www.samajalive.in
Sunday, December 14, 2025
23.1 C
Bhubaneswar

ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଐତିହାସିକ ସଂସ୍କାର, ଜାତୀୟ ମେଡିକାଲ କମିଶନ ଗଠିତ

ଆଜିଠାରୁ ଜାତୀୟ ମେଡିକାଲ କମିଶନ ଅଧିନିୟମ ଲାଗୁ ହେବା ପରେ ଭାରତୀୟ ଭେଷଜ ପରିଷଦ ନିୟମ, ୧୯୫୬ ରଦ୍ଦ ହୋଇଛି ଏବଂ ଏଥିପାଇଁ ନିଯୁକ୍ତ ପରିଚାଳନା ବୋର୍ଡକୁ ଉଚ୍ଛେଦ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଡାକ୍ତରୀ ଶିକ୍ଷା କ୍ଷେତ୍ରରେ ଏହାକୁ ଐତିହାସିକ ସଂସ୍କାର ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିବା ସହ ବହୁ ପ୍ରତୀକ୍ଷିତ ଜାତୀୟ ମେଡିକାଲ କମିଶନ ସହ ଚାରିଟି ସ୍ୱୟଂଶାସିତ ବୋର୍ଡ କାର୍ଯ୍ୟକ୍ଷମ ହୋଇଥିବା ସୂଚନା ଦେଇଛି। ଏହା ସହିତ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ ଭଳି ଏକ ଦଶନ୍ଧି ପୁରୁଣା ଅନୁଷ୍ଠାନ ଉଛେଦ ହୋଇଛି। ଜାତୀୟ ମେଡିକାଲ କମିଶନକୁ ସହଯୋଗ କରିବା ଲାଗି ୟୁଜି ଏବଂ ପିଜି ମେଡିକାଲ ଏଜୁକେସନ ବୋର୍ଡର ଚାରିଟି ସ୍ୱୟଂଶାସିତ ବୋର୍ଡ, ମେଡିକାଲ ଆସେସମେଣ୍ଟ ଏବଂ ରେଟିଂ ବୋର୍ଡ ଓ ଏଥିକ୍ସ ଏବଂ ମେଡିକାଲ ରେଜିଷ୍ଟ୍ରେସନ ବୋର୍ଡ ମଧ୍ୟ ଗଠନ କରାଯାଇଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏନଏମସି ମୁଖ୍ୟତଃ ନିୟମାବଳୀ, ଅନୁଷ୍ଠାନଗୁଡିକର ମୂଲ୍ୟାୟନ, ଏଚଆର ମୂଲ୍ୟାଙ୍କନ, ଓ ଗବେଷଣା ଉପରେ ଧ୍ୟାନ ଦେବ। ଏହା ବ୍ୟତୀତ ଏମବିବିଏସ ପରବର୍ତ୍ତୀ ନେସନାଲ ଏକଜିଟ ଟେଷ୍ଟ ପାଇଁ ନିୟମ ପ୍ରଣୟନ ସହ ବେସରକାରୀ ମେଡିକାଲ କଲେଜଗୁଡ଼ିକ ଦ୍ୱାରା ଫି ନିୟନ୍ତ୍ରଣ ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇଁ ମାନକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରିବ।

ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଗେଜେଟରେ କୁହାଯାଇଛି ଯେ ଏହି ଐତିହାସିକ ସଂସ୍କାର ଡାକ୍ତରୀ ଶିକ୍ଷାକୁ ଏକ ସ୍ୱଚ୍ଛ, ଗୁଣାତ୍ମକ ଏବଂ ଉତ୍ତରଦାୟୀ ପ୍ରଣାଳୀ ଆଡକୁ ଆଗେଇ ନେବ। ଏଥିରେ ଯେଉଁ ମୌଳିକ ପରିବର୍ତ୍ତନ ଘଟିଛି ତାହା ହେଉଛି ଯେ ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ଯୋଗ୍ୟତା ଅନୁଯାୟୀ ମନୋନୀତ କରାଯାଇଛି। ଡାକ୍ତରୀ ଶିକ୍ଷା ସଂସ୍କାରକୁ ଆଗକୁ ନେବା ପାଇଁ ବୃତ୍ତିଗତ ଅଭିଜ୍ଞତା ଏବଂ ସ୍ଥିତିକୁ ଶୀର୍ଷରେ ରଖାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

ଦିଲ୍ଲୀ ଏମ୍ସର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ଏସ ସି ଶର୍ମା ଏଥିରେ ତିନି ବର୍ଷ ପାଇଁ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିବାକୁ ମନୋନୀତ ହୋଇଛନ୍ତି। ଏହାଛଡା ୧୦ ଜଣ ସଦସ୍ୟ ରହିବେ ଯେଉଁଥିରେ ଚାରିଟି ସ୍ୱୟଂଶାସିତ ବୋର୍ଡର ସଭାପତି ଡକ୍ଟର ଜଗତ୍ ରାମ, ଡକ୍ଟର ରାଜେନ୍ଦ୍ର ଏ ବାଦ୍ବେ ଏବଂ ଡକ୍ଟର ସୁରେଖା କିଶୋର ଅଛନ୍ତି।

ଏଥିସହ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଥିବା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟଗୁଡିକର ୧୦ ଜଣ ମନୋନୀତ ସଦସ୍ୟ, ରାଜ୍ୟ ମେଡିକାଲ ପରିଷଦର ୯ ଜଣ ମନୋନୀତ ସଦସ୍ୟ ଏବଂ ବିଭିନ୍ନ ବୃତ୍ତିର ତିନିଜଣ ବିଶେଷଜ୍ଞ ସଦସ୍ୟ ରହିବେ। ଏହି ବିଶେଷଜ୍ଞ ସଦସ୍ୟ ଭାବରେ ମହାରାଷ୍ଟ୍ରର ଆଦିବାସୀ ମେଲାଘାଟ ଅଞ୍ଚଳରେ କାର୍ଯ୍ୟ କରୁଥିବା ଜଣେ ପ୍ରଖ୍ୟାତ ସାମାଜିକ କର୍ମୀ ଡଃ ସ୍ମିତା କୋଲହେ ଏବଂ ହେଲଥ୍ ପ୍ରାଇଭେଟ ଲିମିଟେଡର ସିଇଓ ସନ୍ତୋଷ କୁମାର କ୍ରାଲେଟି ମନୋନୀତ ହୋଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories