www.samajalive.in
Tuesday, December 9, 2025
15.1 C
Bhubaneswar

ଭୁଶୁଡ଼ିଲା ମାର୍କଣ୍ଡ ପୁଷ୍କରିଣୀ ପ୍ରାଚୀର

ପୁରୀ: ବର୍ଷାଯୋଗୁଁ ଭୁଶୁଡ଼ିଲା ମାର୍କଣ୍ଡ ପୁଷ୍କରିଣୀ ପ୍ରାଚୀର। ପିଚୁରାସ୍ତା ସମେତ ବିଦ୍ୟୁତ ଖୁଣ୍ଟ ଧସେଇ ପଶିଲା। ସୋମବାରର ଏପରି ଘଟଣା ସ୍ଥାନୀୟ ଅଧିବାସୀଙ୍କୁ ଆତଙ୍କିତ କରିଛି। ଶ୍ରୀଜଗନ୍ନାଥ ଗୋଶାଳା ଏବଂ ଆଖପାଖରେ ଥିବା ଜନବସତି ପ୍ରତି ବିପଦ ଦେଖାଦେଇଛି। ପ୍ରାୟ ୫୦ଫୁଟ ଲମ୍ବ ପଥର ପ୍ରାଚୀର ପୁଷ୍କରିଣୀ ଭିତରକୁ ଗଳି ପଡିଛି। ଏଥିଯୋଗୁଁ ପ୍ରମୁଖ ତୀର୍ଥ ପୁଷ୍କରିଣୀ ମାର୍କଣ୍ଡର କିଛି ଅଂଶ ପୋତିହୋଇ ଯାଇଛି। ଦୀର୍ଘଦିନ ଧରି ପ୍ରାଚୀରରେ ଫାଟ ସୃଷ୍ଟି ହୋଇଥିଲା। ତାହାର ମରାମତି ପାଇଁ ଲୋକେ ଦାବି କରିଥିଲେ। ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ଦେଇନଥିଲା। ଏପରି ଅବହେଳାର କୁପରିଣତି ସୋମବାର ବଡ଼ିଭୋରୁ ଦେଖିବାକୁ ମିଳିଛି। ଏହାପୂର୍ବରୁ ପ୍ରାଚୀରର କିଛି ଅଂଶ ଭାଙ୍ଗିଥିଲା। ଚତୁଃପାର୍ଶ୍ବ ପ୍ରାଚୀର ମରାମତି ପାଇଁ ରାଜ୍ୟ ସରକାର ପୁରୀ ରାସ୍ତା ଓ ଗୃହନିର୍ମାଣ ଡିଭିଜନକୁ ପ୍ରାୟ ୫୦ଲକ୍ଷ ଟଙ୍କା ଦେଇଥିଲେ। ଜଣେ
ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଇଥିଲା। ଅତ୍ୟନ୍ତ ନିମ୍ନମାନର ଅସମ୍ପୂର୍ଣ୍ଣ କାର୍ଯ୍ୟଯୋଗୁଁ ମାର୍କଣ୍ଡ ପୁଷ୍କରିଣୀର ଦକ୍ଷିଣପାର୍ଶ୍ବ ପ୍ରାଚୀର ଭାଙ୍ଗିଥିବା ବେଳେ ଆଉକିଛି ଅଂଶ ବିପଦସଂକୁଳ ଅବସ୍ଥାରେ ରହିଛି। ପୁଷ୍କରିଣୀ ନିକଟସ୍ଥ ସର୍ବସାଧାରଣ ରାସ୍ତା ଦବି ଯାଇଛି। ତେଣୁ ଯଥାଶୀଘ୍ର ପ୍ରାଚୀର ପୁନଃନିର୍ମାଣ କରାଯିବାକୁ ଜନସାଧାରଣ ଦାବି କରିଛନ୍ତି। ମାର୍କଣ୍ଡେୟ ପୁଷ୍କରିଣୀ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ପୁଷ୍କରିଣୀ ମଧ୍ୟରେ ଅନ୍ୟତମ। ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିବା ଅନେକ ଭକ୍ତ ସେଠାରେ ବୁଡ ପକାଇଥାଆନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର କେତେକ ନୀତିକାନ୍ତି ସେଠାରେ ସମ୍ପନ୍ନ ହୋଇଥାଏ। ଏହାସତ୍ତ୍ବେ ଏହାର ସୁରକ୍ଷା, ରକ୍ଷଣାବେକ୍ଷଣ, ପରିଚ୍ଛନ୍ନତା ଏବଂ ପରିଚାଳନା ଦିଗରେ ପ୍ରଶାସନ ଅବହେଳା କରିଆସୁଛି। ପୋଖରୀ ପୋତିହୋଇ ପଡିବା ସହ ପାଣି ନେଳି ପଡିଗଲାଣି। ପାହାଚ ଗୁଡିକ ଭାଙ୍ଗିରୁଜି ଗଲାଣି। ମାର୍କଣ୍ଡେଶ୍ୱରଙ୍କ ମନ୍ଦିର ପୁନରୁଦ୍ଧାର ଅସମ୍ପୂର୍ଣ୍ଣ ରହିଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ କଲକାତାର ଏକ ସଂସ୍ଥାକୁ ୩ବର୍ଷ ତଳେ ଏହି କାର୍ଯ୍ୟ ଦିଆଯାଇଥିଲା। ତାହା ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ମାର୍କଣ୍ଡେୟ ତୀର୍ଥ ପୁଷ୍କରିଣୀର ଅସ୍ୱାସ୍ଥ୍ୟକର ପରିବେଶ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories