www.samajalive.in
Monday, December 15, 2025
17.1 C
Bhubaneswar

ବନ୍ଦ ହେବ ଆଗଲପୁର ବ୍ଲକର ୨୫ଟି ସରକାରୀ ବିଦ୍ୟାଳୟ

ଆଗଲପୁର:ଆଗଲପୁର ବ୍ଲକ ଅଧିନରେ ଥିବା ୨୫ଟି ସରକାରୀ ବିଦ୍ୟାଳୟରେ ନିର୍ଦ୍ଧାରିତ ଛାତ୍ରଛାତ୍ରୀ ସଂଖ୍ୟା ଠାରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକ ବନ୍ଦ ହେବ। ସରକାର ତଥା ଶିକ୍ଷାବିଭାଗ ବାରମ୍ବାର ଶିକ୍ଷାନୀତିକୁ ପରିବର୍ତ୍ତନ କରିଆସୁଥିବାରୁ ଏଥିରେ କୋମଳମତି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉପରେ ଖେଳଖେଳୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ପ୍ରାପ୍ତସୂଚନା ଅନୁଶାରେ ଗତ କିଛିବର୍ଷ ତଳେ ସର୍ବ ଶିକ୍ଷା ଯୋଜନାରେ ପ୍ରତି ଛୋଟ ଗ୍ରାମମାନଙ୍କୁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ବିଦ୍ୟାଳୟ ଖୋଲାଯାଇ ସେହିସ୍ଥାନ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଶ୍ରେଣୀ କୋଠରୀ, ରୋଷାଇ ଶାଳ, ପାଇଖାନା ନିର୍ମାଣ କରାଯାଇଛି। ତେବେ ସେହି ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ଥିବାରୁ ଉକ୍ତ ବିଦ୍ୟାଳୟ ମାନଙ୍କୁ ବନ୍ଦକରା ଯାଇ ନିକଟ ବିଦ୍ୟାଳୟରେ ଉକ୍ତ ବିଦ୍ୟାଳୟକୁ ମିଶ୍ରଣ କରାଯାଇ ଛାତ୍ରଛାତ୍ରୀ ମାନଙ୍କ ନାମ ଲେଖାଇବା ପାଇଁ ନିୟମ ହୋଇଛି। ଉକ୍ତ ନିୟମ ଆନୁଶାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପତ୍ରସଂଖ୍ୟା ୧୧୮୪୨/୨୭.୮.୨୦୨୦ ଓ ଡିପିସିଙ୍କ ପତ୍ରସଂଖ୍ୟ ୧୩୮୦/୩୧.୮.୨୦୨୦ରୁ ବ୍ଲକ ଶିକ୍ଷା କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି। ବ୍ଲକର ୨୦ କିମ୍ବା ତା ଠାରୁ କମ ପିଲାଥିବା ୧୫ଟି ବିଦ୍ୟାଳୟ,ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦କିମ୍ବା ତା ଠାରୁ କମ ପିଲା ଥିବା ୩ ଟି ବିଦ୍ୟାଳୟ,୪୦କିମ୍ବା ତା ଠାରୁ କମପିଲା ଥିବା ୭ ଟି ବିଦ୍ୟାଳୟ ବନ୍ଦହେବ ବୋଲି ଚିଠିରେ ଦର୍ଶାଯାଇଛି। ଏହି ବନ୍ଦ ହେବାକୁ ଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଭାଲୁପାଲି, ଆମଝରନ, ବାଦୀପାଲି, ଚକ୍ରଧରପୁର, ଭାଲୁପାଲି, ଡେଙ୍ଗଜୁରୀ, ଜେମାପାଲି ଘୁନଘୁଟିପାଲି, ଝାରବନ୍ଧଲି(ବି), କରକଚିଆ, ମହାକୁରପାଲି, ରୋତ ଏନ୍‍ପିଏସ, ଖଲିଆପାଲି, ଶ୍ରଦ୍ଧାପଲି, ଟେକାସର, ସାଲେଭଟା ଟିକ୍ରା, ଅମରାମୁଣ୍ଡା, ବକଟୀ ଏନପିଏସ, ଗଣ୍ଡପାଲି, କଁଟାପାଲି, ନଅଗାଁ(କ)ଏନିପିଏସ, ଗଣ୍ଡପାଲି, ମହୁଲପାଲି, ରାମପୁର(ଖ), ଗ୍ରମାଗୁଡିକର ପ୍ରାଥମିକ ବିଦ୍ୟାଳୟ ଗୁଡିକ ବନ୍ଦକରିବାପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ଷଷ୍ଠରୁ ଅଷ୍ଟମ ଶ୍ରେଣୀପର୍ଯ୍ୟନ୍ତ ଛେଲଖାଇ, ଡୁଡୁକାମୁଣ୍ଡା, ତେନ୍ତୁଲିଖୁଣ୍ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ବନ୍ଦହେବ। ଗଣଶିକ୍ଷା ବିଭାଗର ଘୋଷଣା ଅନୁସାରେ ଯେଉଁ ବିଦ୍ୟାଳୟ ଗୁଡିକ ବନ୍ଦ ହେବ ଉକ୍ତ ବିଦ୍ୟାଳୟର ଛାତ୍ର, ଛାତ୍ରୀମାନେ ନିକଟସ୍ଥ ବିଦ୍ୟାଳୟରେ ଅଧ୍ୟୟନ କରିବା ସହିତ ତାଙ୍କୁ ଯିବା ଆସିବା ଖର୍ଚ୍ଚ ସରକାର ତରଫରୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ସେହିପରି ଉକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କୁ ବ୍ଲକରେ ଖାଲିଥିବା ବିଦ୍ୟାଳୟଙ୍କୁ ବଦଳି କରାଯିବାର ନିର୍ଦ୍ଦେଶ ରହିଛି। ଉକ୍ତବିଷୟରେ ଆଗଲପୁର ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଶାରେ ୨୫ଟି ବିଦ୍ୟାଳୟ ବନ୍ଦ ହୋଇସାରିଲାଣି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଅନଲାଇନ ଜରିଆରେ ରିପୋଟ ପ୍ରଦାନ କରାଯାଇଛି ଓ ୧୫ ଦିନ ଭିତରେ ଅଫଲାଇନରେ ରିପୋଟ ପ୍ରଦାନ କରାଯିବବୋଲି ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories