଘରେ ଘରେ ଅରୁଣିମା’

ଭୁବନେଶ୍ୱର : କୋଭିଡ୍‌-୧୯ ପହାମାରୀ ସମୟରେ ପହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ‘ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ଦ୍ବାରା କାର୍ଯ୍ୟକାରିତା ଏକ ସ୍ୱାଗତଯୋଗ୍ୟ, ପ୍ରେରଣାଦାୟୀ ଓ ସଫଳ ପଦକ୍ଷେପ । ଏହି ନୂତନ ପଦକ୍ଷେପ ପାଧ୍ୟମରେ ଘରେ ଘରେ ପୁରୁଷମାନଙ୍କର ଯେପରିକି ବାପା, ଦାଦା, ବଡ଼ବାପା, ଜେଜେବାପା, ଭାଇ, ପଉସା, ମାମୁଁମାନଙ୍କୁ ସାମିଲ କରି ସେମାନଙ୍କର ସହଭାଗିତାକୁ ନିଶ୍ଚିତ କରାଯାଇପାରିଛି।
ଅପ୍ରେଲ ୨୦୨୦ରୁ ତାଲାବନ୍ଦ (ଲକ୍‌ଡାଉନ୍‌) ସମୟରେ ଏହା କାର୍ଯ୍ୟକାରୀ ହେଉଛି । ପ୍ରତି ମାସର ବିଷୟବସ୍ତୁକୁ ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ପାଧ୍ୟମରେ କୌତୁହଳପୂର୍ଣ୍ଣ ଓ ଆନନ୍ଦଦାୟକ ଭାବେ ପ୍ରାକ୍‌-ବିଦ୍ୟାଳୟର ଶିଶୁମାନଙ୍କୁ ପରିବେଷଣ କରାଯାଉଛି । ଚଳିତ ସେପ୍ଟେମ୍ବର ମାସର ବିଷୟବସ୍ତୁ ‘ପଶୁପକ୍ଷୀ ସମ୍ବନ୍ଧୀୟ କ୍ୟାଲେଣ୍ଡର ମାସ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାର ସମାଜ ମଙ୍ଗଳ ଅଧିକାରୀମାନଙ୍କୁ ପ୍ରେରଣ କରାଯାଇଛି ଏବଂ ସମସ୍ତ ଯୋଗ୍ୟ ପରିବାର ଯେପରି ଏହା ପ୍ରାପ୍ତ ହେବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ମାତାପିତା/ଅଭିଭାବକମାନଙ୍କର ଆଣ୍ଡ୍ରଏଡ୍‌ ଫୋନ୍‌ ଓ ଇଣ୍ଟରନେଟ୍‌ ସୁବିଧା ଅଛି, ସେମାନଙ୍କୁ ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ପ୍ରେରଣ କରାଯାଉଛି ଏବଂ ସେମାନଙ୍କୁ ୟୁଟ୍ୟୁବ୍‌ ଲିଙ୍କ୍‌ ପ୍ରଦାନ କରାଯାଉଛି । ଯେଉଁ ମାତାପିତା/ଅଭିଭାବକମାନଙ୍କର ଆଣ୍ଡ୍ରଏଡ୍‌ ଫୋନ ସୁବିଧା ନାହିଁ, ସେମାନଙ୍କୁ ଏ-୩ କାଗଜରେ ଛପା ଯାଇଥିବା ରଙ୍ଗୀନ୍‌ ଘରେ ଘରେ ଅରୁଣିମା କ୍ୟାଲେଣ୍ଡର ପ୍ରଦାନ କରାଯାଉଛି ।
ପ୍ରାକ୍‌-ବିଦ୍ୟାଳୟର ଶିଶୁମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ନ ଆସି ମଧ୍ୟ ମାତାପିତା/ଅଭିଭାବକମାନଙ୍କ ସହଯୋଗରେ ଏକ କୌତୁହଳପୂର୍ଣ୍ଣ ପରିବେଶ ଭିତରେ ଏହି କ୍ୟାଲେଣ୍ଡର ମାଧ୍ୟମରେ ବିଭିନ୍ନ‌ ଗୀତ, ଗପ, ଖେଳ, ନାଚ, ଚିତ୍ର, ଖେଳନା, ପୁକ୍ତ ବାର୍ତ୍ତାଳାପ, ଅଭିନୟ, ସଂଗୀତ ଇତ୍ୟାଦି ଦ୍ୱାରା ମାସର ବିଷୟବସ୍ତୁ ଘରେ ସମ୍ୟକ୍‌ ଧାରଣା  ପାଇପାରୁଛନ୍ତି । ଏହି ଘରେ ଘରେ ଅରୁଣିମାର ଏକ ସକାରାତ୍ମକ ଦିଗ ହେଉଛି, ଏଥିରେ ପୁରୁଷମାନଙ୍କର ସକ୍ରିୟ ଅଂଶଗ୍ରହଣ । ବିଭିନ୍ନ ଜିଲ୍ଲାରୁ ଏ ସଂପର୍କିତ ସୁନ୍ଦର ଫଟୋ ତଥା ପ୍ରତିକ୍ରିୟା ଆଦି ବିଭାଗର ହସ୍ତଗତ ହୋଇଛି, ଯେପରିକି ଏହି ମାସରେ ‘ପଶୁପକ୍ଷୀ ବିଷୟରେ ନିଜ ପିଲା ସହିତ କାର୍ଯ୍ୟକ୍ରମ କରି ଜଣେ ବାପା କୁହନ୍ତି, ବହୁତ ଦିନ ପରେ ‘ଦଳର ବଳଦ ବିଷୟରେ ବୁଝାଇବାକୁ ଯାଇ ଶିକାରୀ ଓ ପକ୍ଷୀ ଗପ ଝିଅକୁ କହିଲାବେଳେ ମତେ ବହୁତ ଖୁସି ଲାଗିଲା । ଘରେ ତାଲାବନ୍ଦୀ ସପୟରେ ପିଲାଙ୍କ ସହିତ ଗପିବାର ଆନନ୍ଦ ସବୁବେଳେ ମନେ ରହିବ ।
ଘରେ ଘରେ ଅରୁଣିମାର କ୍ୟାଲେଣ୍ଡରରେ କୋଭିଡ୍‌-୧୯ ମହାମାରୀ ସମୟରେ ହାତଧୁଆ ଅଭ୍ୟାସ, ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତା ରକ୍ଷା କରିବା ଓ ଅନ୍ୟାନ୍ୟ ସୁଅଭ୍ୟାସ ସହ ପୁରୁଷମାନଙ୍କର ସକ୍ରିୟ ଯୋଗଦାନ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମକୁ ନିୟମିତ ପରିବାର ମଧ୍ୟରେ କରିବା ପାଇଁ ପ୍ରୋତ୍ସାହିତ କରାଯାଇଛି । ସୁଦୃଢ ପାରିବାରିକ ବନ୍ଧନ ଓ ଶିଶୁର ସାମାଜିକ ଓ ବୌଦ୍ଧିକ ବିକାଶ ସହିତ ତାଦର ସମୃଦ୍ଧ ବ୍ୟକ୍ତିତ୍ୱ ଗଠନରେ ଘରର ପୁରୁଷ ସଦସ୍ୟମାନଙ୍କର ଅଧିକରୁ ଅଧିକ ସହଭାଗିତା ଏକାନ୍ତ କାମ୍ୟ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories