www.samajalive.in
Sunday, December 14, 2025
26.1 C
Bhubaneswar

ବିହାରରେ ନୀତିଶକୁମାରଙ୍କ ନେତୃତ୍ଵରେ ପୁଣି ସରକାର ଗଢ଼ିପାରେ ଏନଡ଼ିଏ: ସିଭୋଟର- ଏବିପି ନ୍ୟୁଜ୍ ସର୍ଭେ

ବିହାରରେ ପୁଣିଥରେ ଫେରିପାରେ ନୀତିଶକୁମାରଙ୍କ ସରକାର । ସି-ଭୋଟର ଓ ଏବିପି ନ୍ୟୁଜ ପକ୍ଷରୁ ହୋଇଥିବା ସର୍ଭେରେ ନୀତିଶ କୁମାରଙ୍କ ନେତୃତ୍ଵାଧୀନ ଏନଡ଼ିଏ ୧୪୧ରୁ ୧୬୧ ଆସନରେ ବିଜୟୀ ହେବା ପୂର୍ବାନୁମାନ କରାଯାଇଛି । ସେହିପରି ଆରଜେଡ଼ି ନେତୃତ୍ଵାଧୀନ ୟୁପିଏକୁ ୬୪ରୁ ୮୪ ଓ ଅନ୍ୟମାନଙ୍କୁ ୧୩ରୁ ୨୩ ଆସନ ମିଳିପାରେ ବୋଲି ଆକଳନ କରାଯାଇଛି । ବିହାରରେ ନୀତିଶ କୁମାରଙ୍କ ନେତୃତ୍ଵରେ ଏନଡ଼ିଏ ନିର୍ବାଚନ ଲଢ଼ୁଛି । ୟୂପିଏ ପକ୍ଷରୁ ତେଜସ୍ବୀ ଯାଦବ ନିର୍ବାଚନର ନେତୃତ୍ଵ ନେଉଛନ୍ତି । ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭା ନିର୍ବାଚନ ଆସନ୍ତା ଅକ୍ଟୋବର ୨୮ରୁ ଆରମ୍ଭ ହେବ । ୩ ପର୍ଯ୍ୟାୟରେ ଏହି ନିର୍ବାଚନ ହେବ ଏବଂ ନଭେମ୍ବର ୧୦ ତାରିଖରେ ଭୋଟ ଗଣତି ହେବ ।

କାହାକୁ କେଉଁଠୁ କେତେ ଆସନ ମିଳିବା ସମ୍ଭାବନା

ପୂର୍ବ ବିହାର (୨୭ ଆସନ): ପୂର୍ବ ବିହାର ଅଞ୍ଚଳରେ ଏନଡ଼ିଏକ ୪୬.୨% ଭୋଟ ମିଳିବା ସମ୍ଭାବନା ରହିଛି । ସେହିପରି ୟୁପିଏକୁ ୩୧.୨% ଓ ଅନ୍ୟମାନଙ୍କୁ ୨୨.୬% ଭୋଟ ମିଳିବା ଆଶା ଅଛି ।

- Advertisement -

ସୀମାଞ୍ଚଳ (୨୪ ଆସନ): ସୀମାଞ୍ଚଳରେ ଏନଡ଼ିଏକୁ ୫୦%, ୟୁପିଏକୁ ୨୫ % ଓ ଅନ୍ୟମାନଙ୍କୁ ୨୫% ଭୋଟ ମିଳିପାରେ ବୋଲି ଆକଳନ କରାଯାଇଛି ।

ମିଥିଳାଞ୍ଚଳ (୫୦ ଆସନ): ମିଥିଳାଞ୍ଚଳରେ ଏନଡ଼ିଏକୁ ୪୪.୩%,  ୟୁପିଏକୁ ୩୪.୪% ଓ ଅନ୍ୟମାନଙ୍କୁ ୨୧.୨% ଭୋଟ ମିଳିପାରେ ।

ମଗଧ-ଭୋଜପୁର (୬୯ ଆସନ): ଆଗାମୀ ନିର୍ବାଚନରେ ମଗଧ-ଭୋଜପୁର ଅଞ୍ଚଳରୁ ଏନଡ଼ିଏକୁ ୪୪.୫%, ୟୁପିଏକୁ ୩୩.୬% ଓ ଅନ୍ୟମାନଙ୍କୁ ୨୧.୯% ଭୋଟ ମିଳିବା ସମ୍ଭାବନା ରହିଛି ।

ଉତ୍ତରବିହାର (୭୩ ଆସନ): ଉତ୍ତର ବିହାରର ୭୩ ଆସନ ଲାଗି ନିର୍ବାଚନ ହେବ । ଏଠାରେ ଏନଡ଼ିଏକୁ ୪୭.୧%, ୟୁପିଏକୁ ୩୧.୮% ଓ ଅନ୍ୟମାନଙ୍କୁ ୨୧.୧ % ଭୋଟ ମିଳିପାରେ ବୋଲି ଆକଳନ କରାଯାଇଛି ।

ମୁଖ୍ୟମନ୍ତ୍ରୀ ପଦ ଲାଗି ନୀତିଶ ସବୁଠୁ ପସନ୍ଦ

ବିହାର ମୁଖ୍ୟମନ୍ତ୍ରୀ ପଦ ଲାଗି ଅନେକ ଦାବିଦାର ଥିଲେ ମଧ୍ୟ ନୀତିଶକୁମାରଙ୍କ ସପକ୍ଷରେ ସର୍ବାଧିକ ମତ ରହିଛି । ନୀତିଶଙ୍କୁ ୩୦.୯% ଲୋକ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଥିବାବେଳେ ତେଜସ୍ବୀ ଯାଦବଙ୍କୁ ୧୫.୪%,  ସୁଶୀଲ ମୋଦୀଙ୍କୁ ୯.୨%, ଲାଲୁପ୍ରସାଦ ଯାଦବଙ୍କୁ ୮.୩%,  ରାମବିଳାସ ପାଶ୍ଵାନଙ୍କୁ ୬.୫%, ଉପେନ୍ଦ୍ର କୁଶୱାହାଙ୍କୁ ୫.୧%, ଗିରିରାଜ ସିଂହଙ୍କୁ ୬.୨%, ତାରିକ ଅନୱାରଙ୍କୁ ୨.୧% ମୁଖ୍ୟମନ୍ତ୍ରୀ ପଦ ପାଇଁ ପସନ୍ଦ କରିଛନ୍ତି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories